Odisha news

ଆଜି ହିଁ ଖୋଲନ୍ତୁ ପତ୍ନୀ ଙ୍କ ନାମ ରେ ଏହି ସ୍ପେଶାଲ୍ ଆକାଉଣ୍ଟ , ପ୍ରତି ମାସରେ ମିଳିବ ୪୪, ୭୯୩ ଟଙ୍କା, ଜାଣନ୍ତୁ କଣ ରହିଛି କେନ୍ଦ୍ର ସରକାରଙ୍କ ସ୍କିମ

0
ନୂଆଦିଲ୍ଲୀ : ଯଦି ଆପଣ ଚାହାନ୍ତି କି ଆପଣଙ୍କ ପତ୍ନୀ ମଧ୍ୟ ଆତ୍ମନିର୍ଭର ହୁଅନ୍ତୁ ତେବେ ଆପଣଙ୍କ ଅନୁପସ୍ଥିତି ରେ ଘରେ ଗୋଟିଏ ରେଗୁଲାର ଇନ୍କମ୍ ଆସୁ ଓ ଭବିଷ୍ୟତ ରେ ଆପଣଙ୍କ ପତ୍ନୀ ପଇସା ପାଇଁ ଅନ୍ୟ ଉପରେ ନିର୍ଭର ନକରୁ ତେବେ ଆପଣ ଆଜି ହିଁ ତାଙ୍କ ପାଇଁ ରେଗୁଲାର ଇନ୍ କମ୍ ର ବ୍ୟବସ୍ଥା କରନ୍ତୁ ।
NPS କେନ୍ଦ୍ର ସରକାରଙ୍କ ର ସୋସିଆଲ ସିକ୍ୟୁରିଟି ସ୍କିମ ଅଟେ । ଏହି ସ୍କିମ ରେ ଆପଣ ଯେଉଁ ପଇସା ନିବେଶ କରିବେ ତାହାକୁ କେନ୍ଦ୍ର ସରକାରଙ୍କ ପ୍ରଫେସନାଲ ଫଣ୍ଡ ମ୍ୟାନେଜର ଦେଖିବେ । ଏହାଦ୍ବାରା ଆପଣଙ୍କ ନିବେଶ ସମ୍ପୂର୍ଣ ସୁରକ୍ଷିତ ରହିବ । ଫାଇନାନ୍ସିଆଲ୍ ପ୍ଲାନର୍ଶ ଅନୁସାରେ ବର୍ତ୍ତମାନ୍ ପର୍ଯ୍ୟନ୍ତ ୧୦ ରୁ ୧୧ ପ୍ରତିଶତ ରିଟର୍ଣ୍ଣ ମିଳିଛି ।
ସେଥି ପାଇଁ ଆପଣଙ୍କୁ ନେସନାଲ ପେନସନ ସ୍କିମ ରେ ନିବେଶ କରିବା ଉଚିତ୍ । ଆପଣ ନିଜ ପତ୍ନୀ ଙ୍କ ନାମ ରେ ନ୍ୟୁ ପେନ୍ସନ୍ ସିଷ୍ଟମ୍ ଆକାଉଣ୍ଟ ଖୋଲି ପାରିବେ । ଏହି ପେନ୍ସନ୍ ସ୍କିମ ଅନୁସାରେ ଆପଣଙ୍କ ପତ୍ନୀ ୬୦ ବର୍ଷ ରେ କିଛି ଗୋଟିଏ ନିର୍ଦ୍ଧିଷ୍ଟ ମାତ୍ରାରେ ପେନ୍ସନ୍ ମିଳିବ । ତା ସହିତ ପ୍ରତି ମାସରେ ରେଗୁଲାର ଇନ୍ କମ୍ ଭାବରେ ମଧ୍ୟ ରୋଜଗାର ହୋଇଥାଏ ।
ତା ସହିତ NPS ଆକାଉଣ୍ଟ ସହିତ ଆପଣ ଏହା ମଧ୍ୟ ସ୍ଥିର କରିବେ ଯେ ଆପଣଙ୍କ ପତ୍ନୀଙ୍କୁ ପ୍ରତି ମାସରେ କେତେ ପେନ୍ସନ୍ ମିଳିବ । ଆପଣ ଚାହିଁଲେ ନିଜ ପତ୍ନୀ ଙ୍କ ନାମ ରେ ୧୦୦୦ ଟଙ୍କା ମଧ୍ୟ ଖୋଲି ପାରିବେ । ୬୦ ବର୍ଷରେ ଏହି ଆକାଉଣ୍ଟ ମ୍ୟାଚୋର୍ ହୋଇଯିବ । ନୂଆ ନିୟମ ଅନୁସାରେ ଆପଣ ଚାହିଁଲେ ୬୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ NPS ଆକାଉଣ୍ଟ ଚଲେଇ ପାରିବେ ।
ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ପତ୍ନୀ ଙ୍କ ପାୟସ ୩୦ ବର୍ଷ ଓ ଆପଣଙ୍କର NPA ଆକାଉଣ୍ଟ ରେ ପ୍ରତି ମାସରେ ୫୦୦୦ ଟଙ୍କା ନିବେଶ କରିଥିଲେ । ଯଦି ପ୍ରତି ମାସରେ ୧୦ ପ୍ରତିଶତ ରିଟର୍ଣ୍ଣ ମିଳିବ ତେବେ ୬୦ ବର୍ଷ ବୟସରେ ୧.୧୨ କୋଟି ଟଙ୍କା ହେବ । ଏହା ଦ୍ଵାରା ପ୍ରତି ମାସରେ ୪୫ ୦୦୦ ଟଙ୍କା ପେନ୍ସନ୍ ମିଳିବ । ସବୁଠୁ ଖାସ୍ କଥାଟି ହେଲା ଏହି ପେନ୍ସନ୍ ଆପଣଙ୍କୁ ପ୍ରତି ମାସରେ ମିଳିବ ।
Leave A Reply

Your email address will not be published.