Odisha news

ଚୀନ୍‌ ଉପରେ ତାତିଲେ କଙ୍ଗନା

0

ଭାରତ-ଚୀନ୍‌ ତିକ୍ତତା ମଧ୍ୟରେ ଅନେକ ସେଲିବ୍ରିଟି ଚାଇନା ଜିନିଷକୁ ବଏକଟ୍‌ କରିବା ପାଇଁ ଆଗକୁ ଆସିଛନ୍ତି । ଚୀନ୍‌ ଜିନିଷ ବ୍ୟବହାର ବନ୍ଦ କରିବାକୁ ନେଇ କଙ୍ଗନା ଏକ ଭିଡ଼ିଓ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ଚୀନ୍‌ ଉପରେ ସେ ଖୁବ୍‌ ତାତିଛନ୍ତି । ସହିଦ୍‌ ୨୦ ଭାରତୀୟ ଯବାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଚାଇନା ଜିନିଷକୁ ବିରୋଧ କରିଛନ୍ତି । ଚୀନ୍‌ ଭାରତରୁ ଆୟ କରୁଥିବା ଅର୍ଥରେ ଅସ୍ତ୍ରଶସ୍ତ୍ର କିଣି ଆମ ସୈନିକଙ୍କ ଉପରେ ହମ୍‌ଲା କରୁଛି ବୋଲି କଙ୍ଗନା କହିଛନ୍ତି । ଚାଇନା ଜିନିଷ ବ୍ୟବହାର ନ କରି ଏ ଯୁଦ୍ଧରେ ଭାଗ ନେଇ ଭାରତକୁ ବିଜୟୀ କରିବାରେ ପ୍ରତିଶ୍ରୁତି ନେବା ଦରକାର। ପୂର୍ବରୁ ମଧ୍ୟ ଭାରତ-ଚୀନକୁ ନେଇ କଙ୍ଗନା ଏକ ଭିଡ଼ିଓ ପୋଷ୍ଟ୍‌ କରିଥିଲେ ।

Leave A Reply