ଆସିକା : ଶାନ୍ତି ଓ ଭାଇଚାରା ର ସନ୍ଦେଶ ନେଇ ସାରା ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ କୁ ଆସିକରେ ବ୍ୟାପକ ସ୍ଵାଗତ କରାଯାଇଛି। ଆଜି ଅପରାହ୍ନ ରେଆସିକା ବ୍ଲକ ଓ ଏନ ଏ ସି ପକ୍ଷରୁ ବିଡ଼ିଓ ଫକୀର ଚରଣ ପରିଡାଙ୍କ ନେତୃତ୍ୱରେ ଓ ନିର୍ବାହି ଅଧିକାରୀ ଲୋକନାଥ ବେଜ ଙ୍କ ସଂଯୋଜନା ଅହିଂସା ରଥ କୁ କାଲଷଣ୍ଢ ପୁର ନିକଟରୁ ମହାଡମ୍ବର ରେ ସ୍ୱାଗତ କରାଯାଇଥିଲା। ଏକ ବିରାଟ ଶୋଭାଯାତ୍ରା ବାଦ୍ୟ ଵାଜଣା ରେ କଳିଙ୍ଗ ରୋଡ଼ ଲକ୍ଷ୍ମୀ ବଜାର,ବିନାୟକ ବଜାର, କୋର୍ଟ ଛକ, ମହାତ୍ମା ଗାନ୍ଧୀ ରୋଡ଼ ସୁନାମ୍ବ ସାହି ତାଲୁକା ରୋଡ଼ ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚିଥିଲା ।ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ବାହାରିଥିବା ଏହି ରଥ କୁ ସମ୍ବର୍ଦ୍ଧିତ କରିବା ସହିତ ଏକ ସ୍ୱତନ୍ତ୍ର ସଭା ଆୟୋଜନ କରାଯାଇଥିଲା ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ,ସାଂସଦ ପ୍ରମିଳା ବିଷୋୟୀ, ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ ବିଡ଼ିଓ ଫକୀର ଚରଣ ପରିଡା,ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଏନ ଏ ସି ନିର୍ବାହି ଅଧିକାରୀ ଲୋକନାଥ ବେଜ, ଯୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗ ଥିଲେ। ଏହି ଅବସରରେ ଆସିକା ବ୍ଲକ ଓ ଏନ ଏ ସି ଅଞ୍ଚଳ ର୧୨ ସ୍ୱାଧୀନତା ସଂଗ୍ରାମୀଙ୍କ ଧର୍ମପତ୍ନୀ ଙ୍କୁ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ନଗର ବିଜେଡି ସଭାପତି ସତ୍ୟ ନାରାୟଣ ସ୍ଵାଇଁ, ବ୍ଲକ ଯୁବ ବିଜେଡି ସଭାପତି ଶିବ ନାହାକ, ଭଗବାନ ସାହୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ବହୁ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ ଦୁଇ ହଜାର ରୁ ଉର୍ଦ୍ଧ୍ୱ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ। ଭିଡ଼ କୁ ଦୃଷ୍ଟି ରେ ରଖି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ନେତୃତ୍ବରେ ଏକାଧିକ ପୋଲିସ ଟିମ ନିୟୋଜିତ ହୋଇଥିଲେ।
