Odisha news

ଆଲକୋହଲ ପଏଜନିଙ୍ଗ କଣ ? ଏହାଦ୍ୱାରା ବ୍ୟକ୍ତିର ଜୀବନ ମଧ୍ୟ ଯାଇଥାଏ

0

ଆଧୁନିକ ସମାଜ ରେ ଯେ କୌଣସି ବ୍ୟକ୍ତିଙ୍କ ପାଇଁ ମଦ୍ୟପାନ ବିନା କୌଣସି ପାର୍ଟି ଅଧୁରା ଅଟେ l ଲୋକେ ମଦ୍ୟ ପାନ କରିବା ପାଇଁ ବିଶେଷ ଅବସରର ସନ୍ଧାନ ରେ ଥାଆନ୍ତି l  କିନ୍ତୁ କଣ ଆପଣ ଜାଣିଛନ୍ତି ଅତ୍ୟଧିକ ମଦ୍ୟପାନ ଆପଣଙ୍କୁ କେଉଁକେଉଁ ଶାରୀରିକ ସମସ୍ୟା ଆଡକୁ ଟାଣି ନେଇଥାଏ l ଆଜି ଆସନ୍ତୁ ଜାଣିବା ବେଫିକର ହୋଇ ମଦ୍ୟପାନ କରିବା ଜୀବନ ପାଇଁ କେତେ ବିପଦପୂର୍ଣ୍ଣ ହୋଇଥାଏ l  ଡାକ୍ତରଙ୍କ ମନ୍ତବ୍ୟ ଅନୁସାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମଦ୍ୟପାନ କରିବା ଦ୍ୱାରା ଆଲକୋହଲ ପଏଜନିଙ୍ଗ ଅର୍ଥାତ ମଦ୍ୟ ବିଷାକ୍ତତା ହୋଇ ଯାଇଥାଏ l

କଣ କହୁଛି ଗବେଷଣା –
ଗବେଷକ ଙ୍କ ମତ ଅନୁସାରେ ମଦ ଡ୍ରଗ୍ସ ଭଳି କାର୍ଯ୍ୟ କରିଥାଏ ଓ ଆପଣଙ୍କ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ କୁ ଗଭୀର ଭାବରେ ପ୍ରଭାବିତ କରିଥାଏ l  ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ମଦ୍ୟପାନ କରାଯାଏ ତେବେ ପେଟ, କିଡ୍ନୀ, ଲିଭର, ହାର୍ଟ ଇତ୍ୟାଦି ସହିତ ଶରୀରର ସମସ୍ତ ଜରୁରୀ ଅଙ୍ଗ ଉପରେ ଗଭୀର ପ୍ରଭାବ ପଡିଥାଏ l ଡାକ୍ତରଙ୍କ ସୂଚନା ଅନୁସାରେ ମଦ୍ୟପାନ ର ପ୍ରଭାବ ପ୍ରାୟ ସମସ୍ତଙ୍କ ଉପରେ ଅଲଗା ଅଲଗା ଭାବରେ ପଡିଥାଏ l  ଗୋଟିଏ ବ୍ୟକ୍ତି ଘଂଟାପ୍ରତି ଏକ ୟୁନିଟ ପର୍ଯ୍ୟନ୍ତ ଆଲକୋହଲ କୁ ପ୍ରୋସେସ କରିପାରେ l  କିନ୍ତୁ ଏହାଠାରୁ ଅଧିକ ମଦ୍ୟପାନ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ l

* ଆଲକୋହଲ ପଏଜନୀଙ୍ଗ ର ଲକ୍ଷଣ –
– ମୁଣ୍ଡ ବିଲେଇବା ଓ କନଫ୍ୟୁଜନ ଅନୁଭବ ହେବା
– ବାନ୍ତି ଲାଗିବା
– ହାଇପୋଥର୍ମିଆ ହୋଇଯିବା
– ତ୍ୱଚା ର ରଙ୍ଗ ନୀଳ ହୋଇଯିବା
– ଚେତାଶୂନ୍ୟ ହୋଇଯିବା

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ସୂଚନା ଅନୁସାରେ ମଦ୍ୟପାନ ନର୍ଭ ସିଷ୍ଟମ କୁ କ୍ଷତିଗ୍ରସ୍ତ କରିଥାଏ l  ସେଥିପାଇଁ ଆପଣ ଗମ୍ଭୀର ପରିସ୍ଥିତି ର ସମ୍ମୁଖୀନ ମଧ୍ୟ ହୋଇ ଥାଆନ୍ତି l ଯେପରିକି ଅଣନିଶ୍ୱାସୀ ଲାଗିବା l  ହାଇପୋଥର୍ମିଆ କାରଣରୁ କାର୍ଡିଆକ ଆରେଷ୍ଟ ହେବା l ବ୍ଲଡ଼ ସୁଗାର ସ୍ତର ହ୍ରାସ ହେବା ଇତ୍ୟାଦି l

ଆଲକୋହଲ  ପଏଜନୀଙ୍ଗ ରେ କଣ କରିବେ ?-
– ଯଦି ଆପଣ କୌଣସି ଏଭଳି ବ୍ୟକ୍ତିକୁ ଦେଖୁଛନ୍ତି ଯିଏକି ନିଶା ଗ୍ରସ୍ତ ହୋଇ ବେହୋସ ହୋଇ ଯାଉଛି କିମ୍ବା ଚେତାଶୂନ୍ୟ ହୋଇ ଯାଉଛି ତେବେ ତାକୁ ଏକୁଟିଆ କଦାପି ଛାଡ଼ିବେ ନାହିଁ l
– ଯଦି ଉକ୍ତ ବ୍ୟକ୍ତି ମଦ୍ୟପାନ କରି ବାନ୍ତି କରୁଛନ୍ତି ତେବେ ଏଭଳି ସ୍ଥିତି ରେ ବାନ୍ତି ବନ୍ଦ କରିବା ପାଇଁ କୌଣସି ଔଷଧ ଦେବେନାହିଁ l  ଡାକ୍ତର ଙ୍କୁ ପରାମର୍ଶ କରିବେ l
– ନିକଟସ୍ଥ ଡାକ୍ତର ଖାନାକୁ ନେଇ ଉକ୍ତ ବ୍ୟକ୍ତିଙ୍କୁ ଆଡ଼ମିସନ କରିବା ଆପଣଙ୍କ ପାଇଁ ଠିକ ହେବ l

Nalco
Leave A Reply