ଆଗରପଡ଼ା : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଦାସସାହିର ସୁରତ୍ନ ଦାସ (୫୦) ବେଙ୍ଗାଲୋରର ଏକ ଘରୋଇ କମ୍ପାନୀର କାର୍ଯ୍ୟକରୁଥିବା ବେଳେ ମୃତୁ୍ୟ ବରଣ କରିଥିଲେ । ସେଠାରେ ଥିବା ପ୍ରବାସୀ ଓଡ଼ିଆ ମାନେ ତାଙ୍କ ଶବକୁ ସକôାର କରାଇ ସେଠାରେ ରହିଥିବା ତାଙ୍କ ପରିବାରବର୍ଗଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ । ବୁଧବାର ତାଙ୍କର ଏକାଦଶାହ କ୍ରିୟା ଅନୁଷ୍ଠିତ ଗ୍ରାମରେ ଅନୁଷ୍ଠିତ ହେବ । ମାତ୍ର ସଂପୃକ୍ତ ପରିବାର ପାଖରେ କାଣିକୁଡ଼ିଟିଏ ନଥିବାରୁ ପରିବାରର ସଦସ୍ୟମାନେ ଚିନ୍ତିତ ଅବସ୍ଥାରେ ଥିଲେ ।
ଖବର ପାଇ ଏହି ବ୍ଲକର ଅଗ୍ରଣୀ ସାମାଜିକ ସଙ୍ଗଠନ ୟୁନିଟ ଫର ସେବାର ସଦସ୍ୟମାନେ ତାଙ୍କ ଘରକୁ ଯାଇ ବିଧବା ସ୍ତ୍ରୀ ମନୋରମା ଦାସଙ୍କୁ ଭେଟି ସମବେଦନା ଜଣାଇବା ସହିତ ରାସନ ସାମଗ୍ରୀ ଓ ପନିପରିବା ଯୋଗାଇ ଦେଇଛନ୍ତି । ୟୁନିଟ ଫର ସେବାର ଅମରେନ୍ଦ୍ର ବାରିକ, ରାକେଶ ଭୂୟାଁ, ବାପୁନ ବାରିକ, ସରୋଜ ପଲେଇ, ମନୋଜ ବାରିକ, ଆଶିଷ ଭୂୟାଁ, ସୁନୀଲ ଦାସ, ଦିପ୍ତୀପ୍ରକାଶ ରାଉତ ଏବଂ ସିଦ୍ଧ ଦୁର୍ଗା ଟ୍ରଷ୍ଟର ଭରତ ବାରିକ ଉପସ୍ଥିତ ଥିଲେ ।
ପ୍ରକାଶଥାଉକି ଏହି ପରିବାରର ·ଳଛପର ଘରଟି ଭୌତିକକାଣ୍ଡ ଘଟି ଏକାଧିକବାର ନିଅାଁ ଲାଗିଥିବା ବେଳେ ଗତ ମାର୍ଚ୍ଚ ୨ରେ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଉକ୍ତ ପରିବାର ଭଙ୍ଗାଘରେ କାଳାତିପାତ କରୁଥିବାବେଳେ ପ୍ରଶାସନ ତାଙ୍କୁ ଗୃହ ଓ ରାସନ ସାମଗ୍ରୀ ତୁରନ୍ତ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।