ଡିଜିଟାଲ ଯୁଗରେ ବିଭିନ୍ନ ପ୍ରକାରର ଚୋରି ଦ୍ରୁତ ବେଗରେ ବଢୁଛି, ଆମେ ସେଥିପାଇଁ ମଝିରେ ମଝିରେ ନିଜ ଆଧାର ନମ୍ବର କୁ ଯାଞ୍ଚ କରିବା ଆବଶ୍ୟକ l ଆଧାର କାର୍ଡ ଗୋଟିଏ ଭାରତୀୟ ର ସବୁଠୁ ବଡ଼ ମହତ୍ଵପୁର୍ଣ ପରିଚୟ ପତ୍ର, ଏହା ବ୍ୟାଙ୍କ ଆକାଉଣ୍ଟ, ସିଂ କାର୍ଡ ଓ ସରକାରୀ ଯୋଜନା ସହିତ ଜଡିତ l ସବୁଠୁ ଭଲ କଥାଟି ହେଲା UIDAI ପକ୍ଷରୁ ଏଭଳି କିଛି ଗୁରୁତ୍ୱପୂର୍ଣ ଟୁଲସ ଉପଲବ୍ଧ କରାଯାଇଛି ଯାହାକୁ ବ୍ୟବହାର କରି ଆପଣ ଜାଣି ପାରିବେ ଆପଣଙ୍କ ଆଧାରକାର୍ଡ଼ ର ଭୁଲ ବ୍ୟବହାର ହେଉଛିକି ନାହିଁ ?
UIDAI ୱେବସାଇଟ ରୁ ଏହା ଜଣାପଡିବ –
ମିଳିଥିବା ସୂଚନା ଅନୁସାରେ ସର୍ବ ପ୍ରଥମେ UIDAI ର ଅଫିସିଆଲ ୱେବସାଇଟ https://uidai.gov.in କୁ ଯିବେ , ଏହା ଆଧାର ସହିତ ଜଡିତ ଏକମାତ୍ର ସୁରକ୍ଷିତ ପୋର୍ଟାଲ, ଅନ୍ୟ କୌଣସି ଥାର୍ଡ଼ ପାର୍ଟି କିମ୍ବା ଅଜଣା ୱେବସାଇଟ ର ବ୍ୟବହାର କରିବେ ନାହିଁ l
” ଆଧାର ଅଥେଣ୍ଟିକେସନ ହିଷ୍ଟ୍ରୀ ” ଟୁଲ ର କରନ୍ତୁ ବ୍ୟବହାର –
ୱେବସାଇଟ ର ହୋମ ପେଜ ରେ “MY ADHAAR ” ସେକ୍ସନ କୁ ଯାଇ ସେଠାରେ ” ଆଧାର ଅଥେଣ୍ଟିକେସନ ହିଷ୍ଟ୍ରୀ” ରେ ଥିବା ବିକଳ୍ପ କୁ ବାଛନ୍ତୁ, ଏହାପରେ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର କୁ ସ୍କ୍ରିନ ରେ ଥିବା ସିକ୍ୟୁରିଟି କୋଡ଼ ରେ ଟାଇପ କରନ୍ତୁ l ‘
– ଏହାପରେ ଓଟିପି ପ୍ରାପ୍ତ କରନ୍ତୁ –
ସେଣ୍ଡ ଓଟିପି ଉପରେ କ୍ଲିକ ଆରଂତୁ, ଏହାପରେ ଆପଣଙ୍କ ଆଧାର ସହିତ ଜଡିତ ମୋବାଇଲ ନମ୍ବର ରେ ୱାନ ଟାଇମ ପାସ ୱାର୍ଡ ଆସିବ, ସେହି ଓଟିପି କୁ ଟାଇପ କରନ୍ତୁ l
– ନିଜର ” ଆଧାର ଅଥେଣ୍ଟିକେସନ ହିଷ୍ଟ୍ରୀ” ଯାଞ୍ଚ କରନ୍ତୁ –
ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ଆଧାର ନମ୍ବର ବ୍ୟବହାର କେଉଁ କେଉଁ ସେବା ପାଇଁ ବ୍ୟବହାର ହୋଇଛି ଏଥିରେ ବାୟୋମେଟ୍ରିକ, ଓଟିପି ଓ ଡେମୋଗ୍ରାଫିକ ଅଥେଣ୍ଟିକେସନ
ସାମିଲ ରହିଥିବ l ଯଦି ଏଭଳି କିଛି ସେବା ରେ ଆପଣଙ୍କ ଅଜାଣତ ରେ ବ୍ୟବହାର ହୋଇଥିବାର ଦେଖୁଛନ୍ତି ତେବେ ସତର୍କ ହୋଇଯିବେ l
* ଯଦି ଭୁଲ ବ୍ୟବହାର ଦେଖିବେ କଣ କରିବେ –
ଯଦି ଆପଣ କୌଣସି ସ୍ଥାନରୁ ନମିଜ ଆଧାର ଭୁଲ ବ୍ୟବହାର ବିଷୟରେ ଜାଣୁଛନ୍ତି ତେବେ ତୁରନ୍ତ uidai ସହିତ ଯୋଗାଯୋଗ କରନ୍ତୁ l କିମ୍ବା ଟୋଲ ଫ୍ରି ନମ୍ବର -1947 କୁ କଲ କରନ୍ତୁ କିମ୍ବା help@uidai.gov.in ରେ ଇ-ମେଲ କରନ୍ତୁ ଏବଂ uidai ପୋର୍ଟାଲ ଜରିଆରେ ନିଜର ଆଧାର କାର୍ଡ କୁ ଲକ କରନ୍ତୁ l