ସୁଶାନ୍ତ ସିଂହ ରାଜପୁତ ଙ୍କ ମ୍ୟାନେଜର ଦିଶା ସାଲିଆନ ଙ୍କ ମୃତ୍ୟ ମାମଲାରେ ବର୍ତମାନ ଗୋଟିଏ ନୂଆ ମୋଡ଼ ଆସିଛି, ଦିଶା ଙ୍କ ପିତା ସତୀଶ ସାଲିଆନ ବର୍ତମାନ ବମ୍ବେ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି, ଏବଂ ସେ ଦାବି କରିଛନ୍ତି ଯେ ତାଙ୍କ ଝିଅ ର ମୃତ୍ୟୁ ଘଟଣା ପୁନର୍ବାର ଯାଞ୍ଚ କରାଯାଉ, ଏବଂ ସେ ଶିବସେନା ନେତା ଆଦିତ୍ୟ ଠାକରେ ଙ୍କ ବିରୁଦ୍ଧରେ FIR ଦର୍ଜ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି l ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଦିଶା ଙ୍କ ପିତା କହିଥିଲେ ସର୍ବ ପ୍ରଥମେ ମୋ ଝିଅ କୁ ରେପ କରାଯାଇଥିଲା, ଏବଂ ପରେ ତାର ମର୍ଡର କରାଯାଇଥିଲା l ସେ ଦାବି କରିଛନ୍ତି ଯେ କିଛି ପ୍ରଭାବଶାଳୀ ଲୋକଙ୍କୁ ରକ୍ଷା କରିବା ପାଇଁ ରାଜନୈତିକ ସାଜିସ କରାଯାଇଥିଲା l ଏବଂ ଦିଶା ଙ୍କ ପିତା ଦାବି କରିଛନ୍ତି ଯେ ତାଙ୍କ ଝିଅର ମୃତ୍ୟୁ ମାମଲା କୁ ସିବିଆଇ କୁ ଟ୍ରାନ୍ସଫର କରିଦିଆ ଯାଉ l
ଜୁନ ୮ତାରିଖ ୨୦୨୦ , ଗୋଟିଏ ବଡ଼ ବିଲଡିଂ ର ୧୪ ମହଲରୁ ଖସି ପଡିବା ପରେ ସୁଶାନ୍ତ ସିଂ ରାଜପୁତ ଙ୍କ ମ୍ୟାନେଜର ଦିଶାର ମୃତ୍ୟୁ ହୋଇଥିଲା, ସେହି ସମୟ ରେ ପୋଲିସ ପକ୍ଷରୁ ଆକ୍ସିଡେଣ୍ଟ ମାମଲା ଦର୍ଜ କରାଯାଇଥିଲା l ଦିଶାଙ୍କ ମୃତୁର ୬ଦିନ ପରେ ଜୁନ ୧୪ ତାରିଖ ୨୦୨୦ ରେ ସୁଶାନ୍ତ ସିଂ ରାଜପୁତ ଙ୍କର ନିଜ ଆପାର୍ଟମେଣ୍ଟ ରେ ମୃତ୍ୟୁ ହୋଇଥିଲା l ସେହି ସମୟରେ ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା l