Odisha news

ଏବିଏଫଆରଏଲ୍‍ ସହଭାଗିତାରେ ନିଯୁକ୍ତି ଅଭିଯାନ ଜରିଆରେ ସ୍ଥାନୀୟ ମହିଳାଙ୍କ ଉତ୍‍ଥାନ ପାଇଁ ଉତ୍କଳ ଆଲୁମିନା ଦ୍ୱାରା ପଥ ପରିଷ୍କାର

ଭୁବନେଶ୍ୱର/ଟିକିରି: ପାରିପାଶ୍ୱର୍ିକ ଗ୍ରାମଗୁଡିକର ଯୁବତୀମାନଙ୍କୁ କୁଶଳି ନିଯୁକ୍ତି ଯୋଗାଇ ଦେବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ସକାଶେ ନିରଳସ ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ଆଦିତ୍ୟ ବିର୍ଲା ଫାଶନ ଆଣ୍ଡ ରିଟେଲ ଲିମିଟେଡ (ଏବିଏଫଆରଏଲ) ସହିତ ସହଭାଗିତାରେ ଏକ ଦୁଇ ଦିନିଆ ନିଯୁକ୍ତି ଅଭିଯାନ ଆୟୋଜନ କରିଛି । ଉତ୍କଳ ସିଏସଆର୍‍ ବ୍ୟାନର ତଳେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉତ୍କଳ ଆଲୁମିନା ପକ୍ଷରୁ ଗୋଷ୍ଠୀର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳର ବେକାର ଯୁବତୀମାନଙ୍କୁ ନିୟୋଜିତ କରିବା ପାଇଁ ନିଯୁକ୍ତି ଅଭିଯାନ ପରିଚାଳନା କରିବାକୁ ଏବିଏଫଆରଏଲ୍‍କୁ ଆମନ୍ତ୍ରଣ କରାଯାଇଥିଲା ।

୨୦୨୧ ଅକ୍ଟୋବର ୬ ଓ ୭ ତାରିଖରେ ଏହି ନିଯୁକ୍ତି ଅଭିଯାନ ସଫଳତାର ସହିତ ଆୟୋଜନ କରାଯାଇଥିଲା, ଯେଉଁଥିରେ ଉତ୍କଳ ଆଲୁମିନାର ୬୦ଟି ପାରିପାଶ୍ୱର୍ିକ ଗ୍ରାମରୁ ୮୦୦ କିଶୋରୀ ଓ ଯୁବତୀ ଅଂଶଗ୍ରହଣ କରିବା ବେଶ୍‍ ଗୁରୁତ୍ୱ ରଖିଥିଲା । ଏହି କିଶୋରୀ ଓ ଯୁବତୀମାନେ ସକ୍ରିୟ ଭାବରେ ନିଯୁକ୍ତି ଅଭିଯାନରେ ଅଂଶଗ୍ରହଣ କରିବା ସହିତ ଏଥିପ୍ରତି ଅତ୍ୟନ୍ତ ଆଗ୍ରହ ପ୍ରଦର୍ଶନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଯୋଗ୍ୟତା ସର୍ତ୍ତାବଳୀ, ସାକ୍ଷାତକାର ପଦ୍ଧତି, ନିଯୁକ୍ତିର ପ୍ରକାର ଏବଂ ଏବିଏଫଆରଏଲ୍‍ ପକ୍ଷରୁ ଯୋଗାଇ ଦିଆଯିବାକୁ ଥିବା ବିବିଧ ସୁବିଧା ଆଦି ସମ୍ପର୍କରେ ଅବଗତ କରାଯାଇଥିଲା । ମୋଟ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଏହି ପ୍ରକ୍ରିୟାରେ ୧୦୦ ରୁ ଅଧିକ କିଶୋରୀ ଓ ଯୁବତୀ ମନୋନୀତ ହୋଇଥିଲେ । ମନୋନୀତ ଏହି ପ୍ରାର୍ଥୀମାନଙ୍କୁ ଏବିଏଫଆରଏଲ୍‍ ବାଙ୍ଗାଲୋରରେ ନିଯୁକ୍ତି ପ୍ରଦାନ କରାଯିବ ।
ଅଂଶଗ୍ରହଣକାରୀମାନେ ଓଡ଼ିଶାର ସବୁଠାରୁ ଦୁର୍ଗମ ଅଞ୍ଚଳରେ କମ୍‍ ଯୋଗ୍ୟତାସଂପନ୍ନ ମହିଳାଙ୍କୁ ମଧ୍ୟ ନିଯୁକ୍ତି ସୁଯୋଗ ପ୍ରଦାନ କରିଥିବାରୁ ଉତ୍କଳ ଆଲୁମିନାକୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ସେମାନଙ୍କ ପାଇଁ ପ୍ରଥମ ସାକ୍ଷାତକାର ପ୍ରକ୍ରିୟା ହୋଇଥିବାରୁ ସେମାନେ ଏଥିପ୍ରତି ଗଭୀର ଆଗ୍ରହ ମଧ୍ୟ ଦେଖାଇଥିଲେ । ଏହି କିଶୋରୀ ଓ ଯୁବତୀମାନେ କହିଛନ୍ତି ଯେ ସେମାନେ ଏକ ସକାରାତ୍ମକ ଦିନ ଅଥବା ବିଷୟବସ୍ତୁ ସମ୍ପର୍କରେ ମୌଳିକ ଧାରଣା ପାଇପାରିଛନ୍ତି, ଯାହା ନିଯୁକ୍ତି ପାଇଁ ଜଣଙ୍କୁ ଯୋଗ୍ୟ କରି ପ୍ରସ୍ତୁତ କରୁଛି ।

ରାୟଗଡାର ଜିଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ଆର ପି ଟେଟେ, ୟୁଏଆଇଏଲର ସିଏସଆର, ସିଆର ଓ ସଷ୍ଟେନେବିଲିଟି ହେଡ୍‍ ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଏବିଏଫଆରଏଲ୍‍ ଭୁବନେଶ୍ୱର ମାନବସମ୍ବଳ ମୁଖ୍ୟ ଶ୍ରୀ ବ୍ରଜବିଧୁ ଛାଟୋଇ, ଏବିଏଫଆରଏଲ୍‍ର କୁଶଳତା ବିକାଶ ଅଧିକାରୀ ଶ୍ରୀ ବିପିନ ବିହାରୀ ସାହୁ ପ୍ରମୁଖ ଏହାର ଉଦ୍‍ଘାଟନ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ।

ୟୁଏଆଇଏଲର ୟୁନିଟ ମୁଖ୍ୟ ଶ୍ରୀ ମଜହର ବେଗ୍‍ ୬୦ରୁ ଅଧିକ ଗ୍ରାମର ଅଂଶଗ୍ରହଣକାରୀଙ୍କୁ ଏହି ନିଯୁକ୍ତି ଅଭିଯାନରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ପାରପାଶ୍ୱର୍ିକ ଅଞ୍ଚଳଗୁଡିକରେ ଜନସାଧାରଣଙ୍କୁ ଜୀବିକା ଉପାର୍ଜନର ଏକ ସ୍ଥାୟୀ ଉତ୍ସ ଯୋଗାଇଦେଇ ସେମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ଆମର ଦୃଢ ପ୍ରତିବଦ୍ଧତା କ୍ଷେତ୍ରରେ ଏହି ନିଯୁକ୍ତି ଅଭିଯାନ ଏକ ପ୍ରତିଫଳନ ହୋଇଛି । ସେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ ପାଇଁ ସିଏସଆର୍‍ ଦଳ ଏବଂ ଏବିଏଫଆରଏଲ୍‍ ଦଳକୁ ଧନ୍ୟବାଦ ଜଣାଇଥିଲେ । ଉତ୍କଳ ଆଲୁମିନାର ସିଏସଆର୍‍ ଏବଂ ସଷ୍ଟେନେବିଲିଟି ଟିମ୍‍ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆେୟୋଜନ କରାଯାଇଥିଲା ।

ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ପଥା ଭାବରେ ୟୁଏଆଇଏଲ ତାହାର ପାରିପାଶ୍ୱର୍ିିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ତାହାର ସିଏସଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେଇ ତାହାର ସମାଧାନ କରୁଛି । ମୋଟ ଉପରେ ୟୁଏଆଇଏଲ୍‍ ଓଡ଼ିଶାର ୫୭ଯି ଗ୍ରାମରେ ନିୟୋଜିତ ରହିବା ସହିତ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ଯୋଗାଉଛି ।

Shares