ଆଗରପଡ଼ା : ଆଗରପଡ଼ା ନିକଟସ୍ଥ ଓଡ଼ଙ୍ଗ ପଞ୍ଚାୟତ ୧୩ ନଂ ୱାର୍ଡ଼ ବୋଡ଼କପାଟଣା ଗ୍ରାମର ପ୍ରତାପ ବେହେରା ବୟସ ୪୪ । ·ଷ କରିବା ସହିତ ବରପଦା ବଜାରରେ ପୂଜାସାମଗ୍ରୀ ଦୋକାନ କରି ନିଜର ୭ ପ୍ରାଣୀ କୁଟୁମ୍ବ ପୋଷନ୍ତି । ଆଜକୁ ୪ ମାସ ତଳେ ଆଖିରୁ ପାଣି ଗଡ଼ି ଯନ୍ତ୍ରଣା ଭୋଗ କରିବାରୁ ସେ ଭଦ୍ରକ ଡ଼ାକ୍ତରଙ୍କୁ ଦେଖାଇବା ପରେ ତାଙ୍କ ପରାମର୍ଶ କ୍ରମେ କଟକ ବଡ଼ଡ଼ାକ୍ତରଖାନାର ଚକ୍ଷୁ ବିଭାଗରେ ଦେଖାଇଥିଲେ । ସେଠାକାର ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଶେଷରେ ଏ.ବି ପ୍ରସାଦ କଟକରେ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ସେଠାରେ ଚକ୍ଷୁର ରକ୍ତ ଜମିଥିବାରୁ ତୁରନ୍ତ ଅପରେସନ ନିମନ୍ତେ ପରାମର୍ଶ ଦିଆଯାଇଥିଲା । ପ୍ରତାପ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ଓ କେରାନା ସମୟରେ ଦୋକାନ ବଜାର ବନ୍ଦ ଯୋଗୁଁ ସୀମିତ ଆୟ ମଧ୍ୟରେ ପରିବାର ଚଳାଇବା ଅସମ୍ଭବ ହୋଇପଡ଼ୁଛି । ତେଣୁ ଭାଗ୍ୟକୁ ଆଦରି ସେ ଅର୍ଥାଭାବରୁ ଅପରେସନରୁ କ୍ଷାନ୍ତ ରହିଥିଲେ ।
ତେବେ ଏ ବିଷୟରେ ବରପଦା ସ୍ଥିତ ସିଦ୍ଧଦୁର୍ଗା ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଜାଣିବା ପରେ ତାଙ୍କ ଘରକୁ ଯାଇ ସମସ୍ତ କଥା ପ·ରି ବୁଝିଥିଲେ । ପରେ ଭଦ୍ରକ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟୁଇଟ ଦ୍ୱାରା ଜଣାଇଥିଲେ । ଜିଲ୍ଲାପାଳଙ୍କ ଅଫିସକୁ ଟୁଇଟ ଯିବାପରେ ରାଷ୍ଟ୍ରୀୟ ବାୟୁସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଡ଼ାକ୍ତର ଶଶୀକାନ୍ତ ପଣ୍ଡା, ଡ଼ା. ଏଲିନା ମିଶ୍ର, ସ୍ୱାସ୍ଥ୍ୟକର୍ମ ମନୋଜ ସ୍ୱାଇଁ ପ୍ରମୁଖ ବୁଧବାର ପ୍ରତାପଙ୍କ ଘରକୁ ଯାଇ ଘଟଣାର ସତ୍ୟାସତ୍ୟ ପ·ରି ବୁଝିଥିଲେ । ସମସ୍ତ ବିଷୟ ଜାଣିବା ପରେ ହେଲ୍ଥ ଗ୍ରୁପରେ ରିପୋର୍ଟ କରାଯାଇଛି । ମାତ୍ର ପ୍ରତାପନଙ୍କ ଦୁଃଖ ଦୂର କରିବାରେ ପ୍ରଶାସନ କିପରି ସହଯୋଗ କରୁଛି ତାହା ଦେଖିବାକୁ ବାକି ରହିଲା । ଅନ୍ୟପକ୍ଷରେ ଗୁରୁବାର ସିଦ୍ଧଦୁର୍ଗା ଟ୍ରଷ୍ଟର ଅଧ୍ୟକ୍ଷ ଭରତ ଚନ୍ଦ୍ର ବାରିକ, ସଭ୍ୟ ପଦ୍ମଲୋଚନ ବେହେରା, ସଞ୍ଜୟ ବାରିକ, ସୁଦାମ ବାରିକ, ରାକେଶ ଭୂୟାଁ ପ୍ରମୁଖ ପ୍ରତାପଙ୍କ ଘରକୁ ଯାଇ ତାଙ୍କୁ ଆଶ୍ୱସନା ଦେବା ସହିତ ୧ ମାସର ରାସନ ପ୍ରଦାନ କରିଛନ୍ତି ।
