Odisha news

ଘର ଚଳାଇବା ପାଇଁ କଲ୍ ସେଣ୍ଟରରେ କାମ କରୁଥିଲେ ଜାରିନ୍ ଖାଁ

0

ମୁମ୍ବାଇ -ଆପଣ ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ଙ୍କର ସଂଘର୍ଷର କାହାଣୀ ଶସୁଣିଥିବେ l ସେମିତି ଜଣିଏ ଅଭିନେତ୍ରୀ ହେଉଛନ୍ତି ଜାରିନ୍ ଖାଁ ,ତାଙ୍କର ସଂଘର୍ଷର ର କାହାଣୀ ଯଦି ଆପଣ ଶୁଣିବେ ତାହେଲେ ଆଶ୍ଚଯ୍ୟ ହୋଇଯିବେ lନିକଟରେ ଜାରିନ୍ ଖାଁ ପିଙ୍କ ବିର୍ଲା ଙ୍କୁ ଏକ ଇଣ୍ଟରଭିୟୁ ଦେଇ ନିଜ ଜୀବନର ସଂଘର୍ଷର କାହାଣୀ କହିଥିଲେ l

ଜାରିନ୍ କହିଥିଲେ “ଗୋଟିଏ ଦିନ ସନ୍ଧ୍ୟାରେ ଏମିତି କିଛି ଘଟିଗଲା ଯାହା ଆମ ପରିବାରରେ ସମସ୍ତଙ୍କ ଜୀବନକୁ ପୁରା ବଦଳେଇ ଦେଲା l ହଠାତ ମୋର ପିତା ଆମ ସମସ୍ତଙ୍କୁ ଛାଡି ଅଲଗା ରହିବାର ନିଷ୍ପତି ନେଲେ l ସେତେବେଳେ ଆମର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା l ଆମ ପରିବାର ବି ଗୋଟିଏ ସାଧାରଣ ପରିବାର ଥିଲା l ଆମ ପାଖରେ ସେପରି କିଛି ପୈତୃକ ସଂପତି ମଧ୍ୟ ନଥିଲା l ସେହି ସମୟରେ ଆମେ ସମସ୍ତେ ଆର୍ଥିକ ଅନାଟନ ମଧ୍ୟରେ ଥିଲୁ l ମୁଁ ସେତେବେଳେ କେବଳ +୨ ର ଶିକ୍ଷା ପୁରା କରିଥିଲି l ତା ପରେ ଗୋଟିଏ କଲ୍ ସେଣ୍ଟରରେ କାମ କରିବାକୁ ଲାଗିଲି l ମୋର ଓଜନ ସେହି ସମୟରେ ୧00 କେଜି ଥିଲା l ମୁଁ ଏୟାର ଲାଇନ୍ସରେ କାମ କରିବାକୁ ଚାହୁଁଥିଲି ତେଣୁ ମୋର ଓଜନ କମାଇ ୫୨ କେଜି କଲି l ତାପରେ ମତେ ଚଳଚିତ୍ର ଜଗତର ସହଯୋଗ ମିଳିଲା ଏବଂ ମୁଁ ଅଭିନୟ କରିବାକୁ ଆରମ୍ଭ କଲି l ଆଜି ମୋ ମା ବହୁତ ଖୁସିରେ ଅଛନ୍ତି କାରଣ ଆମେ ସମସ୍ତେ ଏକ ସାଙ୍ଗରେ ମିଶି ଅସୁବିଧା କୁ ସାମ୍ନା କଲୁ ଓ ସବୁକିଛି ସମ୍ଭାଳି ଦେଲୁ l ”

ଜାରିନ୍ ଖାଁ ୨0୧0 ମସିହାରେ ତାଙ୍କର ପ୍ରଥମ ଚଳଚିତ୍ର “ବୀର୍”ରେ ସଲମାନ ଖାଁ ଙ୍କ ସହିତ ନଜର ଆସିଥିଲେ l

Leave A Reply