Odisha news

ମହାରାଷ୍ଟ୍ର ରାଜନୀତିରେ ଝଡ : ପୁଣି ଅଜିତ ପାୱର ଧୋକା ଦେଇ ପାରନ୍ତି , ୩0 ବିଧାୟକଙ୍କ ସହ ବିଜେପିରେ ମିଶି ପାରନ୍ତି

0

ମୁମ୍ବା‌ଇ:  ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ପଟ୍ଟପରିବର୍ତ୍ତନ ଦେଖିବାକୁ ମିଳିପାରେ।  ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତାର  ଅନ୍ତ ଘଟାଇ ବିଜେପି ସହ ହାତ ମିଳାଇ ସରକାର ଗଢ଼ିବାକୁ ବର୍ଷଟେ ବି ହୋଇ ନଥିବା ବେଳେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ବିଜେପି ସହ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ତାଙ୍କର ଖାସ୍ ସମର୍ଥନ ବିଧାୟକଙ୍କ ସହ ବିଜେପିରେ ଯୋଗଦେଉଛନ୍ତି ବୋଲି ଆଲୋଚନା ହେଉଛି। ତେବେ ଅଜିତ ପାୱାର ଏକଥାକୁ ଅସ୍ବୀକାର କରୁଥିବା ବେଳେ ତଥ୍ୟାଭିଜ୍ଞ ମହଲ ଏପରି ଘଟିବାକୁ ଯାଉଛି ବୋଲି ମତ ରଖୁଛନ୍ତି।

ରବିବାର ଦିନ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଏନସିପି ମୁଖ୍ୟ ଶରଦ ପାୱାର ନିକଟରେ ଉଦ୍ଧବ ଠାକରେଙ୍କୁ କହିଥିଲେ ଯେ ତାଙ୍କ ଦଳ କେବେ ବି ବିଜେପି ସହ ହାତ ମିଳାଇବ ନାହିଁ। ତେବେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ନିଜ ନେତାଙ୍କ ପ୍ରତି ବିଶ୍ବସ୍ତ ରୁହନ୍ତୁ ବୋଲି ରାଉତ କହିଛନ୍ତି।

ଅଜିତ ପାୱାର  ହଠାତ୍ ପୁଣେରେ ସ୍ଥିରୀକୃତ ତାଙ୍କ କାର୍ଯ୍ୟକ୍ରମ ବାତିଲ କରିଥିବା ବେଳେ  ମହାରାଷ୍ଟ୍ରର ଦୁଇଜଣ ବରିଷ୍ଠ ବିଜେପି ନେତାଙ୍କ ହଠାତ୍ ଦିଲ୍ଲୀ ଗସ୍ତ ଏପରି କଳ୍ପନା ଜଳ୍ପନାକୁ ହାୱା ଦେଇଛି।  ତେବେ ବିରୋଧୀ ଦଳର ବିଧାୟକମାନେ ଏପରି ଏକ ଖବରକୁ ନେଇ କହିଛନ୍ତି ଯେ ସେମାନଙ୍କ ନେତା ତଥା ଚାରିଥର ଉପମୁଖ୍ୟମନ୍ତ୍ରୀ ହୋଇ ସାରିଥିବା ଅଜିତ ପାୱାର ରାଜ୍ୟରେ ଶାସକ ବିଜେପି ସହ ହାତ ମିଳାଇବା ପୂର୍ବରୁ ନିଜ ପଦ ଛାଡ଼ିପାରନ୍ତି।

ତେବେ ଅଜିତ ପାୱାର ମଙ୍ଗଳବାର ଦିନ ବିଧାୟକଙ୍କ ବୈଠକ ଡାକିଥିବା ଖବର ପ୍ରକାଶ ପାଇଥିବା ବେଳେ ଏହାକୁ ଏକ ଗୁଜବ ବୋଲି କହି ଅସ୍ବୀକାର କରିଛନ୍ତି ‌ ଏନ୍‌ସିପି ନେତା ଅଜିତ ପାୱାର।

Leave A Reply