Odisha news

ଭୁଲରେ ମଧ୍ୟ ଆଧାର ସହିତ ଜଡିତ କରନ୍ତୁ ନାହିଁ ଏହି କାମ , ନଚେତ ଯାଇ ପାରନ୍ତି ଜେଲ୍

0

ନୂଆଦିଲ୍ଲୀ : ଆଧାର ଆଜିକାଲି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର, ବ୍ୟାଙ୍କ ରେ ଆକାଉଣ୍ଟ ଖୋଲା ହେଉ କିମ୍ବା ନୂଆ ସିମ କାର୍ଡ ନିଆଯାଉ, ସବୁଠି ଅଧାରାର ଆବଶ୍ୟକତା ପଡିଥାଏ l ଏହାଦ୍ୱାରା ଅନେକ ଗୁଡିଏ କାର୍ଯ୍ୟ ସହଜ ହୋଇଯାଇଛି ଏବଂ ଖୁବ ସୁବିଧାରେ ମଧ୍ୟ ହୋଇ ଯାଉଛି l କିନ୍ତୁ ଏପରି ସ୍ଥିତି ରେ ଆଧାର ସହିତ ଜଡିତ କିଛିଟା ଭୁଲ ମଧ୍ୟ ସାମ୍ନାକୁ ଆସୁଛି l ଯେଉଁଥିପାଇଁ ଭାରି ଜୋରିମାନା ଦେବା ସହିତ ଜେଲ ମଧ୍ୟ ଯିବାକୁ ପଡୁଛି l

ଆଧାର କାର୍ଡ ସହିତ ଜଡିତ ସବୁଠୁ ବଡ଼ ରିସ୍କ ହେଉଛି ଫ୍ରଡ଼ କରିବାର, ଯଦି ଭୁଲ ରେ ସୁଧା ଆପଣଙ୍କ ଆଧାର କାର୍ଡ କାହା ହାତରେ ପଡି ଯାଇଥାଏ କିମ୍ବା ସେଥିରେ ତଥ୍ୟ କେହି ଜାଣି ପାରିଥାଏ l ଏବଂ ଏହାର ଭୁଲ ବ୍ୟବହାର ମଧ୍ୟ ହୋଇପାରେ l ଯେପରିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ପଇସା ଚୋରୀ ହେବା ସହିତ, କାରଣ ବିଶେଷ ଭାବରେ ଆଧାରକାର୍ଡ଼ ର ବ୍ୟବହାର ବ୍ୟାଙ୍କ ଫର୍ଡ ରେ ବ୍ୟବହାର ହେଉଛି l ସେହିଭଳି ସିମ କାର୍ଡ ନେବାରୁ ନେଇ ହୋଟେଲ ରେ ରୁମ୍ ବୁକିଂ ପର୍ଯ୍ୟନ୍ତ ଆଧାରକାର୍ଡ଼ ର ବ୍ୟବହାର ହୋଇଥାଏ l

କଣ ରହିଛି ଅଧାରାର ନିୟମ ?
ଆଧାର କାର୍ଡ ଧାରକ ଙ୍କୁ ଏହିଭଳି ଅପରାଧ ଓ ଆଧାର ଏବଂ ତା ସହିତ ଜଡିତ ତଥ୍ୟ ର ଦୁରୁପଯୋଗ ରୁ ରକ୍ଷା ପାଇବା ପାଇଁ କିଛିଟା ନିୟମ ରହିଛି l ଆଧାର ଅଧିନିୟମ ୨୦୧୬ ସଂଶୋଧିତ ଅନୁସାରେ ଯିଏ କେହି ଆପଣଙ୍କ ଆଧାରକାର୍ଡ଼ ର ଅପବ୍ୟବହାର କରିଥାଏ ସେଥିପାଇଁ ସେ ଦଣ୍ଡିତ ହୋଇପାରିବ l

ଏହି ମାମଲାରେ ଭୋଗିବାକୁ ପଡେ ୩ବର୍ଷ ଜେଲ –
ଆଧାର ଏନରୋଲମେଣ୍ଟ ରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ ଏବଂ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ l ଯଦି କୌଣସି ବ୍ୟକ୍ତି ଆଧାରକାର୍ଡ଼ ଦିଆଯାଇଥିବା ନାମ ଠିକଣା କିମ୍ବା ବାୟୋମେଟ୍ରିକ ର ତଥ୍ୟ କୁ ଏପଟ ସେପଟ କରିବା ଦ୍ୱାରା ୩ବର୍ଷ ଜେଲ ସହିତ ଜୋରିମାନା ମଧ୍ୟ ଦେବାକୁ ପଡିଥାଏ l

ଏହି ମାମଲାରେ ୧ଲକ୍ଷ ଜୋରିମାନା –
ଯଦି କେହି ବ୍ୟକ୍ତି ଆଧାରକାର୍ଡ଼ ସହିତ ଜଡିତ ତଥ୍ୟ କୁ ଭୁଲ ଭାବରେ ଜମା କରିଥାଏ, ତେବେ ଏହି ମାମଲାରେ ୩ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଜୋରିମାନା ଏବଂ କମ୍ପାନୀ ର ଯଦି ମାମଲା ହୋଇଥାଏ ତେବେ ୧ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିଥାଏ l

ଏହି ମାମଲାରେ ସବୁଠୁ କଠୋର ଦଣ୍ଡ –
ଆଧାରକାର୍ଡ଼ ର ସେଣ୍ଟ୍ରାଲ ରିପୋଜିଟରୀ ଅନୁସାରେ ଆଧାରକାର୍ଡ଼ ସହିତ କିଛି ଗୋଳମାଳ କରିବା ଦ୍ୱାରା ୧୦ ବର୍ଷ ଜେଲ ସହିତ ୧୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିଥାଏ l ସେଥିପାଇଁ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ l

Ad2
Leave A Reply