Odisha news

କୋବିଡ଼-୧୯ର ସମୀକ୍ଷା କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ : ପ୍ଲାଜ୍ମା ଦେବାକୁ ଭଦ୍ରକରୁ ୨୮ ଜଣଙ୍କ ସମ୍ମତି ପ୍ରଦାନ

0

ଭଦ୍ରକ :ରାଜ୍ୟ ସରକାର ଏବେ ପ୍ଲାଜ୍‍ମା ସଂଗ୍ରହକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କରୋନା ଆକ୍ରାନ୍ତ ହୋଇ ଯେଉଁମାନେ ସୁସ୍ଥ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ସବଳ ଅଛନ୍ତି ସେମାନଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯାଇ କରୋନା ଆକ୍ରାନ୍ତଙ୍କୁ ଦେଇ କରୋନାରୁ ମୁକ୍ତ କରାଯାଇପାରିବ । ଏହି ପ୍ଲାଜ୍‍ମା ଥେରାପି ଚିକିତ୍ସା କରୋନା କ୍ଷେତ୍ରରେ ଅଧିକ ଲାଭଦାୟକ ହେଉଥିବାରୁ ରାଜ୍ୟ ସରକାର ଏହାକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଭଦ୍ରକ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୨୮ଜଣ ପ୍ଲାଜ୍‍ମା ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଜିଲ୍ଲାରୁ କିପରି ଆହୁରି ଅଧିକ ସଂଖ୍ୟକ ପ୍ଲାଜ୍‍ମାଦାତା ବାହାରିବେ ସେ ଦିଗରେ ସଚେତନତା କରିବା ସହ ଜିଲ୍ଳାର ସମସ୍ତ ବିଧାୟକ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ରାଜ୍ୟ ଖାଦ୍ୟ, ଯୋଗାଣ, ସମବାୟ ଖାଉଟି କଲ୍ୟାଣ ତଥା ପ୍ଲାଜ୍‍ମା ଜିଲ୍ଲା ପଯର୍‍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରାମର୍ଶ ଦେଇଛନ୍ତି । ଆଜି ଜିଲ୍ଲାପାଳଙ୍କ ସଦ୍‍ଭାବନା ସଭାଗୃହରେ ମନ୍ତ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇ କହିଥିଲେ ଯେ ଏ ପର୍ଯ୍ୟନ୍ତ ଜିଲ୍ଳାରୁ ୧୬ହଜାର ୯୮୯ ନମୁନା ପରୀକ୍ଷା ହୋଇ ସାରିଛି । ସେଥି ମଧ୍ୟରୁ ମୋଟ ୫୪୯ଟି ପଜିଟିଭ୍‍ କେଶ୍‍ ବାହାରିଥିବା ବେଳେ ୪୩୨ଜଣ ସୁସ୍ଥ ହୋଇ ସାରିଛନ୍ତି ।

ଆଉ ମାତ୍ର ୧୧୫ଜଣ ଆକଫିଭ ରହି ଚିକିତ୍ସିତ ହେଉଛନ୍ତି । ୨ଜଣ ଯେଉଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ଲୋକାଲ କଣ୍ଟକଫ । ଜଣେ ତିହିଡି ବ୍ଳକ ସିନ୍ଦୋ ପଞ୍ଚାୟତର ଆରୁହା ଗାଁର ହୋଇଥିବା ବେଳେ ଅନ୍ୟ ଜଣେ ଧାମନଗର ବ୍ଳକ ଭଗବାନପୁର ପଞ୍ଚାୟତର ପଳିକିରି ଗ୍ରାମର, ଯିଏକି ଭୁବନେଶ୍ୱର ସମ୍‍ ହସ୍ପିଟାଲରୁ ବାହାରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ଦୃତ ସଂକ୍ରମଣକୁ ଲକ୍ଷ୍ୟ କରି ଜିଲ୍ଳାର ସମସ୍ତ ବ୍ଲକ ଓ ପୌରପାଳିକାର ସଦର ମହକୁମାରେ ଲକ୍‍ଡାଉନ ବଳବତ୍ତର ରହିଛି । ଆଜି ସହରର ଏକତା ମାର୍କେଟ ଠାରେ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ତ‰ାବଧାନରେ କୋବିଡ୍‍ ସ୍ୱାବ ସଂଗ୍ରହ କରାଯାଇଛି ।

ଶେଷରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଳାରେ କିପରି ଅଧିକ ସ୍ୱାବ ସଂଗ୍ରହ ହେବ ସେ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ଯେଉଁମାନେ ପ୍ଲାଜ୍‍ମା ଦେବେ ସେମାନଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ମନ୍ତ୍ରୀ କହିଥିଲେ । ଏହି ବୈଠକରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଂଜୀବ କୁମାର ମଳ୍ଲିକ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଳାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ପ୍ରାକ୍ତନ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁଙ୍କ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଡିଆରଡିଏର ପିଡି ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ସିଡିଏମ୍‍ଓ ଡାକ୍ତର ସନ୍ତୋଷ ପାତ୍ରଙ୍କ ସମେତ ଜିଲ୍ଳାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply