Odisha news

ମିଥ୍ୟା ଗୁଜବର ଶିକାର ହେଲେ ଅକ୍ଷୟ କୁମାର

0

ଆଜିକାଲି ସୋସିଆଲ ମେଡିଆରେ ବିଭିନ୍ନ ପ୍ରକାରର ମିଥ୍ୟା ଖବର ଆସୁଛି ,ଯାହା ଉପରେ ଲୋକମାନେ ଆଖିବନ୍ଦ କରି ବିଶ୍ୱାସ କରୁଛନ୍ତି l କରୋନା ଭାଇରସ ମହାମାରୀ ଓ ଲକଡାଉନ କୁ ନେଇ ମଧ୍ୟ ବିଭିନ୍ନ ମିଥ୍ୟା ଖବର ଆସୁଛି l ସେହିପରି ଗୋଟିଏ ଖବର ବଲିଉଡ୍ ର ସୀତାରା ଅକ୍ଷୟ କୁମାରଙ୍କ ବିଷୟରେ ମଧ୍ୟ ଶୁଣିବାକୁ ମିଳିଛି l ଏହି ଖବରରେ କୁହl ଯାଇଛି ଯେ ଅକ୍ଷୟ କୁମାର ତାଙ୍କ ଭଉଣୀ,ପତ୍ନୀ ଦୁଇ ପିଲାଙ୍କ ସହିତ ଗୋଟିଏ ଚାର୍ଟାଡ଼ ବିମାନ ବୁକ କରିଛନ୍ତି l ଅକ୍ଷୟ କୁମାର ଏହି ଖବର ଟିକୁ ଖଣ୍ଡନ କରିଛନ୍ତି ଓ ମିଥ୍ୟ ଖବର କୁ ନେଇ ଗୁଜବ ସୃଷ୍ଟି କରୁଥିବା ଲୋକ ମାନଙ୍କ ବିରୁଦ୍ଧରେ ମକଦମା କରିବେ ବୋଲି କହିଛନ୍ତି l

ଅକ୍ଷୟ କୁମାର ଟ୍ୱିଟ କରି କହିଛନ୍ତି ଯେ “ଏହି ଖବରଟି ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ମିଥ୍ୟା ଅଟେ l ଏହି ଖବରରେ ଯେଉଁ ପୁଷ୍ଟି କରl ଯାଇଛି ଯେ ମୁଁ ମୋ ଭଉଣୀ ଓ ପିଲାମାନଙ୍କ ପାଇଁ ବାହାରକୁ ବୁଲିଯିବାକୁ ଯେଉଁ ଚାର୍ଟାଡ଼ ବିମାନ ବୁକ କରିଛି ତାହା ସମ୍ପୃନ ମିଥ୍ୟା l ଦେଶରେ ଲକଡାଉନ ଚାଲିଥିବା ବେଳେ ମୁଁ କିପରି ଏପରି ନିଷ୍ପତି ନେଲି ତାହା ଚିନ୍ତା କରୁଛି l ବର୍ତମାନ ଏହି ମିଥ୍ୟା ଗୁଜବ ଜୀଏବି ସୃଷ୍ଟି କରିଛି ତା ବିରୁଦ୍ଧରେ ଲିଗାଲ ଆକ୍ସନ ନେବା ନିହାତି ଆବଶ୍ୟକ l “

Leave A Reply

Your email address will not be published.