ବାରିପଦା : ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଫୁଲଗୁନ୍ଥା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତୁ୍ୟ ହୋଇଛି । ଏକ ଟ୍ରଲର ସ୍କୁଟିକୁ ଧକ୍କାଦେବା ଫଳରେ ସ୍କୁଟିରେ ଥିବା ତିନିଜଣ ବ୍ୟକ୍ତି ଟ୍ରକତଳେ ବହୁସମୟ ଜୀବତ ଅବସ୍ଥାରେ ଚାପିହୋଇ ରହିଥିବାବେଳେ ଖବରପାଇ ଶୁକୃଳି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ପରେ ପରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସ୍ୟାଳୟକୁ ଚିକିତ୍ସ୍ୟା ନିମନ୍ତେ ନେବା ସମୟରେ ଗୁରୁଚରଣ ମୁଣ୍ଡା(୩୦)ଙ୍କ ରାସ୍ତାରେ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ଦୁଇଜଣଙ୍କ ହସ୍ପିଟାଲରେ ଚିକିତ୍ସ୍ୟା ଅବସ୍ଥାରେ ମୃତୁ୍ୟଘଟିଛି ।
ଘଟଣାରୁ ପ୍ରକାଶ ଯେ, ଏକ ସ୍କୁଟିରେ ୩ଜଣ କରଞ୍ଜିଆ ହସ୍ପିଟାଲକୁ ଆସୁଥିଲେ । ମାତ୍ର ବିଧିରବିଧାନ ହସ୍ପିଟାଲକୁ ମୃତ ଟୁଟୁନ ମାମୁପୁଅ ଭାଇଙ୍କୁ ଏବଂ ସାଙ୍ଗରେ ମାମୁଙ୍କୁ ଧରି ହସ୍ପିଟାଲକୁ ଚିକିତ୍ସ୍ୟା ନିମନ୍ତେ ଆଣୁଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ମର୍ମନ୍ତୁଦ ଦୁର୍ଘଟଣାରେ ତିନିଜଣଙ୍କ ମୃତୁ୍ୟଘଟିଥିଲା, ତେବେ ମୃତକଙ୍କ ଘର କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭଣ୍ଡାଗ୍ରାମରେ । ସେମାନେ ହେଲେ ଗୁରୁଚରଣ ମୁଣ୍ଡା(୩୦), ଟୁଟୁନ ମୁଣ୍ଡା(୪୦), ମାମୁ ସୁରସିଂ ମୁଣ୍ଡା(୬୦) ବୋଲି ଜଣାପଡିଛି । ତେବେ ମୃତ ଗୁରୁଚରଣ ମୁଣ୍ଡା ଏକ କମ୍ପୁ୍ୟଟର ଡାଉନ୍ଲୋଡ ଦୋକାନ ସିଙ୍ଗିଡା ଛକରେ କରିଥିବା ଜଣାପଡିଛି । ଉକ୍ତ ଘଟଣା ସମ୍ପର୍କରେ ରରୁଆଁ ପୋଲିସ ପଙ୍ଖାନୁପଙ୍ଖ ତଦନ୍ତ କରୁଥିବା ଜଣାଯାଇଛି ।
