ଚଳିତ ବର୍ଷ ଅକ୍ଷୟତୃତୀୟା ପର୍ବ ମଇ ୧୦ ତାରିଖ ରେ ଅନୁଷ୍ଠିତ ହେବ, ଏହି ପର୍ବ ମାଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କୁ ସମର୍ପିତ ଅଟେ l ଏହିଦିନ ନୂତନ ବସ୍ତୁ କିଣିବାର ରହିଛି ଅନେକ ମହତ୍ୱ l ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଏହିଦିନ ଯେଉଁ ବ୍ୟକ୍ତି ଆର୍ଥିକ ଅନାଟନ ର ସମୁଖୀନ ହେଉଛି ନିହାତି ଲକ୍ଷ୍ମୀଙ୍କୁ ପୂଜାର୍ଚନା କରିବାର ମହତ୍ୱ ରହିଛି l ତେଣୁ ଏହିଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛିଟା ଉପାୟ ନିହାତି କରନ୍ତୁ l
– ଅକ୍ଷୟତୃତୀୟା ଦିନ ନିଜ ଘରର ମୁଖ୍ୟ ଦ୍ୱାରରେ ଜଳପୂର୍ଣ୍ଣ କଳସ ନିଶ୍ଚିତ ସ୍ଥାପନା କରନ୍ତୁ l କଳସ ସ୍ଥାପନା କରିବା ପରେ ତା ଉପରେ ପାନପତ୍ର ଟିଏ ଦିଅନ୍ତୁ l ଏହାପରେ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରନ୍ତୁ l ଏବଂ ମାଙ୍କୁ ବିଧିବଦ୍ଧ ଭାବରେ ଉପାସନା କରନ୍ତୁ l ଏପରି କରିବା ଦ୍ୱାରା ସୁଖ-ସମୃଦ୍ଧି ର ଆଗମନ ହୋଇଥାଏ l
– ଅକ୍ଷୟତୃତୀୟା ଦିନ ନିଜ ଠାକୁରଙ୍କ ନିକଟରେ ଗୋଟିଏ ଜଳପୂର୍ଣ୍ଣ କଳସ ସ୍ଥାପନା କରନ୍ତୁ, ଏହି କଳସ ଟି ଉପରେ ଗୋଟା ନଡ଼ିଆ ରଖନ୍ତୁ l ଏବଂ ଏହି କଳସ କୁ ଲକ୍ଷ୍ମୀଙ୍କୁ ସମର୍ପଣ କରନ୍ତୁ l ଏହାପରେ ଏହି କଳସ କୁ ଗୋଟିଏ ନାଲି କପଡା ରେ ଗୁଡ଼ି କୌଣସି ଦୁଖୀ ବ୍ୟକ୍ତି ଦେଇଦିଅନ୍ତୁ l ଏପରି କରିବା ଦ୍ୱାରା ଭାଗ୍ୟ ଉଦୟ ହେବ l
– ଅକ୍ଷୟ ତୃତୀୟା ଦିନ ନିଜ ଘର ସମୁଖରେ ଆମ୍ବ ତୋରଣ କିମ୍ବା ଅଶୋକ ବୃକ୍ଷରେ ପତ୍ର ର ତ୍ବରଣ ଲଗାଇବା ଜରୁରୀ l ଏବଂ ଏହି ପତ୍ରରେ ଶ୍ରୀ ଲେଖି ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ l ଏବଂ ମାତା ଲକ୍ଷ୍ମୀ ଙ୍କ ମାତ୍ର ପାଠ କରନ୍ତୁ l ଏବଂ ଆପଣ ଏହି ତୋରଣ ଦୋକାନ ରେ ମଧ୍ୟ ଲଗାଇ ପାରିବେ l ଏହାଦ୍ୱାରା ଜୀବନ ରେ ଧନ-ବୈଭବ ର ଆଗମନ ହୋଇଥାଏ l
– ଅକ୍ଷୟତୃତୀୟା ଦିନ ବୃକ୍ଷରେ ଲଗାଇବାର ଅନେକ ମହତ୍ୱ ରହିଛି l ବିଶେଷ ଭାବରେ ପିପାଳ , ବରଗଛ, ଅଁଳା, ତୁଳସୀ, ବେଲ ଆଦି ଗଛ ଲଗାଇବା ଜରୁରୀ l ଏପରି କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟାର ସମାଧାନ ହୋଇଥାଏ l ଏବଂ ଦୁଃଖ ଦୁର୍ଦଶା ମଧ୍ୟ ଦୂର ହୁଏ l
