Odisha news

ଅଗ୍ନିପଥ ସ୍କିମ କଣ ଓ କିଏ ହେବେ ଅଗ୍ନି ବୀର ? ଯାହାକୁ ନେଇ ଦେଶରେ ତେଜିଛି ବିବାଦ

0
ନୂଆଦିଲ୍ଲୀ : ଦେଶର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୁନ ୧୪ ତାରିଖରେ ଅଗ୍ନିପଥ ନାମରେ ଗୋଟିଏ ଯୋଜନାର ଘୋଷଣା କରିଥିଲେ l ଭାରତୀୟ ସେନାକୁ ନେଇ ଗୋଟିଏ ବଡ ପରିବର୍ତ୍ତନ ହେବାକୁ ଯାଉଛି l ଆର୍ମି, ନେଭି, ଓ ଏୟାରଫୋର୍ସ ରେ ବର୍ତମାନ ଅଗ୍ନିପଥ ସ୍କିମ ଅନୁସାରେ ଅଗ୍ନିବୀର ଙ୍କୁ ଭର୍ତି କରାଯିବ l ଏମାନେ ସୈନିକ ହେବେ କିନ୍ତୁ ଏମାନଙ୍କ ଚାକିରୀ ନିୟମ ବର୍ତମାନ ର ସୈନ୍ୟ ଙ୍କ ଠାରୁ ସମ୍ପୂର୍ଣ ଅଲଗା ହେବ , କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଏହି ଯୋଜନା ମାଧ୍ୟମ ରେ ଦେଶରୁ ବେକାରୀ ସମସ୍ୟା ଦୂର ହେବ। ଦେଶର ରକ୍ଷା ମନ୍ତ୍ରୀ ଙ୍କ ଏହି ଯୋଜନା ଅନୁସାରେ ୪ବର୍ଷ ପାଇଁ ସଶସ୍ତ୍ର ସେନାରେ ଯୁବକ ମାନଙ୍କୁ ଭର୍ତି କରାଯିବ l ଏହି ଯୋଜନା ଅନୁସାରେ ବଛା ଯାଇଥିବା ଯୁବକ ମାନଙ୍କୁ ଅଗ୍ନିବୀର କୁହାଯିବ ଓ ଚଳିତ ବର୍ଷ ପାଖାପାଖି ୪୬ ହଜାର ଯୁବକ ଙ୍କୁ ସେନାରେ ସାମିଲ କରିବାର ଯୋଜନା ରହିଛି l କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଦେଶର ଅଲଗା ଅଲଗା ରାଜ୍ୟ ରେ ଏହି ଯୋଜନା କୁ ନେଇ ଅସନ୍ତୋଷ ଦେଖା ଦେଇଛି ।
ଯୁବକ ମାନେ କାହିଁକି କରୁଛନ୍ତି ବିରୋଧ –
ଦେଶର ଅଧିକାଂଶ ରାଜ୍ୟ ରେ ଯୁବକ ମାନେ ଏହି ଯୋଜନା କୁ ନେଇ ପ୍ରଦର୍ଶନ କରୁଛନ୍ତି । ବିହାର, ଉତ୍ତର ପ୍ରଦେଶ, ଝାରଖଣ୍ଡ ପ୍ରଭୃତି ରାଜ୍ୟରେ ଉତେଜନା ତୀବ୍ର ଭାବରେ ଦେଖା ଦେଇଛି । ସେନା ରେ ଭର୍ତ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକ ମାନେ ଦୀର୍ଘ ଦିନ ପରିଶ୍ରମ କରିବା ପରେ ସେନା ବାହିନୀ ରେ ଭର୍ତ୍ତି ହେବାର ସୁଯୋଗ ପାଇ ଥାଆନ୍ତି । ଏପରି ସ୍ଥିତି ରେ ୪ ବର୍ଷ ପାଇଁ ସେନା ରେ ଚାକିରି କୁ ଗ୍ରହଣ କରି ପାରୁ ନାହାଁନ୍ତି । ପ୍ରଦର୍ଶନ କରୁଥିବା ଛାତ୍ର ମାନେ ସରକାର ଙ୍କୁ ତୁରନ୍ତ ଏହି ଯୋଜନା ଫେରାଇ ନେବାକୁ ଅପିଲ୍ କରିଛନ୍ତି ।
‘ ଅଗ୍ନିପଥ ଯୋଜନା କଣ ‘ ?
କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନା ଅନୁସାରେ ଚଳିତ ବର୍ଷ ୪୬ ହଜାର ଯୁବକ ଙ୍କୁ ସଶସ୍ତ୍ର ସେନାରେ ଭର୍ତ୍ତି କରିବାର ଯୋଜନା ରହିଛି । ଯୋଜନା ଅନୁସାରେ ଯୁବକ ମାନଙ୍କୁ ୪ବର୍ଷ ପାଇଁ ଭର୍ତି କରାଯିବ ଓ ତାଙ୍କୁ ଅଗ୍ନିବୀର କୁହାଯିବ । ଅଗ୍ନିବିର ଙ୍କ ବୟସ ସୀମା ୧୮- ୨୧ ବର୍ଷ ରହିଛି, ପ୍ରତି ମାସରେ ୩୦- ୪୦ ହଜାର ବେତନ ରହିଛି । ଯୋଜନା ଅନୁସାରେ ଭର୍ତି ହୋଇଥିବା ୨୫ ପ୍ରତିଶତ ଯୁବକଙ୍କୁ ସେନାରେ ଆଗକୁ ଚାକିରୀ ମିଳିବ ଓ ବାକି ୭୫ ପ୍ରତିଶତ ଯୁବକ ଚାକିରୀ ରୁ ବହିଷ୍କୃତ କରାଯିବ ।
କେଉଁ ରାଜ୍ୟରେ ସରକାର କଣ ମତ ଦେଇଛନ୍ତି ଏହି ଯୋଜନାକୁ ନେଇ -:
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଭାରତୀୟ ସେନା ଦେଶର ଗର୍ବ ଓ ଗୌରବ , ଭାରତୀୟ ସେନା ଆମର ହିରୋ ଓ ରୋଲ ମଡେଲ ଅଟନ୍ତି । ସେ କହିଛନ୍ତି ଯେ ଯେଉଁ ଯବାନ ମାନେ ଅଗ୍ନି ପଥ ଯୋଜନାରେ ଯୋଗ ଦେଇଥିବା ସେମାନଙ୍କୁ ୪ବର୍ଷ ପରେ ରାଜ୍ୟର ପୋଲିସ ସେବାରେ ଚାକିରୀ ମିଳିବ ।
ଏହାଛଡା ଉତ୍ତର ପ୍ରଦେଶର ଯୋଗୀ ସରକାର ମଧ୍ୟ ରାଜ୍ୟର ପୋଲିସ ବାହିନୀ ରେ ଅଗ୍ନୀବିର ଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି । ଏହାଛଡା ଆସାମ ମୁଖ୍ୟମନ୍ତ୍ରୀ , ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୪ବର୍ଷ ପରେ ଏହି ଅଗ୍ନିବୀର ଙ୍କୁ ରାଜ୍ୟ ପୋଲିସ ବାହିନୀ ରେ ସାମିଲ କରାଯିବ ।
Leave A Reply

Your email address will not be published.