Odisha news

ଗରମ ଦିନରେ ଏସିଡ଼ିଟି ଠାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

0

ଛାତିରେ ପୋଡା ଓ ପେଟ ଗରମ ରହିବା, ଏହିସବୁ ସମସ୍ୟା ପ୍ରାୟ ଲାଗି ରହିଥାଏ l ଆମେ ସାଧାରଣ ଭାବରେ ଏସିଡ଼ିଟି ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ କରି ଦେଇଥାଉ l କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶ ରେ କୌଣସି ଔଷଧ ସେବନ କରିବା ଉଚିତ ନୁହେଁ l ଏପରି ଦେଖିବାକୁ ଗଲେ କିଛିଟା ଔଷଧ ର ମଧ୍ୟ ସାଇଡ ଇଫେକ୍ଟ ରହିଥାଏ l

– ଏସିଡ଼ିଟି ରୁ ତୁରନ୍ତ ଆରାମ ପାଇବା ପାଇଁ ସହଜ ଉପାୟ ହେଲା ଆପଣ ଗୋଟିଏ ଚାମଚ ପାନ ମାଧୁରୀ ସେବନ କରନ୍ତୁ l ଏହାପରେ ଦୁଇ ଢ଼ୋକ ଉଷୁମ ପାଣି ପିଇ ଦିଅନ୍ତୁ l ଯଦି ଏସିଡ଼ିଟି ସମସ୍ୟା ଦେଖା ଯାଉଛି ଓ ଆପଣ ବାହାରକୁ ଯାତ୍ରା ରେ ଯାଉଛନ୍ତି ପାନମଧୁରୀ ଓ ମିଶ୍ରି ସେବନ କରନ୍ତୁ l

– ଯଦି ଏସିଡ଼ିଟି ସମସ୍ୟାରେ ଗତି କରୁଛନ୍ତି ତେବେ ଗୁଡ଼ ଏଥିପାଇଁ ଖୁବ ଲାଭକାରୀ l ଗୁଡ଼ ରେ ପୋଟାସିୟମ ଓ ମଗ୍ନେଶୀୟମ ରହିଥାଏ l ଏହା ଶରୀରରେ ପିଏଚ ବାଲାନ୍ସ କୁ ମେଣ୍ଟେନ କରିଥାଏ ଓ ପାଚନ ପ୍ରକ୍ରିୟାକୁ ବଢାଇବାରେ ସାହାଯ୍ୟ କରିଥାଏ l ତେଣୁ ଏସିଡ଼ିଟି ସମୟରେ ଖଣ୍ଡିଏ ଛୋଟ ଗୁଡ଼ କୁ ଧୀରେ ଧୀରେ ଚୁଚୁମି ଖାଆନ୍ତୁ ଓ ଛାତି ପୋଡା ରୁ ଦୁରେଇ ରୁହନ୍ତୁ l

– ଆମ ଭାରତୀୟ ମ,ଅନଙ୍କର ଅଧିକାଂଶ ଖାଦ୍ୟରେ ଜୁଆଣି ର ବ୍ୟବହାର ହୋଇଥାଏ l ଆପଣ ସାମାନ୍ୟ ଜୁଆଣି କୁ ଚୋବାଇ ଖାଆନ୍ତୁ ଓ ଏହାପରେ ଟିକେ ଲେମ୍ବୁ ମିଶ୍ରିତ ପାଣି ସେବନ କରନ୍ତୁ l ଛାତି ପଦରୁ ଆରାମ ମିଳିଥାଏ l

– ଯଦି ଦୀର୍ଘ ଦିନରୁ ଏସିଡ଼ିଟି ସମସ୍ୟାରେ ଗତି କରୁଛନ୍ତି ସେଥିପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ ଲେଖାଏଁ ପଇଡ଼ ସେବନ କରନ୍ତୁ l ଏହା ଏସିଡ଼ିଟି ସମସ୍ୟା ଦୂର କରିବା ସହିତ ପେଟ ଜନିତ ସମସ୍ତ ସମସ୍ୟା ଠାରୁ ଦୁରେଇ ରଖିବ l

– ଏସିଡ଼ିଟି ସମସ୍ୟା ପାଇଁ ହଳଦୀ ଓ ଶୁଣ୍ଠୀ ଖୁବ ଉପକରୀ l କଞ୍ଚା ହଳଦୀ କୁ ଠିକ ଭାବରେ ଖରାରେ ଶୁଖାଇ ଖଣ୍ଡଖଣ୍ଡ କରି କାଟି ନିଅନ୍ତୁ l ଏହାପରେ ପ୍ରତିଦିନ ଶୁଣ୍ଠୀ ଗୁଣ୍ଡ ସହିତ ମିଶାଇ ସେବନ କରନ୍ତୁ l ଏସିଡ଼ିଟି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ l

IEC 2 years
Leave A Reply