ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ଗୋଟିଏ ଶୁଭଦିନ ଅଟେ, ଏହିଦିନ ଅନେକ ଶୁଭ କାର୍ଯ୍ୟ ହୋଇଥାଏ l କିନ୍ତୁ ଚଳିତ ଥର ଅକ୍ଷୟତୃତୀୟା ଦିନ ବିବାହ କାର୍ଯ୍ୟ ପାଇଁ ଶୁଭ ସଂଯୋଗ ଘଟୁ ନାହିଁ l ଏହା ୨୪ ବର୍ଷ ପରେ ଏଭଳି ଘଟିଛି l କେବଳ ଅକ୍ଷୟତୃତୀୟା ନୁହେଁ ଚଳିତ ବର୍ଷ ମେ ଓ ଜୁନ ମାସରେ କୌଣସି ବିବାହ କାର୍ଯ୍ୟ ହେବାର ସୁଯୋଗ ଘଟୁ ନାହିଁ l
– ଘଟୁଛି ଏହି ବିଶେଷ ସଂଯୋଗ –
୨୪ ବର୍ଷ ପରେ ଅକ୍ଷୟତୃତୀୟା ଦିନ ଏଭଳି ଘଟିଛି , ମଇ ଓ ଜୁନ ଏହି ୨ମାସ ଶୁକ୍ର ଗ୍ରହ ଅସ୍ତ ରହିବେ l ଶୁକ୍ର ଗ୍ରହ ଉଦିତ ହେବା ପରେ ଜୁଲାଇ ମାସରେ ଘଟିବ ଶୁଭ ଯୋଗ ଓ ହେବ ବିବାହ କାର୍ଯ୍ୟ l ୨୪ ବର୍ଷ ପରେ ଏହା ପ୍ରଥମ ଥର ଘଟିଛି l ଏଭଳି ସ୍ଥିତି ୨୦୦୦ ମସିହା ରେ ମଧ୍ୟ ଘଟିଥିଲା ଏଭଳି ଯୋଗ l
– ଏଭଳି ମୁହୂର୍ତ ରେ ଘଟିବ ଅକ୍ଷୟତୃତୀୟା –
ବୈଶାଖ ମାସ ଶୁକ୍ଲପକ୍ଷ ଅକ୍ଷୟ ତୃତୀୟା ତିଥିରେ ସ୍ୱୟଂ ସିଦ୍ଧ ଅବୁଝ ମୁହୂର୍ତ୍ତ ବୋଲି ଗଣନା କରାଯାଇଛି l ମାନ୍ୟତା ଅନୁସାରେ ଏହିଦିନ ସମସ୍ତ ଶୁଭ କାର୍ଯ୍ୟ କରାଯାଇ ଥାଏ l ଅକ୍ଷୟ ତୃତୀୟl ରେ ଦାନ ପୁଣ୍ୟ ର ବିଶେଷ ମହତ୍ୱ ରହିଛି l କିନ୍ତୁ ଚଳିତ ଥର ଶୁକ୍ର ଗ୍ରହ ଅସ୍ତ ରହିଲେ ମଧ୍ୟ ବିବାହ, ବ୍ରତ, ଗୃହ ପ୍ରବେଶ, ବିଭିନ୍ନ ଅନୁଷ୍ଠାନ ମଧ୍ୟ କରିପାରିବେ l
– ଶୁକ୍ର ଗ୍ରହ ଙ୍କର ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ –
ଶୁକ୍ର ଗ୍ରହ ଅସ୍ତ ରହିବା ଦ୍ୱାରା ଏହି ମାସରେ ନୂଆ ବିବାହ କରିଥିବା ବ୍ୟକ୍ତି ଙ୍କ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ବାଧା ଆସିଥାଏ l ତେଣୁ ଶୁକ୍ର ଙ୍କ ଅସ୍ତ ଯୋଗୁଁ ବିବାହ କାର୍ଯ୍ୟ ମଧ୍ୟ ହେବା ଠିକ ନୁହେଁ l ତେଣୁ ଚଳିତ ଥର ବିବାହ କାର୍ଯ୍ୟ ଅକ୍ଷୟତୃତୀୟା ରେ ନିଷିଦ୍ଧ ଅଟେ l
