Odisha news

ଭାରତରେ IT କର୍ମଚାରୀଙ୍କ ମଧ୍ୟରେ ଏଡ୍ସ ମାମଲା ବଢ଼ିବାରେ ଲାଗିଛି ,  ଏହି ରାଜ୍ୟ ଏଡ୍ସ ରେ ସବୁଠୁ ଆଗରେ , ଆଲର୍ଟ ରେ ସରକାର

0

ଦେଶରେ IT କର୍ମଚାରୀ ଙ୍କ ମଧ୍ୟରେ HIV ବଢି ବଢି ଚାଲିଛି, ଆନ୍ଧ୍ର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟକୁମାର ଯାଦବ ଚିନ୍ତା ବଢ଼ାଇଛି , ସେ କହିଛନ୍ତି ବିଳାସିଟପୂର୍ଣ୍ଣ ଜୀବନ ଓ ନିଶା ଯୁକ୍ତ ଔଷଧ ର ଉପଯୋଗ ଭଳି କାରଣରୁ ଏହା ଖୁବ ଦ୍ରୁତ ବେଗରେ ବୃଦ୍ଧି ପାଉଛି, ରାଷ୍ଟ୍ରୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ ର ରିପୋର୍ଟ ଅନୁସାରେ IT କ୍ଷେତ୍ରରେ HIV ବୃଦ୍ଧି ପାଉଛି l

ନିଶା ଯୁକ୍ତ ଔଷଧ ଠାରୁ ଯୁବକ ମାନେ ଦୁରେଇ ରହିବା ଜରୁରୀ –

ଆନ୍ଧ୍ର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ମତରେ ଯୁବକ ମାନେ ନିଶା ଯୁକ୍ତ ଔଷଧ ଠାରୁ ଦୁରେଇ ରହିବା ଜରୁରୀ, ଏବଂ ସୁରକ୍ଷିତ ଯୌନ ସମ୍ବନ୍ଧ ରଖିବା ମଧ୍ୟ ଆବଶ୍ୟକ, ମାତା-ପିତା ଙ୍କୁ ନିଜ ପିଲାଙ୍କୁ ସୁରକ୍ଷିତ ଯୌନ ସମ୍ବନ୍ଧ ରଖିବା ଜରୁରୀ ବୋଲି କହିଛନ୍ତି, ଗୋଟିଏ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆନ୍ଧ୍ର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଯୁବକ ମାନଙ୍କୁ ସଚେତନ କରିଛନ୍ତି l

କାହିଁକି IT କ୍ଷେତ୍ରରେ ବୃଦ୍ଧି ପାଉଛି HIV ସମସ୍ୟା –
– ବର୍ତମାନ IT ସେକ୍ଟର ର ଯୁବକ ମାନେ କାମ ଚାପରେ ଅଧିକ ନିଶା ସେବନ କରୁଛନ୍ତି, ସେମାନଙ୍କ ର ଭୁଲ ଧାରଣା ରହିଛି ଯେ ନିଶା ସେବନ ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ l

– ମାନସିକ ଚାପକୁ ହ୍ରାସ କରିବା ପାଇଁ ଅନୈତିକ ଯୌନ ସମ୍ବନ୍ଧ ସ୍ଥାପନ କରିବାକୁ ପଛାଉ ନାହାନ୍ତି , ସାବଧାନ ନରହି ଏଡ୍ସ ଦ୍ୱାରା ପ୍ରଭାବିତ ହେଉଛନ୍ତି l

– ନିଶା ସେବନ ବିଭିନ୍ନ ଉପାୟରେ ହୋଇଥାଏ ଯେପରିକି ଇଞ୍ଜେକ୍ସନ ଦ୍ୱାରା ମଧ୍ୟ, ତେଣୁ ଯୁବକ ମାନେ ଗୋଟିଏ ସିରିଞ୍ଜ ଓ ଛୁଞ୍ଚି କୁ ବାରମ୍ବାର ଅନେକ ଯୁବକ ବ୍ୟବହାର କରନ୍ତି, ଯାହାକି ଏଡ୍ସ ର ଗୋଟିଏ ବଡ଼ କାରଣ l

Leave A Reply