Odisha news

ଆଗରପଡ଼ା : ହାତୀ କରିଡ଼ର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ଗ୍ରାମବାସୀ

0

ଆଗରପଡ଼ା :  ଆଗରପଡ଼ା ନିକଟସ୍ଥ ହଦଗଡ଼ ଅଭୟାରଣ୍ୟରୁ ଗୋଟିଏ ଦନ୍ତାହାତୀ ସମେତ ମାଇହାତୀ ବନ୍ତ ବ୍ଲକର ପାଟକନା, ମହାନ୍ତିପଡ଼ା, ରାଉତରାପୁର ଗ୍ରାମକୁ ଆସି ଧାନ, ପଣସ, ସପୁରୀ, ରବି ·ଷ, ପନିପରିବା ଫସଲ ଖାଇ ନଷ୍ଟ କରିବା ସହିତ ଶହଶହ ଏକର ·ଷଜମି ଉଜାଡ଼ି ଦେଉଛନ୍ତି । ହାତୀକୁ ସୁରକ୍ଷିତ ରଖିବାକୁ ଯାଇ ମଣିଷ ଜୀବନ ବାଜି ଲାଗୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହଦଗଡ଼ ଅଭୟାରଣ୍ୟ ରେ ହାତୀ କରିଡ଼ର ନିର୍ମାଣ ନିମନ୍ତେ ବାରମ୍ବାର ଅଞ୍ଚଳବାସୀ ନିବେଦନ କରିଆସୁଥିଲେ ବି କାର୍ଯ୍ୟର ଅଗ୍ରଗତି ହୋଇପାରୁ ନାହିଁ । ବିଶେଷ ଭାବେ ଏହି ପ୍ରସ୍ତାବିତ କରିଡ଼ର ମଧ୍ୟରେ ବିଦୁ୍ୟତ ତାର ଯାଇଥିବାରୁ ଏହା ହାତୀର ଜୀବନ ପ୍ରତି ପ୍ରଧାନ ବିପଦ ହୋଇଛି । ଅପରପକ୍ଷେ ବିଦୁ୍ୟତ ବିଭାଗ ସନ୍ଧ୍ୟାପରେ ସଂପୃକ୍ତ ଅଞ୍ଚଳରେ ବିଦୁ୍ୟତକାଟ କରୁଥିବାରୁ ଗ୍ରୀଷ୍ମଦିନ ମାନଙ୍କରେ ଲୋକେ ଅଂଶୁଘାତରେ ଶିକାର ହେବା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଘୋର ଅବ୍ୟବସ୍ଥା ଦେଖା ଦେଉଛି ।

ତେଣୁ ଏହି ସମସ୍ୟାର ଦୂରୀକରଣ ନିମନ୍ତେ ବନ ବିଭାଗ ତରଫରୁ ସୋଲାର ଲାଇଟର ବ୍ୟବସ୍ଥା କରିବା ତଥା ବିଦୁ୍ୟତ ବିଭାଗ ତରଫରୁ ହାତୀ କରିଡ଼ର ମଧ୍ୟରେ ଲମ୍ବ ବିଦୁ୍ୟତଖୁଣ୍ଟ ଓ କେବୁଲ ତାର ଲଗାଇବା ନିମନ୍ତେ ଦାବୀ ଜୋର ଧରିଛି । ହାତୀର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ହାତୀକରିଡରÿରେ ବିଦୁ୍ୟତ ଲାଇନର ପୁର୍ନଗଠନ ନିମନ୍ତେ ଭଦ୍ରକ ବିଦୁ୍ୟତ ଅଫିସ ବାଲେଶ୍ୱରକୁ ଅଟକଳ ପଠାଇଥିଲେ । ବାଲେଶ୍ୱର ଅଫିସ ତାଙ୍କର ଚିଠି ନଂ ୭୦୫ ତା ୩୧-୧-୨୦ ରେ ଭୁବନେଶ୍ୱର ଏନର୍ଜି ବିଭାଗକୁ ଲମ୍ବଖୁଣ୍ଟ ଓ କେବୁଲ ତାର ନିମନ୍ତେ ୬ କୋଟି ୫୮ଲକ୍ଷ ଟଙ୍କାର ଅଟକଳ ପଠାଇଥିଲେ । ତାହା ଏ ଯାବତ କାର୍ଯ୍ୟକାରୀ ନହେବାରୁ ପାଟକନା, ରାଉତରାପୁର ଓ ମହାନ୍ତିପଡ଼ାର ଗ୍ରାମବାସୀଙ୍କ ସମେତ ୧୪ନଂ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ବ୍ଲକ ବିଜେଡ଼ି ସମ୍ପାଦକ ଅଶୋକ ପାଣିଗ୍ରାହୀ, ସମିତିସଭ୍ୟ ଦିଲ୍ଲିପ ପୁହାଣ, ଭୀଷ୍ମେଶ୍ୱର ଦାସ, ସତ୍ୟାନନ୍ଦ ଘଡ଼େଇ, ମାୟାଧର ନାୟକ ପ୍ରମୁଖ ତୁରନ୍ତ ଭୁବନେଶ୍ୱର ନେସ୍କୋ ୟୁଟିଲିଟ ଏ ଦିଗରେ ଧ୍ୟାନ ଦେଇ ଯୁଦ୍ଧକାଳୀନ ଭିତ୍ତରେକାର୍ଯ୍ୟ କରିବାକୁ ସ୍ଥାନୀୟ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇଛନ୍ତି ।

Leave A Reply