ରଣପୁର : ଶନିବାର ସକାଳ ୭ଘଟିକା ସମୟରେ ହାଇୱା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଆହତ ହୋଇଥିବା ଜଣା ପଡିଛି । ଖବର ଅନୁସାରେ ରଣପୁର ଥାନାର ଲୋଧାଚୁଆ ଗ୍ରାମ ପଂଚାୟତ ଅନ୍ତର୍ଗତ ରାଜନଗଡ ଗ୍ରାମର ଛାଟିଆ ସାମନ୍ତରାୟଙ୍କ ପୁଅ ହାପି ସାମନ୍ତରାୟ(୨୩) ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସକାଳ ୭ଟା ସମୟରେ ବାଇକ୍ ଯୋଗେ କାମ କରିବାକୁ ନିଜ ଗ୍ରାମ ରାଜନଗଡ ରୁ ରଣପୁର ଆଡକୁ ଆସୁଥିବା ବେଳେ ଚମ୍ପତିପୁର ଛକ ନିକଟ ଆଖଣ୍ଡଳମଣୀ ମନ୍ଦିର ପାଖରେ ଏକ ବାଲି ବୋଝେଇ ହାଇୱା ଗାଡି ସହ ଧକ୍କା ହେବାରୁ ଯୁବକ ଜଣକ ଗୁରୁତର ହୋଇ ପଡି ରହିଥିଲେ ଏବଂ ଘଟଣା ସ୍ଥଳରୁ ହାଇୱା ଗାଡିଟି ଖସି ପଳାଇଯାଇଥିଲା ।
ସ୍ଥାନୀୟ ଲୋକ ହାପିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ । ସେଠାରେ ତାଙ୍କ ପରିବାର ଲୋକ ପହଁଚିବା ପରେ ଯୁବକଙ୍କ ବାମ ଗୋଡଟି ଭାଙ୍ଗି ପ୍ରବଳ ରକ୍ତସ୍ତାବ ହେବାରୁ ତାଙ୍କୁ ଭୁବନେଶ୍ୱର ୬ନଂ ମେଡିକାଲ କୁ ରେଫର କରାଯାଇଥିଲା । ସେଠାରୁ ଭୁବନେଶ୍ୱର ଏମ୍ସ୍ କୁ ସ୍ଥାନାନ୍ତର କରାଯାଇ ଚିକିସôିତ ହେଉଥିବା ଜଣା ପଡିଛି ।
