ଆଗରପଡ଼ା : ପରିବେଶ ତଥା ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ତଥା ଜୈବ ବିବିଧତା ନିମନ୍ତେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ହୃଦୟଙ୍ଗମ କରି ପଢିଆରୀପଲ୍ଲୀ ପଞ୍ଚାୟତର ଏସସିବି ଫାଉଣ୍ଡସେନ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଆଜି ବିଶ୍ୱପରିବେଶ ଦିବସ ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷ ଶିକ୍ଷାବିତ ଅଲେଖ ଚନ୍ଦ୍ର ବେହେରା ଓ ସଦସ୍ୟ ସୁରେନ୍ଦ୍ର ବେହେରା,ଅନୀଲ କୁମାର ସାହୁ, କେଶବ ଚନ୍ଦ୍ର ବେହେରା, ସୌଭାଗ୍ୟ କୁମାର ସାହୁ, ପୁରୁଷୋତ୍ତମ ମହାକୁଢ, ସନାତନ ଦେହୁରୀ, ସନ୍ତୋଷ କୁମାର ସାହୁ, ପଙ୍କଜ ତ୍ରିପାଠୀ, ଶ୍ରୀକାନ୍ତ ବେହେରା, ଚନ୍ଦ୍ରମଣି ବେହେରା ପ୍ରମୁଖ କାହାଳିଆଗଢିଆ, କୁରାଡ଼ିଘଷା ରାସ୍ତାର ଉଭୟ ପାଶ୍ୱର୍ରେ ନଡ଼ିଆ, ନିମ୍ବ, ଆକାଶୀ, ବଉଳ ବୃକ୍ଷରୋପଣ କରିଛନ୍ତି ।
କେବଳ ବୃକ୍ଷରୋପଣ କରିଦେଲେ ଯେ କାର୍ଯ୍ୟ ସରିଗଲା ତାହା ନୁହେଁ ଏହାକୁ କିପରି ବଞ୍ଚାଇ ରଖାଯିବ ସେ ବିଷୟରେ ଅଧ୍ୟକ୍ଷ ଶ୍ରୀ ବେହେରା ସଦସ୍ୟମାନଙ୍କୁ ପରବର୍ତ୍ତି ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ । ଫାଉଣ୍ଡେସନ ପକ୍ଷରୁ ବର୍ଷ ତମାମ ଲୋକମାନେ ସେମାନଙ୍କର ବାଡ଼ି ବଗି·ରେ ବ୍ୟାପକ ବୃକ୍ଷରୋପଣ କରିବାକୁ ସଚେତନ କରାଯିବା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ପୂର୍ବରୁ ବିଭିନ୍ନ ସ୍କୁଲରେ ବୃକ୍ଷରୋପଣ କରିବା ସହିତ ସେଗୁଡ଼ିକ ବଞ୍ଚାଇ ରଖିବା ନିମନ୍ତେ ଯନô କରି ଆସୁଛନ୍ତି ।