Odisha news

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “ଆଜାଦ”

0
ଗଞ୍ଜାମ ,୧୯.୮.୨୦ :  ଗଞ୍ଜାମ ସହର ସ୍ଥିତ ଭାରତୀ ଵିଦ୍ୟା ପୀଠ ର କ୍ରୀଡ଼ା ଶିକ୍ଷକ, ଗୀତିକାର , ସଂଳାପ ଲେଖକ  “ପ୍ରୀତି ରଞ୍ଜନ ପ୍ରଧାନ ” ଙ୍କ ପରିକଳ୍ପନା, ସ୍ବାଧୀନତା ର ୭୪ ବର୍ଷ  ପରେ  ଝିଅ ମାନଙ୍କୁ ମିଳିପାରିନି ସ୍ବାଧୀନତା ପରିକଳ୍ପପିତ କ୍ଷୁଦ୍ର ଚଳଚିତ୍ର “ଆଜାଦ” ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କୁ ମନୋନିତ ହୋଇଥିବା ଜଣାପଡିଛି । ଯାହାକୁ ନେଇ ବିଭିନ୍ନ ମହଲରେ  ଖୁସିର ଲହରୀ ଖେଳିଯାଇଥିବାବେଳେ ଏହା ନିଶ୍ଚିତ ପୁରସ୍କୃତ ହେବ ବୋଲି ଆଶାବାଦୀ ଅଛନ୍ତି ।
ମୁକ୍ତିଲାଭ କରିଛି “B Beats Odia” you tube ଚାନେଲ ରେ ଏକ କ୍ଷୁଦ୍ର ଚଳଚିତ୍ର ” ଆଜାଦ “( କାହାଣୀ ଏକ ଝିଅ ର )।ସ୍ୱାଧୀନତା କୁ 74 ବର୍ଷ ପୁରିବା ପରେ ମଧ୍ୟ ଆମ ଝିଅ ମାନଙ୍କୁ ମିଳି ପାରିନି ପୂର୍ଣ ସ୍ୱାଧୀନତା ।ଏକୁଟିଆ ଝିଅ ଅସହାୟ ଝିଅ କୁ ଦେଖି ଅନେକ ଅବିବେକି ପୁରୁଷ ହୋଇ ଯାଆନ୍ତି କାମାନ୍ଧ ।ଠିକ ଭୁଲ କିଛି ନ ବିଚାରି ନିରୀହ ନିଷ୍ପାପ ଝିଅ ମାନଙ୍କୁ କରି ନିଅନ୍ତି ନିଜର ଆହାର ।
କେମିତି ଝିଅ ମାନଙ୍କୁ ଆମେ ଦେଇ ପାରିବା ସୁରକ୍ଷା,କେମିତି ଆଣିବା ଆମ ମାନସିକତାରେ ପରିବର୍ତନ,ଏ ସବୁ କୁ ଲକ୍ଷ କରି ଅଭିନୟ ମାଧ୍ୟମ ରେ ଏକ ସୁନ୍ଦର ସଚେତନତା ବାର୍ତା ବାଣ୍ଟିଛନ୍ତି ଗଞ୍ଜାମ ର କଳାକାର ମାନେ।ଯାହାକୁ ଏକ ସୁନ୍ଦର ପରିକଳ୍ପନା ନେଇ କାହାଣୀଟିକୁ ସଂଳାପ ରେ ସଜେଇଛନ୍ତି ଗୀତିକାର ତଥା ସଂଳାପ ଲେଖକ ପ୍ରୀତି ରଞ୍ଜନ ପ୍ରଧାନ ଏବଂ ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଗଂଜାମ ର ଯୁବ ନିର୍ଦ୍ଦେଶକ ତେଜେଶ୍ୱର ସାମଲ ।ଏଥିରେ ମୁଖ୍ୟ ଭୂମିକାରେ ଶିଶୁ କଳାକାର ଶିବନୀ ପ୍ରଧାନ ଙ୍କର ଦମଦାର ଅଭିନୟ ସମସ୍ତ କଳାକାର ଙ୍କ ମହଲରେ ବେଶ ଆଦୃତ ହୋଇପାରିଛି ।ତାଙ୍କ ସହିତ ଅଭିଜ୍ଞ କଳାକାର ତଥା ଓଡ଼ିଆ ସିନେମା ଓ tv ପରଦା ର ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର ଙ୍କ ସହିତ ପ୍ରୀତି ରଞ୍ଜନ ପ୍ରଧାନ,ସପନ ସେଠି ଓ ସୌମ୍ୟ ରଞ୍ଜନ ସାହୁ ଙ୍କର ଅଭିନୟ ବେଶ ଉଚ୍ଚ କୋଟିର ଥିଲା ବୋଲି ଦର୍ଶକ ମହଲ ରେ ଚର୍ଚ୍ଚା ହଉଛି।
କ୍ୟାମେରା ଦାୟିତ୍ୱ ରେ ଅଛନ୍ତି ସୁନୀଲ କୁମାର ପାଢୀ ଓ ରାଜା ।ଚଳଚିତ୍ର ” ଆଜାଦ ” ଏବେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ROSHNI INTERNATIONAL SHORTFILM FESTIVAL ଏବଂ COIFF FILM FESTIVAL, 2020 ଦୁଇ ଟି Festival କୁ ସିଲେକ୍ସନ ହୋଇଛି ବୋଲି ଫିଲ୍ମ ର PRODUCER ଭରତ ବେହେରା ଜଣେଇବା ସହ ଖୁସି ବ୍ୟକ୍ତ କରି ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଲାଭ କରୁ ବୋଲି ଆଶାବାଦୀ ଅଛନ୍ତି ।ଏ ଫିଲ୍ମ ଟି  ସ୍କୁଲ ପିଲା ମାନଙ୍କ ପାଇଁ ମଧ୍ୟ ଉଦ୍ଧିଷ୍ଟ ।
IEC 2 years
Leave A Reply