ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ଘରୋଇ ମୋଟର ପରିବହନ ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।ଜଗତସିଂହପୁର ଜିଲ୍ଲାରେ ଚାଲୁଥିବା ବସ ଡ୍ରାଇଭର,କଣ୍ଡକ୍ଟର,ହେଲପର ଆଜିକୁ ପ୍ରାୟ ୩ମାସ ହେବ ଲକ ଡାଉନ ଯୋଗୁ ଗାଡି ମୋଟର ନ ଚାଲିବାରୁ ପ୍ରଭାବିତ ହୋଇଛନ୍ତି ।
ଏହାକୁ ନେଇ ସରକାରଙ୍କ ପାଖରେ ସଂଘ ପକ୍ଷରୁ ପ୍ରଥମେ ଦାବୀ ରଖାଯାଇଥିବା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରିଲେ ନାହିଁ ।ପୁନଶ୍ଚ ସରକାରଙ୍କ ପାଖରେ ବସ କର୍ମଚାରୀମାନଙ୍କ ବିଭିନ୍ନ ଅସୁବିଧା ସମୟରେ ସରକାରୀ ସାହାର୍ଯ୍ୟ ପାଇଁ ସଂଘ ଦାବି କରୁଛି ।ଦୈନିକ ମଜୁରୀ ହିସାବରେ ୬ମାସର ଦରମା,କର୍ମଚାରୀମାନଙ୍କ ପରିବାରକୁ ୧୦କିଲୋ ଲେଖାଁଏ ଚାଉଳ /ଗହମ ପ୍ରଦାନ,କରୋନା ଯୋଦ୍ଧା ଯୋଜନାରେ ସାମିଲ କରିବା,ମାସିକ ଦରମା ନିଦ୍ଧିଷ୍ଟ କରିବା,ରାଜ୍ୟରେ ଅନ୍ୟ ଶ୍ରମିକମାନଙ୍କ ଭଳି କର୍ମଚାରୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଅର୍ନ୍ତଭୁକ୍ତ କରିବା ,କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ ଆଦି ଦାବୀ ନେଇ ଏକ ଦାବୀ ପତ୍ର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।ଏହି ସବୁ ଦାବି ପ୍ରତି ସରକାର ବିଚାରକୁ ନେଇ ଦାବୀ ପୁରଣ ହେଲେ କାର୍ଯ୍ୟ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଦାବୀ ପୁରଣ ନହେଲେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନେ୍ଦାଳନ ଚାଲୁ ରହିବ ବୋଲି ସଂଘର ସାଧାରଣ ସଂପାଦକ ଚକ୍ରବର୍ତ୍ତୀ ଓତା ସୁଚନା ଦେଇଛନ୍ତି ।ଏହି ଦାବୀ ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଚିନ୍ମୟ ଦାସ,କୋଷାଧ୍ୟକ୍ଷ ନିରଞ୍ଜନ ମହାନ୍ତି,ଉପ ସଭାପତି ପ୍ରଫୁଲ୍ଲ ଦାସ,ଚନ୍ଦ୍ର ଶେଖର କଣ୍ଠ,ଅରବିନ୍ଦ ଲେଙ୍କା,ସଞ୍ଜୟ ଲେଙ୍କା,ସୁକାନ୍ତ ମହାନ୍ତି,ସାଗର ରଞ୍ଜନ ବାରିକ,ଅମର କୁମାର ଦାସ,ସୁଧୀର ରଥ,ଅଭିରାମ ଲେଙ୍କା,ସଚ୍ଚିକାନ୍ତ ପଣ୍ଡା,ଚନ୍ଦ୍ରକାନ୍ତ ପଣ୍ଡା,ଟୁକୁନା ପ୍ରଧାନ,ଇଶ୍ୱର ଚନ୍ଦ୍ର ମହାନ୍ତି,ରାଜକିଶୋର ଦାସ,ସୌଭାଗ୍ୟ ପତିହାରୀ,ବିପିନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।