Odisha news

ଅଗ୍ନିପଥ କୁ ନେଇ ସେନାର ବଡ଼ ଅପଡେଟ : ଆସନ୍ତା ଶୁକ୍ରବାରରୁ ଆରମ୍ଭ ହୋଇଯିବ ଭର୍ତି ପ୍ରକ୍ରିୟା

0

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନା କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥିବା ସମୟରେ ସେନା ପ୍ରମୁଖ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଦିନ କହିଛନ୍ତି ଯଥା ଶୀଘ୍ର ଭର୍ତି  ପ୍ରକ୍ରିୟା ଆରମ୍ଭ କରାଯିବ l ସେ କହିଛନ୍ତି ୨୦୨୨ ରେ ଅଗ୍ନିପଥ ଯୋଜନା ଅନୁସାରେ ଆୟୁଷିମା ୨୧ ରୁ ବୃଦ୍ଧି ହୋଇ ୨୩ କରିବା ପାଇଁ ସରକାର ନିର୍ଣ୍ଣୟ କରିଛନ୍ତି l ସେହି ଯୁବକ ମାନଙ୍କୁ ଅବସର ପ୍ରଦାନ କରାଯିବ ଯେଉଁମାନେ ସେନାରେ ଭର୍ତି ହେବା ପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ଗତ ୨ବର୍ଷ ରୁ କରୋନା ମହାମାରୀ କାରଣରୁ ଏପରି କରି ପାରିବ ନାହିଁ l ଅନ୍ୟ ଏୟାର ଚିଫ ମାର୍ଶାଲ ବି.ଆର ଚୌଧୁରୀ କହିଛନ୍ତି ଆସନ୍ତା ଶୁକ୍ରବାର ଠାରୁ ଅର୍ଥାତ ଜୁନ୍ ୨୪ ରୁ ଭର୍ତି ପ୍ରକ୍ରିୟା ଆରମ୍ଭ ହେବ l

http://joinindianarmy.nic.in ରେ ସୂଚନା ଜାରି କରାଯିବ l ଏହାପରେ ସେନା ରେ ଭର୍ତି ର ବିସ୍ତୃତ କାର୍ଯ୍ୟକ୍ରମ ବିଷୟରେ ତଥ୍ୟ ପ୍ରଦାନ କରାଯିବ l ସେ କହିଛନ୍ତି ସେନାକୁ ବୟସ ସୀମାକୁ ନେଇ ଛୁଟ ମିଳିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତି ମିଳି ସାରିଛି l ଏହା ସହିତ ସେନା ଅଧକ୍ଷ ଭାରତୀୟ ଯୁବା ମାନଙ୍କୁ ଅଗ୍ନିବୀର ଯୋଜନାରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି l ଜେନେରାଲ ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି ଖୁବ ଶୀଘ୍ର ଭର୍ତି ପ୍ରକ୍ରିୟା ଘୋଷଣା କରାଯିବ l

ଗୁରୁବାର ଦିନ ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆୟୁ ସୀମା କୁ ୨୧ ରୁ ୨୩ କୁ ବୃଦ୍ଧି କରିଛନ୍ତି l ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଚଳିତ ବର୍ଷ ପାଇଁ କେବଳ ଏହି ଛୁଟ ଦିଆଯାଇଛି l

Leave A Reply

Your email address will not be published.