Odisha news

ବୋରିଗୁମ୍ମା : ଟ୍ରକ ଓ ବାଇକ ମୁହାଁ ମୁହିଁ , ସୁପ୍ରଭାଇଜର ମୃତ।

0

ବୋରିଗୁମ୍ମା (K.sakil Dora)–ବୋରିଗୁମ୍ମା ଥାନା ଅନ୍ତର୍ଗତ ଟିକ ବାଲିଗୁଡା ନିକଟରେ ଟ୍ରକ ଓ ବାଇକ ମୁହାଁ ମୁହିଁ ହେବା ଫଳରେ ଜଣେ ବ୍ୟକ୍ତି ଙ୍କର ମୃତ ହୋଇଥିବା ଜଣାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ଚନ୍ଦନ ପାଣ୍ଡେ, ତାଙ୍କ ଘର ବିହାର ଅଂଚଳରେ ରେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ଘଟଣା ଅନୁସାରେ ରବିବାର ଅପରାହ୍ନ ୩ ଟା ରେ  ଓ ଆର -୩୦ ୪୬୧୧ ନାମକ ଟ୍ରକ ଟି ମଣ୍ଡିରେ ଧାନ ନେବା ନିମନ୍ତେ କାମତା ଯାଉଥିବା ବେଳେ ଟିକ ବାଲିଗୁଡା ନିକଟରେ ବାଇକ ନମ୍ବର ଓ ଡ଼ି -୧୦ ଏମ ୦୨୩୭ ସହ ମୁହାଁ ମୁହିଁ ହୋଇଥିଲା। ଯାହାଫଳରେ ଯୁବକ ଜଣକ ଭାରସାମ୍ୟ ହରାଇ ଟ୍ରକ ଚକ ତଳେ ପଶି ଯାଇଥିଲେ। ଘଟଣା ସ୍ଥଳରେ ହିଁ ଯୁବକ ଙ୍କ ମୃତୁ ହୋଇଥିଲା।

ବୋରିଗୁମ୍ମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ମୃତକ ବ୍ୟକ୍ତି ମେଗା ଜଳ ପ୍ରୋଜେକ୍ଟ ରେ ସୁପ୍ରଭାଇଜର ଭାବେ କିଛି ଦିନ ହେଲା କାମ କରି ଆସୁଥିଲା।ଆସନ୍ତା କାଲି ସୋମବାର ଦିନ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗ କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ କାରୀ ଅଧିକାରୀ ଏ ଏସ ଆଇ ପ୍ରଫୁଲ୍ଲ କୁମାର ସାହୁ ସୂଚନା ଦେଇଛନ୍ତି। ଟ୍ରକ ଡ୍ରାଇଭର ଫେରାର ଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Leave A Reply