Odisha news

ଆଦାନୀ ଗ୍ରୁପକୁ ମୋଦି ସରକାରଙ୍କ ଅନୁକମ୍ପା ପାଇଁ ଅର୍ଥନୀତି ଦୁର୍ବଳ ହେଉଛି : କଂଗ୍ରେସ

0

ବାରିପଦା  : ଏଆଇସିସି ଓ ପ୍ରଦେଶ କଂଗ୍ରେସର ନିଦେ୍ର୍ଦଶ କ୍ରମେ ବାରିପଦା ରୋଟାରୀ କ୍ଲବ ଠାରେ ପ୍ରଧାନମନ୍ତ୍ରୀ-ଆଦାନୀ ମହାମେଗା ସ୍କାମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକ ଅକ୍ଷୟ ଆଚାର୍ଯ୍ୟ ଯୋଗଦେଇ ଥିଲେ । ଆଦାନୀ ଗ୍ରୁପକୁ ମୋଦି ସରକାର ଅନୁକମ୍ପା ପ୍ରଦର୍ଶନ କରି ହଜାର ହଜାର କୋଟି ଟଙ୍କା ଋଣ ଦେଇ ଭାରତର ଅର୍ଥନୀତିକୁ ଦୁର୍ବଳ କରି ସାରିଲେଣି । ଏଲ୍ଆଇସି ଭଳି ସରକାରୀ ଉଦ୍ୟୋଗରେ ଆଦାନୀଙ୍କୁ ପୁଞ୍ଜି ନିବେଶ କରିବାର ସୁଯୋଗ ଦେବା ଫଳରେ ଆଜି ସେୟାର ମାର୍କେଟର ଘୋର ଅବନତି ଘଟିଛି । ଲକ୍ଷଲକ୍ଷ ଲୋକ ତାଙ୍କର ଝାଳ ବୁହା ଧନରେ ସେୟାର କିଣିଥିବାରୁ ସେମାନେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି । ଏହି ଅନୁକମ୍ପା କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କୁ ଧନୀ କରି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ପରିବାରକୁ ଗରିବି ଆଡକୁ ଠେଲି ଦେଇଛନ୍ତି । ଏହି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସଂସଦରେ ଏହି ଦୁର୍ନୀତି ବିଷୟରେ ଉପସ୍ଥାପନ କରିବାର ସୁଯୋଗ ଶାସକ ଦଳ ଦେଉ ନଥିବାରୁ ପ୍ରତ୍ୟେକ ଜିଲ୍ଲାର ସଦରମହକୁମାରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭ୍ୟ ବିଜନ ଦାସ, ମିଡିଆ ସେଲ ଅଧ୍ୟକ୍ଷ ଶାନ୍ତନୁ ପାଲ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ଯୁବନେତା ବିକାଶ ମହାଭୋଇ, ଲମ୍ବୋଦର ସିଂ, ଦେବେନ୍ଦ୍ର ସିଂ ଓ ନାଗାର୍ଜୁନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply