Odisha news

ଆକବରଙ୍କ ନବରତ୍ନଙ୍କ ମହଲ ଆଗରୁ ଖନନ ସମୟରେ ମିଳିଲା ୧୬ ବିଂଶ ଶତାବ୍ଦୀର ମୂଲ୍ୟବାନ ଖଜାନା : ଆସନ୍ତୁ ଜାଣିବା

0

ନୂଆଦିଲ୍ଲୀ : ହିନ୍ଦୁ ଓ ପାର୍ସୀ ବାସ୍ତୁକଳାର ସମାବେଶକୁ ସଜାଇ ଅତ୍ୟନ୍ତ ସୁନ୍ଦର ଲାଲ ପଥରରେ ନିର୍ମିତ ଫତେପୁର ସିକ୍ରିରେ ସଂରକ୍ଷଣ ପାଇଁ ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି l ଏହି ଖନନ ପ୍ରକ୍ରିୟା ସମୟରେ ୧୬ ବିଂଶ ଶତାବ୍ଦୀ ର ଗୋଟିଏ ଫାଉଣ୍ଟେନ ମିଳିଛି l ଏହି ଫାଉଣ୍ଟେନଟି ସ୍ୟାଣ୍ଡ ଷ୍ଟୋନ ଓ ଲାଇମି ଷ୍ଟୋନ ରେ ନିର୍ମିତ ହୋଇଛି l ଯେତେବେଳେ କର୍ମଚାରୀ ମାନେ ଖନନ କାର୍ଯ୍ୟକ୍ରମ କରୁଥିଲେ ସେତେବେଳେ ଏହା ମିଳିଥିଲା l ମୋଗଲ ସମୟର ବିଭିନ୍ନ ମିନାକାରୀ କାମ ଦେଖିବାକୁ ମିଳିଥିଲା ,ଯାହା ଏହି ଫାଉଣ୍ଟେନର ଦେଖିବାକୁ ମିଳିଛି l ସମଗ୍ର ଫାଉଣ୍ଟେନର ସୁନ୍ଦର କଳାକୃତି ହୋଇଛି l ଏହି ଫାଉଣ୍ଟେନ ତଳେ ୧.୧ ମିଟରର ଗୋଟିଏ ଗଭୀର ଟାଙ୍କି ମଧ୍ୟ ରହିଛି l

ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଫାଉଣ୍ଟେନଟିକୁ ବାତାବରଣକୁ ଥଣ୍ଡା କରିବା ପାଇଁ ତିଆରି କରାଯାଇଥିଲା l ଏହା ପ୍ରଥମ ଥର ହେଲା ଯେ ଅଟେ ସୁନ୍ଦର ଜିନିଷ ଫତେପୁର ସିକ୍ରିରେ ମିଳିଲା l ଐତିହାସିକ ମାନେ ଜାଣିବାକୁ ଚାହୁଁଛନ୍ତି ଯେ ଏହି ଫାଉଣ୍ଟେନ ସହିତ ଜଳ ସ୍ରୋତର କଣ ସମାଜସ୍ୟ ରହିଥିଲା l ମୋଗଲ ଶାସକ ଆକବରଙ୍କର ନିକଟର ଟୋଡ଼ରମଲଙ୍କ ସାମ୍ନାରେ ଥିବା ପ୍ରସାଦ ପାଖରୁ ମିଳିଛି l ଆକବରଙ୍କର ନବରତ୍ନଙ୍କ ମଧ୍ୟରୁ ଟୋଡ଼ରମଲ ଜଣେ ଥିଲେ ଏବଂ ସେ ଆକବରଙ୍କ ସମୟରେ ବିତ ମନ୍ତ୍ରୀ ଥିଲେ l ଏହା ବର୍ତ୍ତମାନ ଭାରତ ଇତିହାସ ସହିତ ଯୋଡି ହୋଇଥିବା ବିଶ୍ୱ ଇତିହାସରେ ମଧ୍ୟ ମୁଖ୍ୟ ସ୍ଥାନ ଗ୍ରହଣ କରିବାକୁ ଯାଉଛି l

Nalco
Leave A Reply