ସିଓଲ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଏବେ ସମସ୍ତଙ୍କ ନଜର ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। କିମ୍ ମୃତ କି ଜୀବିତ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି। ତେବେ ଶାସନ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ କିମ୍ଙ୍କ ସ୍ଥାନରେ କିଏ ଉତ୍ତରାଧିକାରୀ ହେବେ ସେଥିନେଇ ଉତ୍ତର କୋରିଆ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଅପରପକ୍ଷେ, କିମ୍ଙ୍କ ପୁତ୍ରକନ୍ୟାଙ୍କ ସମ୍ପର୍କରେ ମଧ୍ୟ ଉତ୍ତର କୋରିଆ ପ୍ରଶାସନ ପକ୍ଷରୁ ସଠିକ୍ ବିବରଣୀ ପ୍ରକାଶ ପାଇନାହିଁ। ଏବେ ଶାସନ ଗାଦିରେ କିଏ ବସିବେ ତାହା କିମ୍ଙ୍କ ଭଉଣୀ କିମ୍ ୟୋ ଏବଂ କିମ୍ଙ୍କ ଅନୁଗତମାନେ ସ୍ଥିର କରିବେ। ତେବେ ଉତ୍ତର କୋରିଆର ଏଭଳି ସ୍ଥିତିରେ ଦକ୍ଷିଣ କୋରିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। କିମ୍ ମୃତ କି ଜୀବିତ ସେ ନେଇ ଚୀନ୍ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ୨୦୧୧ରେ କିମ୍ଙ୍କ ପିତା କିମ୍ ଜଙ୍ଗ ଦ୍ବିତୀୟଙ୍କ ମୃତ୍ୟୁ ପରେ କିମ୍ ଶାସନଭାର ଗ୍ରହଣ କରିଥିଲେ। ୧୯୪୮ ମସିହାଠାରୁ କିମ୍ଙ୍କ ପରିବାର ଉତ୍ତର କୋରିଆକୁ ଶାସନ କରି ଆସୁଛନ୍ତି। କିମ୍ ତାଙ୍କ ପରିବାର ତୃତୀୟ ପିଢିର ନେତା ଥିଲେ। ତେବେ କିମ୍ ବର୍ତ୍ତମାନ ଜୀବିତ କି ମୃତ ତାହା ଉତ୍ତର କୋରିଆ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏଭଳି ସ୍ଥିତିରେ ଉତ୍ତର କୋରିଆର ଶାସନ ମୁଖ୍ୟ କିଏ ହେବେ ତାହାକୁ ଅପେକ୍ଷା କରାଯାଇଛି। ଏ ନେଇ କିମ୍ଙ୍କ ଭଉଣୀ କିମ୍ ୟୋଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଗତ ଦୁଇ ବର୍ଷ ଧରି କିମ୍ଙ୍କ ଭଉଣୀ ୟୋ ଜଙ୍ଗ୍ ଦେଶର ସବୁଠୁ ପ୍ରଭାବଶାଳୀ ନେତ୍ରୀ ଭାବେ ପରିଗଣିତ ହୋଇ ଆସୁଛନ୍ତି।