ଠାକୁରମୁଣ୍ଡା ତା ୧୪/୦୬ : ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତା ର ଘଳୁଘୁଳିଆ ନଦୀ ପୋଲ ଉପରେ ରବିବାର ଅପରାହ୍ନ ରେ ଏକ ଓଲଟ କାର ଗୋଟିଏ ବାଇକ ର ଧକ୍କା ହେବା ଫଳରେ ବାଇକ ରେ ଥିବା ୨ ଜଣ ଯୁବକ ଗୁରୁତର ହୋଇଛନ୍ତି।ଗୁରୁତର ମାନେ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ସୁନ୍ଦୁରିଆ ଗ୍ରାମ ର ଗୌତମ ନାୟକ ଓ ନକୁଳ ନାୟକ ବୋଲି ଜଣାପଡିଛି।ଘଟଣାସ୍ଥଳ ରୁ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ମହୁଲଡିହା ଥାନା ପୋଲିସ ଜବତ କରି ଘଟଣା ର ତଦନ୍ତ କରୁଥିବା ର ଜଣାଯାଇଛି।
ପ୍ରକାଶ ଯେ ସୁନ୍ଦୁରିଆ ଗ୍ରାମ ର ଗୌତମ ଓ ନକୁଳ ଏକ ବାଇକ ଓଡ଼ି ୦୯ ଏମ ୩୧୪୯ ଯୋଗେ କରଞ୍ଜିଆ ନିକଟ କୁଳିପୋଷି ଗ୍ରାମ କୁ ଯାଇ ନିଜ ଗ୍ରାମ କୁ ଫେରୁଥିବା ବେଳେ ବିପରୀତ ଦିଗରୁ ସାତକୋଶିଆ ରୁ ଆସୁଥିବା ଓଡ଼ି ୦୧ ଈ ୧୩୪୧ କାର ଘୁଲୁଘୁଳିଆ ନଦୀ ପୋଲ ଉପରେ ଦିନ ପ୍ରାୟ ୪ ଟା ସମୟରେ ବାଇକ ସହିତ ମୁଁହାମୁହିଁ ଧକ୍କା ହୋଇଯାଇଥିଲା।ଫଳରେ ବାଇକ ରେ ଥିବା ଗୌତମ ନାୟକ ଙ୍କ ବାମ ହାତ ଓ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା ଓ ନକୁଳ ନାୟକ ଙ୍କ ମୁଣ୍ଡରେ ଗଭୀର ଭାବରେ ଆଘାତ ହୋଇଥିଲା।ଘଟଣା ସ୍ଥଳ ରୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇ ଗୁରୁତର ଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପରେ ଅଧିକ ଚିକିତ୍ସା ପାଇଁ ଦୁଈ ଜଣକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।