ଢାକା: ଜଣେ ବରିଷ୍ଠ ଡାକ୍ତରଙ୍କ ନେତୃତ୍ୱରେ ବାଂଲାଦେଶର ଏକ ଡାକ୍ତରୀ ଦଳ ଦାବି କରିଛନ୍ତି ଯେ ଦୁଇଟି ବହୁଳ ବ୍ୟବହୃତ ଔଷଧର ମିଶ୍ରଣକୁ ନେଇ ସେମାନଙ୍କର ଅନୁସନ୍ଧାନ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଇଛି | ଏହି ମିଶ୍ରଣ କରୋନାଭାଇରସର ତୀବ୍ର ଲକ୍ଷଣ ଥିବା ରୋଗୀଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିଛି | “ଆମେ ଆଶ୍ଚର୍ଯ୍ୟଜନକ ଫଳାଫଳ ପାଇଛୁ | ଏହି ଦୁଇଟି ଔଷଧର ମିଶ୍ରଣ ୬୦ଟି କୋଭିଡ-୧୯ ରୋଗୀଙ୍କୁ ଦିଆଯିବା ପରେ ସେମାନେ ସମସ୍ତେ ସୁସ୍ଥ ହୋଇଯାଇଛନ୍ତି ବୋଲି ଘରୋଇ ବାଂଲାଦେଶ ମେଡିକାଲ କଲେଜ ହସପିଟାଲର ଚିକିତ୍ସା ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଏମଡି ତାରକ ଆଲାମ କହିଛନ୍ତି।
ଡାକ୍ତର ଆଲାମ କହିଛନ୍ତି ଯେ, ଡକ୍ସିସାଇକ୍ଲିନ୍ ସହିତ ଇଭେରର୍ମେକ୍ଟିନ୍ ନାମକ ଔଷଧ ମିଶାଇ କୋଭିଡ-୧୯ ରୋଗୀଙ୍କୁ ଦିଆଯାଇଥିବା ବେଳେ ଏହା ଚମତ୍କାର ଫଳାଫଳ ଦେଇଥିଲା। ଆମେ ପ୍ରସ୍ତୁତ କରିଥିବା ଏହି ଔଷଧ ସେବନ ଦ୍ୱାରା କରୋନା ରୋଗୀ ମାତ୍ର ୪ଦିନରେ ସୁସ୍ଥ ହେବା ସହ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି।

ତାଙ୍କ କହିବା ମୁତାବକ, ଆମେ ପ୍ରଥମେ ଲକ୍ଷଣ ଦେଖା ଯିବା ପରେ ରୋଗୀଙ୍କୁ କୋଭିଡ-୧୯ ପାଇଁ ପରୀକ୍ଷା କରିବାକୁ କହିଥିଲୁ ଏବଂ ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ ଆମ ଦ୍ୱାରା ପ୍ରସ୍ତୁତ ଔଷଧ ତାଙ୍କୁ ଦେଇଥିଲୁ | ଔଷଧ ନେବାର ୪ଦିନ ପରେ ସେମାନେ ସୁସ୍ଥ ହେଉଥିବା ଆମେ ଦେଖିବାକୁ ପାଇଥିଲୁ | ଏବଂ ଏ ପର୍ଯ୍ୟନ୍ତ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ | ଏହି ମିଶ୍ରଣର କାର୍ଯ୍ୟକାରିତାକୁ ନେଇ ଆମେ ଶତ ପ୍ରତିଶତ ଆଶାବାଦୀ | ଆମେ ବର୍ତ୍ତମାନ ସଂପୃକ୍ତ ସରକାରୀ ନିୟାମକଙ୍କ ସହ ଯୋଗାଯୋଗ କରିଛୁ ଏବଂ କୋଭିଡ-୧୯ ଚିକିତ୍ସା ପାଇଁ ଆମେ ପ୍ରସ୍ତୁତ କରିଥିବା ଔଷଧର ସ୍ୱୀକୃତି ପାଇଁ ଆନ୍ତର୍ଜାତୀୟ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତ ଅଛୁ।