Odisha news

ଆଫଗାନିସ୍ତାନ ରେ ସ୍ଥିତି ଖୁବ ଭୟଙ୍କର, ପିତାମାତା ଭୋକିଲା ପିଲାଙ୍କୁ ନିଦ ଔଷଧ ଦେଇ ଶୁଣାଇବା ସହିତ ଝିଅଙ୍କୁ ବିକ୍ରି କରିବା ସ୍ଥିତି ଆସି ଗଲାଣି

0

ନୂଆଦିଲ୍ଲୀ : ଆଫଗାନିସ୍ତାନ ରେ ଯେବେଠୁଁ ତାଲିବାନ ଶାସନ ଆସିଛି , ସେଠାକାର ଲୋକଙ୍କ ଜୀବନ ଜାପାନ ପ୍ରଣାଳୀ ଖୁବ କଷ୍ଟକର ହୋଇଯାଇଛି l ଗରିବୀ ଓ ବେରୋଜଗାରୀ ସ୍ଥିତି ଏଭଳି ବଢି ଯାଇଛି ଛୋଟ ଛୁଆକୁ ଯେତେବେଳେ ଭୋକ ଲାଗୁଛି ପିତାମାତା ନିଦ ଔଷଧ ଦେଇ ଶୋଇ ପକାଉଛନ୍ତି l ଭୋକିଲା ପରିବାରର ପେଟ ଭରିବା ପାଇଁ ମତ ପିତା ଝିଅ ମାନଙ୍କ କିଡ୍ନୀ ମଧ୍ୟ ବିକ୍ରି କରି ଦେଉଛନ୍ତି l

ସଂଯୁକ୍ତ ରାଷ୍ଟ୍ର କହିଛି ଯେ ଏହା ଏକ ଅମାନବୀୟ ଘଟଣା ବର୍ତମାନ ଆଫଗାନିସ୍ତାନ ରୁ ସାମ୍ନା କୁ ଆସିଛି l ଏଠାରେ ଅନେକ ଲୋକ ଗ୍ରାମୀଣ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି l  ଶ୍ରମିକ ମାନେ ଅତିବାହିତ କରୁଛନ୍ତି ଅନେକ କଷ୍ଟ ସାଧ୍ୟ ଜୀବନ l କିନ୍ତୁ ଯେବେଠୁଁ ତାଲିବାନ ଆଫଗାନିସ୍ତାନ କୁ କବ୍ଜା କଲା ସେବେଠାରୁ ଆହୁରି କଷ୍ଟ ସାଧ୍ୟ ହୋଇଛି ଜୀବନ l ପରିସ୍ଥିତି ମଧ୍ୟ ଅନେକ ବିଗିଡି ଯାଇଛି l  ନୂଆ ସରକାରଙ୍କୁ ଅନ୍ତର ରାଷ୍ଟ୍ରୀୟ ମାନ୍ୟତା ନମିଳିବା କାରଣରୁ ଆଫଗାନିସ୍ତାନ କୁ ଆସୁଥିବା ଆର୍ଥିକ ସାହାଯ୍ୟ ଉପରେ କଟକଣା ଲାଗିଛି l ଏହାଦ୍ୱାରା ଆର୍ଥିକ ପତନ ଆରମ୍ଭ ହୋଇ ଯାଇଛି l ଅନେକ ଦିନ ପୁରୁଷମାନେ ବିନା କାମରେ ବସି ରହୁଛନ୍ତି l ଯେଉଁଦିନ କାମ ପାଉଛନ୍ତି ସେହିଦିନ ମାତ୍ର ୧୦୦ ଆଫଗାନୀ ମୁଦ୍ରା ରୋଜଗାର କରି ପାରୁଛନ୍ତି l

ଅନ୍ତରରାଷ୍ଟ୍ରୀୟ ଖବର ଅନୁସାରେ ନିଜାମୁଦିନ ନାମକ ଜଣେ ଆଫଗାନ ନାଗରିକ କହିଥିଲେ ଯେ ସେ ନିଜର ୫ବର୍ଷ ର ଝିଅ କୁ ୧୦୦, ୦୦୦ ଆଫଗାନି ମୁଦ୍ରା ରେ ବିକ୍ରି କରିଦେଇ ଛନ୍ତି l ଏହା କିଡ୍ନୀ ର ମୂଲ୍ୟ ଠାରୁ ମଧ୍ୟ କମ ଅଟେ l ଆଉଜଣେ କହିଛନ୍ତି ଯେ ସେ ନିଜ ଝିଅକୁ କାନ୍ଦାହାର ରେ ଗୋଟିଏ ଯୁବକ କୁ ବିକ୍ରି କରି ଦେଇଛନ୍ତି l ଆଫଗାନିସ୍ତାନ ରେ ଅନେକ ଶିଶୁ କୁପୋଷଣ ର ଶିକାର ମଧ୍ୟ ଅଟନ୍ତି l

ଜଣେ ଆଫଗାନି ସରକାର ଙ୍କ ପ୍ରବକ୍ତା କହିଛନ୍ତି ଯେ ଆଫଗାନିସ୍ତାନ ଉପରେ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧକ ଓ ଆଫଗାନ ସମ୍ପତି କୁ ଫ୍ରିଜ କରିବା କାରଣରୁ ଏଭଳି ସ୍ଥିତି ହୋଇଛି ବୋଲି କହିଛନ୍ତି l ଆହୁରି ମଧ୍ୟ କହିଛନ୍ତି ଯେ ତାଲିବାନ ଯୁବକ ମାନଙ୍କୁ ଚାକିରୀ ଦେବାକୁ ଚେଷ୍ଟା କରୁଛି l

Leave A Reply