ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିବାପରେ, ଉଭୟ ଦିଶଙ୍କ ମଧ୍ୟରେ ରକ୍ତର ଖେଳ ଚାଲିଛି, ଉଭୟ ଦେଶର ସେନା ସୀମାରେ ପ୍ରବେଶ କରି ଜନଜୀବନ କୁ କ୍ଷତି କରୁଛନ୍ତି, ପାକିସ୍ତାନ ଓ ଆଫଗାନିସ୍ତାନ ଗତ କିଛିଦିନ ହେଲା ଯେଭଳି ସ୍ଥିତି ରେ ଆସି ପହଂଚିଛନ୍ତି ତାହାକୁ ଦେଖିଲେ ଲାଗୁଚି ବିଶ୍ୱରେ ଆଉ ଗୋଟିଏ ନୂଆ ଯୁଦ୍ଧ ସ୍ଥିତି ପାଦ ଥାପୁଚି, ଏହା ମଧ୍ୟରେ ପାକିସ୍ତାନ ଆଫଗାନିସ୍ତାନ ର ୮ଜଣ ଙ୍କୁ ହତ୍ୟା କରିଛି ଏବଂ ୧୩ ଜଣ ନାଗରିକ ଆହତ ହୋଇଛନ୍ତି l
ମସଜିଦ ଉପରେ ହୋଇଛି ଆକ୍ରମଣ –
ପାକିସ୍ତାନ ଲଗାତାର ଭାବରେ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଚାଲିଛି, ଶନିବାର ଦିନ ମଧ୍ୟ ପାକିସ୍ତାନ ଆଫଗାନିସ୍ତାନ ସ୍ଥିତ ପଙ୍କତିୟା ରେ ଗୋଟିଏ ମସଜିଦ ଉପରେ ରକେଟ ମାଡ଼ କିଛିଚି, ଯେଉଁଥିରେ ତିନିଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି, ଆଫଗାନିସ୍ତାନ ନାଗରିକ ଅନ୍ତରାଷ୍ଟ୍ରୀୟ ସ୍ତରରେ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି l ଟୋଲୋ ନିୟୁଜ ର ରିପୋର୍ଟ ଅନୁସାରେ ତାଲିବାନ ର ରକ୍ଷାମନ୍ତ୍ରଣାଳୟ କହିଛି ଯେ ଦୁରାଣ୍ଡ ଲାଇନ କୁ ଉଭୟ ପକ୍ଷରୁ ହିଂସାତ୍ମକ ଭାବରେ ଆକ୍ରମଣ ହୋଇଛି, ତାଲିବାନ ପାକିସ୍ତାନୀ ସେନା ଙ୍କର ଦୁଇଟି ପୋଷ୍ଟ ଉପରେ କବ୍ଜା କରିଛି, ତାଲିବାନୀ ସୈନିକ ଭାରି ଅସ୍ତ୍ରର ବ୍ୟବହାର କରୁଛନ୍ତି ଏବଂ ଡୁରଣ୍ଡ ଲାଇନ ରେ ଥିବା ଅନେକ ଚୌକି ବା ଚେକ ପୋଷ୍ଟ କୁ ପୋଡି ଦେଇଛନ୍ତି l
ଆଫଗାନ ର ତାଲିବାନୀ ସୈନ୍ୟ ଡୁରଣ୍ଡ ଲାଇନ କ୍ରସ କରି ପାକିସ୍ତାନ ରେ ପ୍ରବେଶ କରି ସାରିଛନ୍ତି ଏବଂ ପାକିସ୍ତାନ ର ପୋଲିସ ଚୌକି ଏବଂ ଚେକ ପୋଷ୍ଟ କୁ ଆକ୍ରମଣ କରୁଛନ୍ତି, ଏବଂ ଏହି ପୋଷ୍ଟ ଗୁଡିକୁ କ୍ଷତି କରୁଛନ୍ତି, ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ୨୬୪୦ କିଲୋମିଟର ଲମ୍ବା ଅନ୍ତରାଷ୍ଟ୍ରୀୟ ସୀମା କୁ ଡୁରଣ୍ଡ କୁହାଯାଇଥାଏ l ଏହି ସୀମାରେଖା ପସ୍ଟୁନ ଜନଜାତି ଅଞ୍ଚଳ ରୁ ହୋଇ ଦକ୍ଷିଣ ରେ ବଲୁଚୀସ୍ତାନ ମଧ୍ୟ ଦେଇ ଯାଇଥାଏ, ଏହି ଭଳି ଭାବରେ ଏହା ପସ୍ଟୁନ ଓ ବାଲୁଚ କୁ ଦୁଇଟି ଦେଶରେ ବିଭକ୍ତ କରିଛି, ଏହା ଦୁନିଆର ସବୁଠୁ ଭୟଙ୍କର ସୀମା ରେଖା ବୋଲି କୁହାଯାଇ ଥାଏ l