ପାଖାପାଖି ୨୦ ବର୍ଷ ବ୍ୟବଧାନ ଏଫ୍ରୋ-ଏସିଆ କପ ଆଉ ଥରେ ଆରମ୍ଭ ହେବାକୁ ଯାଉଛି l ଯେଉଁଥିରେ ଏସିଆ XI ଓ ଆଫ୍ରିକା XI ମଧ୍ୟରେ ହ୍ୱାଇଟ ବଲ ମ୍ୟାଚ ହେବ , ଆଫ୍ରିକା କ୍ରିକେଟ ଆସୋସିଏସନ ରେ ନିଜ ଆନୁଆଲ କନଫରେନ୍ସ ରେ ଟୁର୍ନାମେଣ୍ଟ କୁ ଆଉଥରେ ଆରମ୍ଭ କରିବାର ଚର୍ଚା କରିଛି l ଯେଉଁଥିରେ ୬ ସଦସ୍ୟ ଆନ୍ତରିମ ସମିତି ଗଠନ ମଧ୍ୟ କରାଯାଇଛି l ସମିତି ର ଉଦେଶ୍ୟ ACA କୁ ମଜବୁତ କରିବା ଓ ଅନ୍ତର୍ଜାତୀୟ ସ୍ତରରେ ଆଫ୍ରିକୀୟ ଖେଳାଳୀ ମାନଙ୍କ ପାଇଁ ଅଧିକ କମ୍ପିଟେଟିଭ ଅର୍ପଚୁନିଟି ଉତ୍ପନ କରିବା l
ଗୋଟିଏ ଦଳରେ ଖେଳି ପାରନ୍ତି ବିରାଟ-ବାବର –
ଯଦି ଏହି ଟୁର୍ନାମେଣ୍ଟ ଖେଳାଗଲା ତେବେ ଭାରତୀୟ ଓ ପାକିସ୍ତାନୀ ଖେଳାଳି ଗୋଟିଏ ଦଳରେ ଖେଳିବେ , ଯାହାକି ଗୋଟିଏ ଦୁର୍ଲଭ ଅବସର ପ୍ରଦାନ କରିବ l ଯେଉଁ ମାନେ ବର୍ତମାନ ଆଇସିସି ଟୁର୍ନାମେଣ୍ଟ ରେ ଜଣେ ଜଣଙ୍କ ବିରୁଦ୍ଧରେ ଖେଳୁଛନ୍ତି , ଏହା ଦର୍ଶକଙ୍କ ପାଇଁ ଗୋଟିଏ ବଡ଼ ଉତ୍ସାହ ରହିବ l କାହିଁକି ନା ବିରାଟ କୋହଲି, ବାବର ଆଜମ , ରୋହିତ ଶର୍ମା ମହମଦ ରୀଜବାନ ଗୋଟିଏ ଦଳରେ ଖେଳି ପାରନ୍ତି l
ଏହି ଟୁର୍ନାମେଣ୍ଟ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଖୁବ ଜରୁରୀ l ୨ଟି ମହାଦୀପ ର ଖେଳାଳି ଓ ଦର୍ଶକ ମଧ୍ୟରେ ଅନେକ ଉତ୍ସାହ ରହିଛି l ବର୍ତମାନ ସୁଦ୍ଧା ଏଫ୍ରୋ-ଏସିଆ କପ ମାତ୍ର ଦୁଇଥର ଖେଳା ଯାଇଛି l ୨୦୦୫ ରେ ଦକ୍ଷିଣ ଆଫ୍ରିକାରେ ଓ ୨୦୦୭ ରେ ଭାରତରେ l ୨୦୦୯ ରେ କେନିଆ ଏହି ଟୁର୍ନାମେଣ୍ଟ ପାଇଁ ଯୋଜନା କରିଥିଲା କିନ୍ତୁ ଏହା ଆୟୋଜିତ ହୋଇ ପାରିଲା ନାହିଁ l ବର୍ତମାନ ୨୦ ବର୍ଷ ପରେ ପୁନର୍ବାର ଏହି ଟୁର୍ନାମେଣ୍ଟ ଖେଳାଯିବ ବୋଲି ଆଲୋଚନା ଚାଲିଛି l