ବ୍ରହ୍ମପୁର: ଅଶାନ୍ତ ସମୁଦ୍ରରେ ଫସିଯାଇଛି ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା | ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ଚିକିଟିର ଲୋକ ହୋଇଥିବାବେଳେ ଏବେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ ହୋଇଛି | ମିଳିଥିବା ସୂଚନା ମୁତାବକ ୧୨ରୁ ୧୪ ଜଣ ମତ୍ସ୍ୟଜୀବୀ ବିଶାଖାପାଟଣାରୁ ଗଞ୍ଜାମ ଆସୁଥିବାବେଳେ ପତିସୋନାପୁର ନିକଟରେ ବୋଟରେ ଯାନ୍ତ୍ରିକ ସମସ୍ୟା ଉପୁଜିଥିଲା |
ଆଉ ବୋଟ ସମୁଦ୍ରରେ ଫସିବା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ପରିବାରଲୋକ ପ୍ରଶାସନକୁ ଅନୁରୋଧ କରିଥିଲେ | ବର୍ତ୍ତମାନ ସେମାନଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରିବା ପାଇଁ ହେଲିକପ୍ଟର ପଠାଯାଇଛି | ଶେଷ ଖବର ସୁଦ୍ଧା ତିନିଜଣଙ୍କୁ ଉଦ୍ଧାର କରାଯାଇଛି |
