ଧାମନଗର, ତା୧ା୬ : ଧାମନଗର-କୋଠାର ରାସ୍ତାର ଷୋଳଗାଁ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମଙ୍ଗଳବାର ରାତି ପ୍ରାୟ ନ’ଟା ସମୟରେ କୋଠାର ପଟୁ ଆସୁଥିବା ଓଡି୨୨ଟି ୩୨୯୭ ନମ୍ବର ହାଇୱା ସହିତ ଓଡି୨୨ଏନ୩୩୩୦ ନମ୍ବର ଏକ ସ୍କୁଟିର ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ସ୍କୁଟି ଚାଳକ ରବୀନ୍ଦ୍ର ପାତ୍ର (୫୫)ଙ୍କର ମୃତ୍ୟୁ ହୋଇଥିଲା । ମୃତ ରବୀନ୍ଦ୍ର ଙ୍କ ଘର ତିହିଡି ଥାନା ଅନ୍ତର୍ଗତ ବୋଡକ ଓରାଳି ଗ୍ରାମର ବୋଲି ଜଣାଯାଇଛି । ଧାମନଗର ଥାନା ଅଧିକାରୀ ରବୀନ୍ଦ୍ରର ମୃତ ଦେହକୁ ଜବତକରି ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛି । ପୋଲିସ ଗାଡ଼ି ଦୁଇଟିକୁ ଜବତ କରିଛି ଏକ ମାମଲା ରୁଜୁ କରିଥିବାବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ଥିବା ଜଣାଯାଇଛି ।
