Odisha news

ଆଫ୍ରିକାର ଏହି ଦେଶରେ ଦ୍ରୁତ ବେଗରେ ବଢୁଛି ହିନ୍ଦୁ ଧର୍ମ, କଣ ରହିଛି ଏହା ପଛର କାରଣ

0

ସାରା ବିଶ୍ୱରେ ସନାତନ ଧର୍ମ ର ପ୍ରଚାର ଅନେକ ବର୍ଷରୁ କରାଯାଉଛି, ବୈଷ୍ଣବ, ଶୈବ ପରମ୍ପରା କୁ ମାନୁଥିବା ହିନ୍ଦୁ ଧର୍ମର ଶାଖା କୁ ସାରା ବିଶ୍ୱର କୋଂ ଅନୁକୋଣ ରେ ପ୍ରଚାର ଓ ପ୍ରସାର କରିବା ପାଇଁ ନିରନ୍ତର ଚେଷ୍ଟା କରି ଆସୁଛନ୍ତି l ସେହିଭଳି ଆଫ୍ରିକାରେ ଗୋଟିଏ ୱେଭଲ;ଇ ଦେଶ ରହିଛି ଯେଉଁଠି ହିନ୍ଦୁ ଧର୍ମ ଦ୍ରୁତ ଗତିରେ ବୃଦ୍ଧି ପାଉଛି l

ସନାତନ ଧର୍ମକୁ ବିଶ୍ୱରେ ତୃତୀୟ ସ୍ଥାନରେ ଅଧିକ ସନାତନ ଧର୍ମାବଲମ୍ବୀ ଲୋକେ ରହୁଥିବାର ଆକଳନ କରାଯାଇଛି l ଭାରତ ରେ ହିନ୍ଦୁ ମାନଙ୍କ ସଂଖ୍ୟା ସର୍ବାଧିକ ଅଟେ l ୟୁନେସ୍କୋ ର ଗୋଟିଏ ରିପୋର୍ଟ ଅନୁସାରେ ଆଫ୍ରିକୀୟ ଦେଶ ଘାନା ରେ ହିନ୍ଦୁ ଧର୍ମାବଲମ୍ବୀ ଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି l

ଘାନା ରେ କାହିଁକି ବୃଦ୍ଧି ପାଉଛି ହିନ୍ଦୁଙ୍କ ସଂଖ୍ୟା –
ଘାନା ରେ ସର୍ବାଧିକ ମୁସଲିମ ଓ ଈସାଈ ଧର୍ମର ଲୋକେ ରହିଛନ୍ତି, କିନ୍ତୁ ହିନ୍ଦୁ ଧର୍ମର ପ୍ରଚାର ଓ ପ୍ରସାର କାରଣରୁ ଘାନା ରେ ହିନ୍ଦୁ ଙ୍କ ସଂଖ୍ୟା ବୃଦ୍ଧି ପାଉଛି l ସ୍ୱାମୀ ଧନା ନନ୍ଦ ସରସ୍ବତୀ ଙ୍କ ନେତୃତ୍ୱରେ ଗହଣା ରେ ହିନ୍ଦୁ ମଠ ସ୍ଥାପିତ ହୋଇଛି, ଯାହାକି ହିନ୍ଦୁ ଧର୍ମ ର ପ୍ରସାର ପାଇଁ ଗୋଟିଏ ମାଧ୍ୟମ ଅଟେ l ଏହାଛଡା ସତ୍ୟସାଈ ସଂଗଠନ, ଆନନ୍ଦ ମାର୍ଗ ଓ ବ୍ରହ୍ମା କୁମାରୀ ମଧ୍ୟ ହିନ୍ଦୁ ଧର୍ମର ପ୍ରଚାର ପାଇଁ ଯୋଗଦାନ କରିଛନ୍ତି l

ଏହି କାରଣରୁ ଘାନା ରେ ଆଫ୍ରିକୀୟ ମାନଙ୍କର ହିନ୍ଦୁ ଧର୍ମ ପ୍ରତି ଶ୍ରଦ୍ଧା ଜାଗ୍ରତ ହୋଇଛି l ଘାନା ରେ ହିନ୍ଦୁ ଧର୍ମର ଆରମ୍ଭ ୧୯୪୭ ପରେ ହୋଇଥିଲା, ୧୯୭୦ ରେ ସିନ୍ଧି ମାନେ ଏଠାରେ ହିନ୍ଦୁ ଧର୍ମର ଆରମ୍ଭ କରିଥିଲେ l

ଏଠାରେ ଗୋଟିଏ ଅଦ୍ଭୁତ ମନ୍ଦିର ରହିଛି , ଯେଉଁଠି ଶିବ-ପାର୍ବତୀ, ଗଣେଶ, କାଳୀ , ରାମ ଓ କୃଷ୍ଣ ଙ୍କ ସହିତ ଇଷା ମସି ଙ୍କ ଫଟୋ ମଧ୍ୟ ରହିଛି l ଘାନା ବସି ଙ୍କର ହିନ୍ଦୁ ମଠ ଗୁଡିକ ସହିତ ଅତି ଗଭୀର ସମ୍ବନ୍ଧ ରହିଛି l ଏଠାରେ ପାଳିତ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ସେମାନେ ଯୋଗଦାନ କରି ଥାଆନ୍ତି l

Leave A Reply