ଏମିତି ଜଣେ ରାଜା ଯିଏ କି ରାଜଗାଦି ରେ ବସିବା ପରେ ଉପହାର ଭାବରେ ପାଇଥିଲେ ପିତାଙ୍କ ରାଣୀ ଓ ସନ୍ତାନ ଙ୍କୁ , ଆଜି ମଧ୍ୟ ରହିଛି ଏହି ପ୍ରଥା
ଆମେ ଯଦି ଇତିହାସ ର ପୃଷ୍ଠା ଲେଉଟାଇ ଥାଉ ତେବେ ଜାଣି ଥାଉ ଯେ ପୁରୁଣା ସମୟରେ ରାଜା ମହାରାଜା ମାନଙ୍କ ର ଏକାଧିକ ପତ୍ନୀ ରହିଥିଲେ ଓ ସେମାନେ ଅନେକ ସନ୍ତାନ ର ମଧ୍ୟ ଜନକ ହେଉଥିଲେ । କିନ୍ତୁ ଆଜିର ଆଧୁନିକ ସମାଜରେ ଆପଣ ଯଦି ଜାଣିବେ କୌଣସି ବ୍ୟକ୍ତି ଏକାଧିକ ପତ୍ନୀ ଗ୍ରହଣ କରି ଅନେକ ଗୁଡ଼ିଏ ସନ୍ତାନ ର ଜନକ ହୋଇଛନ୍ତି ତେବେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । କାହିଁକି ନା ଆଧୁନିକ ସମାଜରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କାର୍ଯ୍ୟ କ୍ରମ ଚାଲିଥିବା ସମୟରେ ଆସିଚି ଗୋଟିଏ ରୋଚକ ଖବର ଆଫ୍ରିକୀୟ ରାଜା ଅବୁମ୍ବୀ ୧୦୦ ପତ୍ନୀ ଓ ୫୦୦ ସନ୍ତାନ ର ଜନକ ଅଟନ୍ତି ।
ହଁ ଆଜ୍ଞା , ଏହି ଘଟଣାଟି ଆପଣଙ୍କୁ ମିଥ୍ୟା ଲାଗିପାରେ କିନ୍ତୁ ଏହା ସତ୍ୟ ଅଟେ । ଆଫ୍ରିକୀୟ ରାଜା ଆବୁମ୍ବୀ ୨ ନିଜର ସ୍ବର୍ଗତ ପିତା ଙ୍କ ରାଣୀ ମାନଙ୍କୁ ନିଜର ପତ୍ନୀ ଭାବରେ ଗ୍ରହଣ କରି ୧୦୦ ଟି ପତ୍ନୀ ର ଅଧିକାରୀ ହୋଇ ପାରିଛନ୍ତି ।
୧୦୦ ପତ୍ନୀ ଓ ୫୦୦ ସନ୍ତାନ :-
ଆବୁମ୍ବି ଦ୍ୱିତୀୟ ୧୯୬୮ ରେ ନିଜର ପିତାଙ୍କ ମୃତ୍ୟୁ ପରେ କେମରୁନ ରେ ବାଫୁତ୍ ର ଏକାଦଶ ତମ ରାଜା ହୋଇଥିଲେ । କେମାରୁନ ରେ ବହୁ ବିବାହ ପ୍ରଥା ବର୍ତ୍ତମାନ ମଧ୍ୟ ପ୍ରଚଳିତ ଅଛି । ଗ୍ରାମୀଣ ଅଞ୍ଚଳରେ ପୁରୁଷ ମାନେ ଏକାଧିକ ବିବାହ ବର୍ତ୍ତମାନ ମଧ୍ୟ କରୁଛନ୍ତି । ପୁରୁଷ ମାନଙ୍କର ବିବାହ ର କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ସୀମା ନାହିଁ ।
କେମରୁନ ବାଫୁତ୍ ର ପ୍ରଥା ଅନୁସାରେ ଯେତେବେଳେ କୌଣସି ରାଜାର ମୃତ୍ୟୁ ହୋଇଯାଏ ,ତେବେ ତାର ଉତ୍ତରାଧିକାରୀ କୁ ଉପହାର ଭାବରେ ମିଳିଥାଏ ତାଙ୍କର ପତ୍ନୀ । ଯେଉଁ କାରଣରୁ ଅବୁମ୍ବି ଙ୍କ ନିକଟରେ ୧୦୦ ଟି ରାଣୀ ଅଛନ୍ତି । ଏହି ସମସ୍ତ ପତ୍ନୀ ଙ୍କ ନିକଟରୁ ୫୦୦ ରୁ ଉର୍ଦ୍ଧ୍ବ ସନ୍ତାନ ରହିଛନ୍ତି ।
ଅବୁଂବି ଙ୍କ ତୃତୀୟ ପତ୍ନୀ ଙ୍କ ନାମ କୁଇନ୍ କନ୍ଷ୍ଟେ ଣ୍ଟ CNN ସହିତ ସାକ୍ଷାତ କରି କହିଛନ୍ତି ଯେ ” ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ କୌଣସି ନା କୌଣସି ମହିଳା ଙ୍କ ହାତ ଥାଏ । ଆମର ପରମ୍ପରା ଅନୁସାରେ ଯେତେବେଳେ ଜଣେ ରାଜା ହୋଇଥାଏ , ସେତେବେଳେ ବୟସ୍କ ପତ୍ନୀ ମାନେ ନିଜର ଦାୟିତ୍ଵ କମ୍ ବୟସ ର ରାଣୀ ଙ୍କୁ ଅର୍ପଣ କରନ୍ତି । ଏହାଛଡା ରାଜା ଙ୍କୁ ମଧ୍ୟ ପରମ୍ପରା ଶିଖାଇ ଥାଆନ୍ତି । “
ରାଜା ଅବୁମ୍ବୀ ଙ୍କ ପତ୍ନୀ ମାନେ ଅନେକ ବିଭିନ୍ନ ଭାଷା ଭାଷୀ ର ଅଟନ୍ତି ଓ ଶିକ୍ଷାରେ ମଧ୍ୟ ନିପୂଣ ଅଟନ୍ତି । ଆଜିର ସମାଜରେ ଯେଉଁଠି ବହୁ ବିବାହ ପ୍ରଥା ଉପରେ ରୋକ ଲାଗିଚି ସେଠାର କେମରୁନ ରେ ବହୁ ବିବାହ ପ୍ରଥା ବର୍ତ୍ତମାନ ମଧ୍ୟ ଚାଲିଛି ।
