ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୨୩ ଜଣଙ୍କ ଶବ ଏମ୍ସ ଭୁବନେଶ୍ବରରେ ସଂରକ୍ଷିତ ରଖାଯାଇଛି। ୧୨୩ ରୁ ୪୩ ଟି ଶବ ହସ୍ତାନ୍ତର ହୋଇଥିବାବେଳେ ବର୍ତ୍ତମାନ ୮୦ ଟି ଶବ ରୁ ୧୫ ଜଣଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ବିଶେଷ କରି ମରଶରୀର କ୍ଷତବିକ୍ଷତ ଓ ଅତି ବୀଭତ୍ସ ସ୍ଥିତିରେ ପହଞ୍ଚିଛି। ଯାହାକୁ ଶବ ସଂରକ୍ଷଣ ଗୃହ ଏବଂ ଆନାଟୋମି ବିଭାଗରେ ରଖାଯାଇଛି। ଏହାକୁ ସଂରକ୍ଷିତ କରି ରଖିବା ଏମ୍ସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି। ତେବେ ଏହି ସବୁ ମୃତଦେହ ରଖିବା ପାଇଁ ଏବେ ଏମ୍ସ ଭୁବନେଶ୍ୱର ପକ୍ଷରୁ କଣ୍ଟେନରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି |
ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼.ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଶବ ସଂରକ୍ଷଣ ପାଇଁ ଏମ୍ସରେ ସମସ୍ତ ପ୍ରକାରର ବୈଜ୍ଞାନିକ ବ୍ୟବସ୍ଥା କରାଯାଇଛି | ୨୪ ଘଣ୍ଟା ଫରେନ୍ସିକ ଲ୍ୟାବ ଖୋଲା ରଖାଯାଇଛି | ଏଯାବତ ୫୦ ପ୍ରତିଶତ କାମ ସରିଛି | ବହୁ ଅନୁଷ୍ଠାନର ବିଶେଷଜ୍ଞମାନେ ମୃତଦେହକୁ ସଂରକ୍ଷଣ କାମରେ ନିୟୋଜିତ ଅଛନ୍ତି | ୨ ଜଣ ଗୁରୁତର ଭାବେ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି |ମୃତଦେହ ଚିହ୍ନଟ ପ୍ରକ୍ରିୟା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା | ମୃତଦେହ ଚିହ୍ନଟରେ ଦ୍ଵନ୍ଦ ହେଲେ ଡିଏନଏ ପରୀକ୍ଷା ହେବ |