Odisha news

ବନବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ

0

ଆଗରପଡ଼ା : ଆଗରପଡ଼ା ଥାନା ଅଧିନ ମହାନ୍ତିପଡ଼ା ଗ୍ରାମର ପାଗଳା ବେହେରା (୭୭) ଏକ ଦନ୍ତାହାତୀ ଆକ୍ରମଣରେ ଗତ ମେ ୩୧ ତାରିଖରେ ମୃତୁ୍ୟ ବରଣ କରିଥିଲେ । ସରକାରୀ ନିୟମ ମୁତାବକ ମୃତକଙ୍କ ପରିବାରକୁ ଭଦ୍ରକ ବନଖଣ୍ଡ ଅଧିକାରୀ ଙ୍କ ନିଦେ୍ର୍ଦଶ କ୍ରମେ ଭଦ୍ରକ ରେଞ୍ଜ ବନାଞ୍ଚଳ ଅଧିକାରୀ ରଞ୍ଜିତ ମହାନ୍ତି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସଙ୍ଗେସଙ୍ଗେ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ।

ମୃତକଙ୍କ ବିଧବା ପନôୀ ସୁନ୍ଦା ବେହେରାଙ୍କୁ ୪୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତିି । ଅବଶିଷ୍ଟ ୩ ଲକ୍ଷ,୬୦ହଜାର ଟଙ୍କା ମୃତକଙ୍କ ଉତ୍ତରାଧିକାରୀ ପ୍ରମାଣ ପତ୍ର, ଶବବ୍ୟବଚ୍ଛେଦ ରିପୋର୍ଟ, ମୃତୁ୍ୟ ପ୍ରମାଣ ପତ୍ର ପ୍ରସ୍ତୁତ ପରେ ତାଙ୍କ ପରିବାରକୁ ମିଳିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ସହାୟତା ପ୍ରଦାନ ବେଳେ ଅତିରିକ୍ତ ବନାଞ୍ଚଳ ଅଧି  କାରୀ ରାଜ କିଶୋର ଦାସ, ଆଗରପଡ଼ା ବନପାଳ ବସନ୍ତ ମାଝୀ, ବନରକ୍ଷୀ କୁମୁଦ ସାହୁଙ୍କ ସମେତ ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା, ଗ୍ରାମବାସୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।

Leave A Reply