ବର୍ତମାନ ବିମାନ ଯାତ୍ରା ଖୁବ ସହଜ ହୋଇ ଯାଇଛି, ଏହାଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ କୁ ଯିବା ପାଇଁ ଖୁବ କମ ସମୟ ଲାଗିଥାଏ l ଏହି କାରଣରୁ ଲୋକେ ବିମାନ ଯାତ୍ରା କରିବାକୁ ପସନ୍ଦ କରି ଥାଆନ୍ତି l କିଛି ଲୋକଙ୍କ ବିମାନ ଯାତ୍ରା ସମୟ ରେ ମଦ୍ୟପାନ କରିବାର ସଉକ ରହିଥାଏ, କିନ୍ତୁ ଏହାକୁ ଏୟାର ଲାଇନ୍ସ ପକ୍ଷରୁ ବାରଣ କରାଯାଇ ଥାଏ l କେବଳ ମଦ୍ୟପାନ ନୁହେଁ ଧୁମ୍ରପାନ ମଧ୍ୟ କରିବା ଉଚିତ ନୁହେଁ l କିନ୍ତୁ କିଛିଟା ଏୟାର ଲାଇନ୍ସ ପକ୍ଷରୁ ମଦ ମଧ୍ୟ ଯୋଗାଇ ଦିଆଯାଇ ଥାଏ l କିନ୍ତୁ ଏହାକୁ ପିଇବା କଦାପି ଠିକ ନୁହେଁ ବୋଲି କୁହାଯାଇ ଥାଏ l
– ଗୋଟିଏ ଷ୍ଟଡି ଅନୁସାରେ ବିମାନ ଯାତ୍ରା ସମୟ ରେ ମଦ୍ୟପାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଥାଏ l ବିମାନ ରେ ଏୟାର ପ୍ରେସର କମି ଯାଇଥାଏ, ମଦ୍ୟପାନ କରି ଶୋଇବା ଦ୍ୱାରା ଅକ୍ସିଜେନ ସ୍ତର ମଧ୍ୟ ହ୍ରାସ ହୋଇଥାଏ l ଏପରି ସ୍ଥିତି ରେ ହାର୍ଟ ବିଟ ଖୁବ ଅଧିକ ବୃଦ୍ଧି ହୋଇଥାଏ l ଯାହାକି ଜୀବନ ପ୍ରତି ବିପଦ ର କାରଣ ଅଟେ l
– ବିଶେଷ ଭାବରେ ବୟସ୍କ ଲୋକ, ହାର୍ଟ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ , ବିମାନ ରେ ମଦ୍ୟପ[ଅଂ କରିବା ଉଚିତ ନୁହେଁ, ଏଭଳି ରୋଗୀ ମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ l କାହିଁକି ନା ବିମାନ ଭୂମି ପୃଷ୍ଠରୁ ଉର୍ଧ୍ଵ ରେ ଥାଏ ଏବଂ ଏହି ସମୟ ରେ ଅକ୍ସିଜେନ ସ୍ତର ଖୁବ କମ ରହିଥାଏ l
– ଅଧିକାଂଶ ବିମାନ ରେ ବିମାନ ଯାତ୍ରୀ ଙ୍କ ପାଇଁ ମଦ ପରସା ଯାଇଥାଏ, କିନ୍ତୁ ଏହିସବୁ ମଦ ଶରୀର ପାଇଁ ଠିକ ନଥାଏ l ତେଣୁ ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ l