ନୂଆଦିଲ୍ଲୀ : ତାଜାକିସ୍ଥାନର ରାଜଧାନୀ ଦୁଶାନ୍ଵେ ରେ ଆସନ୍ତା ସପ୍ତାହରେ ସାଂଘାଇ କୋପରେଶନ ଅର୍ଗନାଇଯେଶନ (SCO) ମିଟିଂ ଅନୁଷ୍ଠିତ ହେବ । ଭାରତ ପକ୍ଷରୁ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲ୍ ମଧ୍ୟ ଉପସ୍ଥିତ ହେବେ । ଏହି ବୈଠକ ରେ ପାକିସ୍ତାନ NSA ମୋଇଦ ୟୁସୁଫ ମଧ୍ୟ ଉପସ୍ଥିତ ରହିବେ । ପ୍ରକୃତ କଥାଟି ହେଲା ଦୁଇଟି ଦେଶର NSA ପ୍ରଥମ ଥର ପାଇଁ କୌଣସି ସାର୍ବଜନୀକ ମଞ୍ଚରେ ଅଂଶ ଗ୍ରହଣ କରିବେ ।
ପୂର୍ବରୁ ଅନେକ ଗଣ ମାଧ୍ୟମ ସୂତ୍ରରୁ ସୂଚନା ମିଳିଥିଲା ଯେ ଉଭୟ ଦେଶର NSA ଙ୍କ ମଧରେ ଦୁବାଇ ରେ କଥାବାର୍ତ୍ତା ହୋଇଛି । ପାକିସ୍ତାନ ର ବିଦେଶ ମନ୍ତ୍ରୀ ଏହାକୁ ମଧ୍ୟ ସ୍ବୀକାର କରିଥିଲେ ।
ଚଳିତ ଥର SCO ର ଅଧକ୍ଷତା ତାଜାକିସ୍ଥାନ କରିବ । ଏହି ସଂଗଠନ ରେ ସାମିଲ ଥିବା ଦେଶ ମାନେ ନଭେମ୍ବର ୨୦୨୦ରେ ନିଷ୍ପତି ନେଇଥିଲେ କୁ ଆସନ୍ତା ବୈଠକ ତାଜାକିସ୍ଥାନ ରେ ହେବ ।
SCO ରେ ସାମିଲ ଥିବା ଦେଶ ଗୁଡ଼ିକ ହେଲେ ଋଷ , ଚୀନ୍ , ଭାରତ , ପାକିସ୍ତାନ , କାଜାଖସ୍ତାନ , କିର୍ଗିସ୍ଥାନ୍ , ତାଜାକିସ୍ଥାନ ଓ ଉଜବେକିସ୍ଥାନ ।
SCO ର ପୂର୍ବ ମିଟିଂ ରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଉତେଜନା ଓ ମତାନ୍ତର ଦେଖା ଦେଇଥିଲା । ବୈଠକ ସମୟରେ ପାକିସ୍ତାନ ଯେଉଁ ନକ୍ସା ଦେଖାଇଥିଲା ତାହା ବିବାଦିତ ଥିଲା । ଏହା ସଂଗଠନ ନିୟମ ବିରୁଦ୍ଧରେ ଥିଲା ଓ ଏହାକୁ ବିରୋଧ କରି ଅଜିତ୍ ଡୋଭାଲ୍ ମିଟିଂ ରୁ ଉଠି ଚାଲି ଆସିଥିଲେ ।
ବର୍ତ୍ତମାନ୍ ଲାଗୁଛି ପାକିସ୍ତାନ ର ସ୍ୱର ବଦଳୁଛି । ଅପ୍ରେଲ ମାସରେ ପାକିସ୍ତାନ ଆର୍ମି ଚିଫ ବାଜବା ଗୋଟିଏ ପ୍ରେସ କନ୍ଫରେନ୍ସ ରେ କହିଥିଲେ ଯେ ” ଉଭୟ ଦେଶକୁ ପୁରୁଣା କଥା ଭୁଲି ନୂଆ ଭାବରେ ସବୁକିଛି ଆରମ୍ଭ କରିବାକୁ ପଡ଼ିବ । ଭାରତ ଓ ପାକିସ୍ତାନ ମିଳିତ ଭାବରେ ପୂର୍ବ ଓ ପଶ୍ଚିମ ଏସିଆ କୁ ଯୋଡିବା ଆବଶ୍ୟକ । ” ପାକିସ୍ତାନ ରେ ଏହି କଥାକୁ ଆଧାରକରି କୁହାଯାଇଥିଲା ଯେ ବର୍ତ୍ତମାନ୍ ପାକିସ୍ତାନ ସୈନ୍ୟ ମଧ୍ୟ ସରେଣ୍ଡର କରିବା ସ୍ଥିତିରେ ।
ପାକିସ୍ତାନ ରେ ଇମ୍ରାନ୍ ସରକାରଙ୍କୁ ବିପକ୍ଷ ଇଲେକ୍ଟେଡ୍ ବଦଳରେ ସିଲେକ୍ଟେଡ୍ ପ୍ରଧାନମନ୍ତ୍ରୀ କହୁଥାଏ ।ଆରୋପ ରହିଛି ଯେ ଇମ୍ରାନ୍ ସରକାର ସୈନ୍ୟ ମାନଙ୍କ ସହାୟତା ରେ ସରକାର ଗଢ଼ିବା ପାଇଁ ସମର୍ଥ ହୋଇଛନ୍ତି । ଗୋଟିଏ ପଟରେ ବାଜ୍ବା ଭାରତ ସହିତ ସମ୍ପର୍କ ଗଢିବା ପାଇଁ ପାକିସ୍ତାନ ଚାହୁଁଛି ଅନ୍ୟ ପକ୍ଷରେ ଇମ୍ରାନ ସରକାର କହୁଛନ୍ତି କାଶ୍ମୀର ରେ ଅନୁଛେଦ ୩୭୦ ଏବଂ ୩୫ଏ ଲଗାଇବାକୁ ନେଇ ବାରମ୍ବାର ଭାରତର ଅନ୍ତରୀଣ ମାମଲା ରେ ହସ୍ତକ୍ଷେପ କରୁଛନ୍ତି।
SCO ର ଏହି ବୈଠକ ଉପରେ ବର୍ତ୍ତମାନ୍ ବିଶ୍ଵର ନଜର ରହିଛି । ଦେଖାଯାଉ ଚଳିତ ଥର କଣ ପରିଣତି ମିଳୁଛି ।

Comments are closed.