ନିୟମିତ ଜୀବନ ରେ ଖାଦ୍ୟ କୁ ସବୁଠୁ ଗୁରୁତ୍ୱ ଦିଆଯାଇ ଥାଏ , ତାହା ପୁଣି ବିଶେଷ ଭାବରେ ରାତ୍ରି ଭୋଜନ କୁ l କାହିଁକି ନ ଏହାଦ୍ୱାରା ଆମକୁ ପୋଷାକ ତତ୍ୱ ଓ ଏନର୍ଜି ମିଳିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ରାତ୍ରି ଭୋଜନ ର ପରବର୍ତୀ ସମୟ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ଅନେକ ସମୟରେ ଲୋକେ ରାତ୍ରି ଭୋଜନ ପରେ ଏଭଳି ଅନେକ ଭୁଲ କରି ଥାଆନ୍ତି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ l ରାତ୍ରି ଭୋଜନ ପରେ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଉଚି ନୁହେଁ ଓ ଏଭଳି କିଛି କ୍ରଯ ରହିଛି ଯାହାକୁ କରିବା ନିହାତି ଜରୁରୀ l
ଭୋଜନ ପରେ ଏହି କାର୍ଯ୍ୟ କରିବା ଉଚିତ ନୁହେଁ –
– ରାତ୍ରି ଭୋଜନ ରେ ଅଧିକ ଭଜନ କରିବା ଉଚିତ ନୁହେଁ l ଖୁବ ଅଧିକ ଭୋଜନ କରିବା ଦ୍ୱାରା ଓଜନ ବୃଦ୍ଧି, ବଦହଜମି ଓ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ l
– ରାତ୍ରି ଭୋଜନ ପରେ ଆଦୌ ମଦ୍ୟ ପାନ କରିବା ଉଚିତ ନୁହେଁ l ଏହାଦ୍ୱାରା ଏସିଡ଼ି ସୃଷ୍ଟି ହୋଇଥାଏ, ବଦହଜମି ହୁଏ, ଛାତି ପୋଡିବା ସମସ୍ୟା ଦେଖା ଯାଇଥାଏ l
– ଖାଇ ସାରିବା ପରେ କଦାପି ଧୁମ୍ରପାନ କରିବା ଉଚିତ ନୁହେଁ l ଏହା କ୍ୟାନ୍ସର ହାର୍ଟ ଡିଜିଜ ର କାରଣ ହୋଇଥାଏ l
– ଖାଇ ସାରି ତୁରନ୍ତ ଶୋଇବା ଠିକ ନୁହେଁ l ଏହାଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ଓ ଇମ୍ୟୁନିଟି ହ୍ରାସ ହୁଏ l
ଭୋଜନ ପରେ ଏହିସବୁ କାର୍ଯ୍ୟକୁ କରିବା ଆବଶ୍ୟକ –
– ଖାଇବା ପରେ କିଛି ସମୟ ଚାଲିବା ଜରୁରୀ l ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ ଓ ମେଟାବୋଲିଯିମ ବୃଦ୍ଧି କରିଥାଏ l ଟାଇପ 2 ମଧୁମେହ ଠାରୁ ଦୁରେଇ ରଖେ , ତେଣୁ ପ୍ରତିଦିନ ୧୫ ମିନିଟ ଖାଇସାରି ଚାଲିବ ଜରୁରୀ l
– ଖାଇବାର ୩୦ ମିନିଟ ପରେ ଉଷୁମ ପାଣି ପିଇବା ଆବଶ୍ୟକ l ଏହା ଖାଦ୍ୟ କୁ ଠିକ ଭାବରେ ହଜମ କରିଥାଏ ଓ ଗ୍ୟାସ୍ଟ୍ରିକ ସମସ୍ୟା ଦୂର ହୋଇଥାଏ l
– ଯଦି ଖାଇ ସାରିବା ପରେ କିଛି ମିଠା ଜିନିଷ ଖାଇବାକୁ ଇଚ୍ଛା ହେଉଛି ତେବେ ଫଳ ଖାଇବା ଉଚିତ l ଏହାଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ l