Odisha news

ଲଗାତାର ତୃତୀୟ ଥର ପାଇଁ NSA ହେଲେ ଅଜିତ ଦୋଭାଲ

0

ନୁଆଦିଲୀ : ନରେନ୍ଦ୍ର ମୋଦୀ  ଲଗାତାର ଭାବରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଅଜିତ ଦୋଭାଲ ମଧ୍ୟ ଲଗାତାର ତୃତୀୟ ଥର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ହୋଇଛନ୍ତି, ସେ ପୁନର୍ବାର ଏହି ପଦବୀ ରେ ରହିବେ l ଏବଂ ଆଗାମୀ ଆଦେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରଧାନ ସଚିବ ଭାବରେ ପି.କେ ମିଶ୍ରl ମଧ୍ୟ ରହିବେ l

ଅଜିତ ଦୋଭାଲ ପଞ୍ଜାବ ରେ IB ର ଅପରେସନ ଚିଫ ଭାବରେ କାଶ୍ମୀର ରେ ଆଡିସନାଲ ଡ଼ାଇରେକ୍ଟର ଭାବରେ କାମ କରି ସାରିଛନ୍ତି l ଏହି କାରଣରୁ ଦୁଇଟି ସମ୍ବେଦନଶୀଳ କ୍ଷେତ୍ରରେ ପାକିସ୍ତାନ ର ଷଡଯନ୍ତ୍ର ର ତାଙ୍କର ଅନୁଭବ ରହିଛି l ଅଜିତ ଦୋଭାଲ ପାକିସ୍ତାନ, ଆଫଗାନିସ୍ତାନ ଓ ମଧ୍ୟପୁର୍ବ ସ୍ଥିତି କୁ ଖୁବ ଭଲ ଅନୁଭବ ରହିଛି l

ଅଜିତ ଦୋଭାଲ ଜଣେ IPS ଫିସର ଭାବରେ ଭାରତ ସରକାର ରେ ନିଯୁକ୍ତି ପାଇଥିଲେ l ସେ ନରେନ୍ଦ୍ର ମୋଦୀ ସରକାର ରେ ନିୟୋଜିତ ହେବ ପୂର୍ବରୁ ଭାରତୀୟ ଗୁଇନ୍ଦା ବିଭାଗ ରେ କାର୍ଯ୍ୟରତ ଥିଲେ l ସେ ସର୍ବ ପ୍ରଥମେ ମଇ ୩୦ ତାରିଖ, ୨୦୧୪ ରେ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଭାବରେ ନିଜର କାର୍ଯ୍ୟ ଭାର ଗ୍ରହଣ କରିଥିଲେ l ସେହିଦିନ ଠାରୁ ଦୋଭାଲ ଏହି ପଦବୀ ରେ ରହି ଆସୁଛନ୍ତି l ତାଙ୍କ ପୂର୍ବରୁ ଶିବ ସୁନ୍ଦର ମେନନ ଭାରତର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଥିଲେ l ୧୯୬୮ ବ୍ୟାଚ ର IPS ଅଫିସର ଅଜିତ ଦୋଭାଲ ଙ୍କୁ କୁଟିନୀତିଜ୍ଞ ଓ କାଉଣ୍ଟର ଟେରରିଜିମ ର ବିଶେଷଜ୍ଞ ଭାବରେ ଗ୍ରହଣ କରାଯାଇ ଥାଏ l

Leave A Reply