Odisha news

କାହିଁକି ସୂର୍ଯ୍ୟାସ୍ତ ପରେ ଭୋଜନ ଗ୍ରହଣ କରୁ ନଥିଲେ ମୁନି ଋଷି ? କଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ

0
ପ୍ରାଚୀନ ଭାରତୀୟ ସଂସ୍କୃତି , ରୀତିନୀତି , ଜୀବନ ଶୈଳୀ, ଚିକିତ୍ସା ପଦ୍ଧତି ସାରା ବିଶ୍ବରେ ପ୍ରସିଦ୍ଧ । ଭାରତ ଗୋଟିଏ ବହୁ ଧର୍ମର ରାଷ୍ଟ୍ର । ଯେଉଁ ଠାରେ ଲୋକେ ନିଜର ଧର୍ମ ର ପ୍ରଥା ଓ ଚାଲିଚଳନ କୁ ନେଇ ଜୀବନ ଅତିବାହିତ କରି ଥାଆନ୍ତି ।
ସେହି ଧର୍ମ ମାନଙ୍କ ମଧ୍ୟରୁ ଗୋଟିଏ ଧର୍ମ ହେଲା ଜୈନ ଧର୍ମ । ଜୈନ ଧର୍ମ ର ପରମ୍ପରା ଅନୁସାରେ ସୂର୍ଯ୍ୟାସ୍ତ ପରେ ଭୋଜନ ଗ୍ରହଣ ବର୍ଜନୀୟ ଅଟେ । ଏହାଛଡା ପ୍ରାଚୀନ ଭାରତୀୟ ମୁନି ଋଷି ମଧ୍ୟ ସୂର୍ଯ୍ୟାସ୍ତ ପରେ ଭୋଜନ ଗ୍ରହଣ କରୁ ନଥିଲେ । ମୁନି ଋଷି ମାନେ ପୂର୍ବେ ସୂର୍ଯ୍ୟାସ୍ତ ପରେ ଭୋଜନ ଗ୍ରହଣ ନକରିବାର ୨ଟି ପ୍ରମୁଖ କାରଣ ହେଲା ଅହିଂସା ଓ ସ୍ବାସ୍ଥ୍ୟ ।
ଏହିସବୁ କାରଣରୁ ସୂର୍ଯ୍ୟାସ୍ତ ପରେ ଭୋଜନ ଗ୍ରହଣ କରିବା ଉଚିତ୍ ନୁହେଁ :-
– ଏହା ବୈଜ୍ଞାନିକ ତଥ୍ୟ ଅଟେ କି ରାତ୍ରି ସମୟ ରେ ସୂକ୍ଷ୍ମ ଜୀବ ମାନେ ଅଧିକ ମାତ୍ରାରେ ଚାରିଆଡେ ବ୍ୟାପି ଥାଆନ୍ତି , ଯେଉଁ କାରଣରୁ ପୂର୍ବେ ଆଲୋକ ନଥିବାରୁ ଖାଦ୍ୟରେ ପ୍ରବେଶ କରିବାର ଭୟ ରହିଥିଲା ।
– ଖାଦ୍ୟ ଖାଇବା ଦ୍ବାରା ଏହି ଜୀବମାନେ ପେଟ ମଧ୍ୟକୁ ଯିବାର ଭୟ ରହୁଥିଲା , ଏହା ଜୈନ ଧର୍ମ ରେ ହିଂସା ର କାରଣ ଦର୍ଶାଇ ଥାଏ । ତେଣୁ ଜୈନ ଧର୍ମ ରେ ରାତ୍ରି ଭୋଜନ ବର୍ଜନୀୟ ଅଟେ ।
– ଏହି ପରମ୍ପରା ସହିତ ଜଡ଼ିତ ଆଉ ଗୋଟିଏ କାରଣ ସ୍ବାସ୍ଥ୍ୟ ଉପରେ ସମ୍ବର୍ଦ୍ଧିତ । ସୂର୍ଯ୍ୟାସ୍ତ ପରେ ଆମର ପାଚନ ଶକ୍ତି ମାନ୍ଦା ହୋଇଯାଇ ଥାଏ । ଯାହାକି ଖାଦ୍ୟ ହଜମ ହେବାରେ ବାଧା ସୃଷ୍ଟି କରିଥାଏ । ତେଣୁ ପ୍ରାଚୀନ ଭାରତୀୟ ସଭ୍ୟତା ରେ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଖାଇବା ଉଚିତ୍ ବୋଲି କୁହାଯାଇଛି ।
– ପ୍ରାଚୀନ ଯୋଗ ପଦ୍ଧତିରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଭୋଜନ ବର୍ଜନୀୟ ଅଟେ । କାରଣ ଆମର ପାଚନ ତନ୍ତ୍ର ପଦ୍ମ ସଦୃଶ ଅଟେ । ଯାହାର ତୁଳନା ବ୍ରହ୍ମ କମଳ ସହିତ କରାଯାଇଛି । ତେଣୁ ସୂର୍ଯ୍ୟାସ୍ତ ପରେ ପଦ୍ମ ମଧ୍ୟ ନିବୁଜ ହୋଇ ଯାଇଥାଏ ।
– ପାଚନ ତନ୍ତ୍ର ଯଦି ପ୍ରଭାବିତ ହୋଇଥାଏ ତେବେ ଶରୀର ନାନାଦି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ ବୋଲି ଆୟୁର୍ବେଦ ରେ କୁହାଯାଇଛି ।
– ବିଜ୍ଞାନ ଯୁଗରେ ବୈଜ୍ଞାନିକ ମାନଙ୍କ ମତରେ କୁହାଯାଇଛି ଯେ ଯେ ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ଭୋଜନ ଗ୍ରହଣ କରିବା ତେବେ ବାତ ପିତ୍ତ କଫ ସମସ୍ୟା ଠାରୁ ଦୂରେଇ ରହିବା । ଏହାଛଡା ମଧୁମେହ , ରକ୍ତଚାପ , ଥାଇରଏଡ, ଓଜନ ବୃଦ୍ଧି, ଏବଂ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଳି ଦୈନନ୍ଦିନ ଜୀବନର ୫ଟି ରୋଗ ଠାରୁ ଦୂରେଇ ରହିବା ।
Nalco
Leave A Reply