ଆସନ୍ତା ୧୪ ତାରିଖରେ ପ୍ରବାସୀ ଭାରତୀୟ ଙ୍କୁ ଦୁବାଇରୁ ୧୭୯ ଯାତ୍ରୀଙ୍କୁ ନେଇ ସିଧା ଭୁବନେଶ୍ୱର ଆସିବ ଏକ ସ୍ୱତନ୍ତ୍ର ବିମାନ।
ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ଦୁବାଇରୁ ୧୭୯ ଯାତ୍ରୀଙ୍କୁ ନେଇ ସିଧା ଭୁବନେଶ୍ୱର ଆସିବ ଏକ ସ୍ୱତନ୍ତ୍ର ବିମାନ। ପ୍ରବାସୀ ଭାରତୀୟ ଓ UAEରେ ଥିବା ଓଡ଼ିଶା ସମାଜର ପ୍ରୟାସରେ ଏହି ବିମାନ ୧୭୯ ଯାତ୍ରୀଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା UAEର ଏକ ଗଣମାଧ୍ୟମ ସଂସ୍ଥା ଖଲିଜ ଟାଇମର ୱେବସାଇଟରେ ଖବର ପ୍ରକାଶ ପାଇଛି।
ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଭିନ୍ନ କରୋନା ସଂକ୍ରମିତ ଦେଶରୁ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଫେରାଇ ଆଣୁଛନ୍ତି। ତେବେ ଦୁବାଇରେ ଥିବା ଓଡ଼ିଆ ଘରକୁ ଫେରିବାକୁ ଚାହୁଁଥିବାରୁ ପ୍ରବାସୀଙ୍କ ପ୍ରୟାସରେ ଏଭଳି ବ୍ୟବସ୍ଥା କରାଯାଇଛି।
ତେବେ ଏଥିପାଇଁ ସହାୟତା କରିଥିବାରୁ ଦୁବାଇର ଓଡିଆ ସମାଜ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କୃତଜ୍ଞତା ଜଣାଇଛି। ତେବେ ଏହି ମିଶନ୍ ଜରିଆରେ ଦୁବାଇରୁ ଭୁବନେଶ୍ୱରକୁ ୧୪ରେ ଉଡ଼ିବାକୁ ଥିବା ପ୍ରଥମ ଫ୍ଲାଇଟ ବାବଦରେ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ଖଲିଜ ଟାଇମ ଲେଖିଛି। ତେବେ ଏନେଇ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।