Odisha news

ବଡ ଖବର : ଏମ୍‌ସ ଭୁବନେଶ୍ୱର ତତ୍ୱାବଧାନରେ ଅନୁଷ୍ଠିତ ହେବ ଏମ୍‌ସ ଗୌହାଟୀର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା

0

ଭୁବନେଶ୍ୱର, ୧୬/୧୧/୨୦୨୧: ଏମ୍‌ସ ଭୁବନେଶ୍ୱରର ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ଡାକ୍ତରୀ ଶିକ୍ଷା ତଥା ଗ‌ବେଷଣା କ୍ଷେତ୍ରରେ ଦେଶରେ ସୁନାମ ଅର୍ଜନ କରିଥିବା ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳିଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ଏମ୍‌ସ ଗୌହାଟୀର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ମାସ ୧୮ରୁ ଏମ୍‌ସ ଗୌହାଟୀର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଜାନୁୟାରୀ ୧୨ରେ ଏମ୍‌ସ ଗୌହାଟୀରେ ପାଠପଢ଼ା ଆରମ୍ଭ ହୋଇଥିଲା ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ଏମ୍‌ସ ଗୌହାଟୀକୁ ମାର୍ଗଦର୍ଶନ କରୁଥିଲେ। ସଫଳତାର ସହିତ ଏକ ଶିକ୍ଷାବର୍ଷ ସମାପ୍ତ କଲା ପରେ ଏମ୍‌ସ ଗୌହାଟୀ ଏହାର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା କରିବ। ଡ. ଗୀତାଞ୍ଜଳୀ ଏବେ ଏମ୍‌ସ ଗୌହାଟୀର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଛନ୍ତି। ଏମ୍‌ସ ଭୁବନେଶ୍ବର ମାର୍ଗଦର୍ଶନରେ ଏମ୍‌ସ କଲ୍ୟାଣୀ(ପଶ୍ଚିମବଙ୍ଗ) ଏବଂ ଏମ୍‌ସ ଗୌହାଟୀ ସଫଳତାର ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ପୂର୍ବରୁ ସଫଳତାର ସହିତ ଏମ୍‌ସ ପାଟ୍‌ନା ଏବଂ ଏମ୍‌ସ କଲ୍ୟାଣୀର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି।

ଏମ୍‌ସ ଭୁବନେଶ୍ୱର ଡେପୁଟି ଡାଇରେକ୍ଟର ଆଡ୍‌ମିନିଷ୍ଟ୍ରେସନ୍‌(ଡିଡିଏ) ଶ୍ରୀଯୁକ୍ତ ପି କେ ରାୟ ମଧ୍ୟ ଏମ୍‌ସ ଗୌହାଟୀର ଡିଡିଏ ଦାୟିତ୍ବରେ ଅଛନ୍ତିl ଏମ୍‌ସ ଭୁବନେଶ୍ୱରର ଡ. ସୁଦୀପ୍ତ ରଞ୍ଜନ ସିଂ ଏମ୍‌ସ ଗୌହାଟୀର ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏମ୍‌ସ ଭୁବନେଶ୍ୱରର ଅଧ୍ୟାପକମାନେ ଏମ୍‌ସ ଗୌହାଟୀର ପରୀକ୍ଷାର ସଫଳ ପରିଚାଳନା ନିମନ୍ତେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପାଇଛନ୍ତି। ଉଲ୍ଲେଖଯୋଗ୍ୟଯେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଏବଂ ଚିକିତ୍ସା କ୍ଷେତ୍ରରେ ଉନ୍ନତ ଗବେଷଣା ନିମନ୍ତେ ଏମ୍‌ସ ଭୁବନେଶ୍ୱର ଦେଶରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ଭୂମିକା ବହନ କରିଛି।

Nalco
Leave A Reply