Odisha news

ଆତଙ୍କୀ ଡାକ୍ତରଙ୍କ ଟାର୍ଗେଟ ରେ ଦେଶର ରାଜଧାନୀ ଦିଲ୍ଲୀ

0

୧୪ ବର୍ଷ ପରେ ଥରିଲା ରାଜଧାନୀ ଦିଲ୍ଲୀ , ପେହେଲଗାମ  ଆକ୍ରମଣ ପରେ ରାଜଧାନୀ ଦିଲ୍ଲୀ ରେ ବ୍ଲାଷ୍ଟ, ଆତଙ୍କୀ ଡାକ୍ତରଙ୍କ ଟାର୍ଗେଟ ରେ ରାଜଧାନ ଦିଲ୍ଲୀ, ଆତଙ୍କବାଦୀ ଚେର ଲମ୍ବିଚି ଦେଶ ସାରା ,ଯାହା ଉଜାଡି ଦେଇଛି ଗରିବ ବିକାଳୀ ଙ୍କ ପରିବାର , ଦିଲ୍ଲୀ ବ୍ଲାଷ୍ଟ ରେ ୪ ଆତଙ୍କୀ ଡାକ୍ତର ଙ୍କ ସମ୍ପୃକ୍ତି, ୨୬/୧୧ କୁ ଦୋହରାଇବାର ଥିଲା କି , ଆତଙ୍କୀ ଡାକ୍ତର ଙ୍କ ଉଦେଶ୍ୟ ? ଏଥିରେ କେତେଦୂର ରହିଛି ପାକିସ୍ତାନ ର ସମ୍ପୃକ୍ତି ?

ସୋମବାର ସନ୍ଧ୍ୟା ୬ ଟା ୫୫ ମିନିଟ ସମୟରେ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ ରେ ଆତଙ୍କବାଦୀ ଙ୍କ ଛାତି ଥରା ଦୃଶ୍ୟ ,  ଯେଉଁଥିରେ ନିରୀହ ଲୋକ ହୋଇଛନ୍ତି ମୃତ , ଯେଉଁଠି ବଡା ପାଓ ବାଲା ଠାରୁ ନେଇ ଚାର୍ଟ ବିକାଳୀ ଙ୍କ ପରିବାର ହୋଇ ଯାଇଛନ୍ତି ଅନାଥ l ୨ ଦିନ ଧରି ଜାମୁ କାଶ୍ମୀର ପୋଲିସ ଙ୍କ ଲଗାତାର ଚଢ଼ାଉ ପରେ ୩ ଡାକ୍ତର ଙ୍କୁ ଗିରଫ କରାଯାଇ ଥିଲା , ଯେଉଁଠି ଜବତ ହୋଇଥିଲା ବିପୁଳ ମାତ୍ରାରେ ବିସ୍ଫୋଟକ ସାମଗ୍ରୀ ଏବଂ ୨ ଟି AK -47 ରାଇଫଲ  l ଏହି ଯାଞ୍ଚ ସମୟ ରେ ମିଳିଥିବା ବିସ୍ଫୋଟକ  ସାମଗ୍ରୀ କୁ ଯାଞ୍ଚ କରାଯାଉଛି , ଏବଂ ଏଥିରେ ପାକିସ୍ତାନ ସମ୍ପୃକ୍ତି  ଗୋଟିଏ ବଡ଼ ରୂପ ନେଇପାରେ ବୋଲି ଆଶା କରାଯାଉଛି l

ଏହି ଚଢ଼ାଉ ଦୀର୍ଘ ୧୫ ଦିନ ଧରି ଚାଲିବା ପରେ  ଗିରଫ ହୋଇଥିଲେ ୩ ଡାକ୍ତର l ଗିରଫ  ହୋଇଥିବା ୩ ଡାକ୍ତର ଙ୍କ  ଘର ଜାମୁ କାଶ୍ମୀର ର ବିଭିନ୍ନ ଅଞ୍ଚଳ ର ବୋଲି ଯାଞ୍ଚ ରେ ଜଣାପଡି ଥିଲା l ଏଥିରେ ୨ ପୁରୁଷ ଡାକ୍ତର ଡାକ୍ତର ଆଦିଲ ଅହମଦ ଓ ଡାକ୍ତର ମୁଜାମିଲ ସକିଲ ଙ୍କ ଘର  ପୁଲବାମା ଓ ଏହି ମାମଲା ରେ ଲକ୍ଷଣୌ ରୁ ଜଣେ ମହିଳା ଡାକ୍ତରଙ୍କୁ ଗିରଫ କରାଯାଇଛି , ଯାହାଙ୍କ କାର ମଧ୍ୟରୁ ମିଳିଥିଲା ଗୋଟିଏ AK -47 ଏବଂ କିଛି ବିସ୍ଫୋଟକ ସାମଗ୍ରୀ l

ଏହି ଗିରଫ ଡାକ୍ତରଙ୍କ ନିକଟରୁ ସୁରକ୍ଷା ଏଜେନସି ଙ୍କୁ ୩୫୦ କିଲୋ ରୁ ଉର୍ଧ୍ଵ ବିଷଫୋଟକ ସାମଗ୍ରୀ ଜବତ କରିଥିଲେ  l ସୁରକ୍ଷା ଏଜେନସି ଯାଞ୍ଚ କରି ସମସ୍ତ ତଥ୍ୟ ବାହାର କରୁଥିବା ସମୟ ରେ ଦିଲ୍ଲୀ ରେ ଘଟି ଯାଇଛି ଏଭଳି ହୃଦୟ ବିଦାରକ ଦୃଶ୍ୟ l ଯେଉଁଥିରେ ବଳି ପଡି ଯାଇଛନ୍ତି ସାଧାରଣ ଲୋକ , କିଏ ଥିଲା ସେଥିରେ ଗୁପଚୁପ ବିକାଳୀ ତ ଆଉ କିଏ ଥିଲା ବଡା ପାଓ ବିକାଳୀ l

ଦିନ ଥିଲା ସୋମବାର , ସମୟ ଥିଲା ସନ୍ଧ୍ୟା ୬ ଟା ୫୫ ମିନିଟ ହଠାତ ବ୍ଲାଷ୍ଟ ରେ ଥରୀ ଉଠିଥିଲା ଦିଲ୍ଲୀ ର ଲାଲ କିଲ୍ଲା ଅଞ୍ଚଳ l ଚାରିଆଡ ଖାଲି ଛିଟିକି ପଡିଥିଲା ରକ୍ତ ମାଂସ ରେ ,  ଏହାପରେ ସୋମବାର ସାରା ରାତି ପୋଲିସ ର ଯାଞ୍ଚ ଆରମ୍ଭ ହୋଇଥିଲା , ଏବଂ ଯାଞ୍ଚ ସମୟ ରେ ବିଭିନ୍ନ ସିସିଟିଭି କ୍ୟାମେରା ଯାଞ୍ଚ ହୋଇଥିଲା ,   ଏହି ଯାଞ୍ଚ ସମୟ ରେ ଜଣାପଡି ଥିଲା ସକାଳ ୮ ଟା ସମୟ ରେ ଦିଲ୍ଲୀ ରେ ଏଣ୍ଟ୍ରି କରିଥିଲା ଗୋଟିଏ ଧଳା ‘ଆଇ – 20 ‘ କାର l ଏବଂ ଏହି କାର ର ନମ୍ବର ଥିଲା – HR26CE7674 l

ଏବଂ କାର ଟିକୁ ଚଳାଉଥିଲା ଡାକ୍ତର ଉମର , ଏହି  କାର ଟି ସକାଳ ୮ ସମୟରେ ଦିଲ୍ଲୀ ସୀମାରେ ପ୍ରବେଶ କରିଥିଲା, ମଧ୍ୟାହ୍ନ ସମୟ ରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଲ କିଲ୍ଲା ସ୍ଥିତ ପାର୍କିଙ୍ଗ ଏରିଆ ରେ ଠିଆ ହୋଇ ରହିଥିଲା l ଏବଂ ସନ୍ଧ୍ୟା ସମୟ ରେ ପାର୍କିଙ୍ଗ ଏରିଆ ରୁ ବାହାରି ଜନଗହଳି ପୂର୍ଣ ଲାଲ କିଲ୍ଲା ସ୍ଥିତ ମେଟ୍ରୋ ଷ୍ଟେସନ ସ୍ଥିତ ଗେଟ ନମ୍ବର ୪ ନିକଟରେ ବିସ୍ଫୋଟ  ହୋଇଥିଲା l

ବିସ୍ଫୋଟ  ଏତେ ଭୟଙ୍କକର ଥିଲା ଯେ  ଦିଲ୍ଲୀ ର ଚାନ୍ଦିନୀ ଚୌକ ଅଞ୍ଚଳ ମଧ୍ୟ ପ୍ରକମ୍ପିତ ହୋଇ ଉଠିଥିଲା l ବର୍ତମାନ ସୁଧା ସୁରକ୍ଷା ଏଜେନସି ସନ୍ଦିଗ୍ଧ ଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି l ଡାକ୍ତର ଉମର ଙ୍କ ୨ ଭାଇ , ମା ଙ୍କୁ ପୋଲିସ ଉଠାଇ ନେଇ ପଚାରା ଉଚରା ଆରମ୍ଭ କରିଛି l ଏବଂ ଡିଏନଏ ଟେଷ୍ଟ ଜରିଆରେ ଡାକ୍ତର ଅହମଦ ଙ୍କ ବିଷୟରେ ଅନେକ ତଥ୍ୟ ବାହାରକୁ ଆସିବ l

ଗୃହମନ୍ତ୍ରୀ ସୋମବାର୍ ରାତିରେ ଡାକ୍ତର ଖାନା କୁ ଯାଇ ଆହତ ମାନଙ୍କୁ ଭେଟି ଥିଲେ l ଏବଂ ମଙ୍ଗଳବାର ସକାଳୁ ସୁରକ୍ଷା ଏଜେନସି ର ଅଧିକାରୀ ଙ୍କ ସହିତ ଘନ ଘନ ବୈଠକ ଆରମ୍ଭ କରିଛନ୍ତି l ଏବଂ ଏହି ବୈଠକ ରେ କଣ ନିଆଯିବ ବଡ଼ ପଦକ୍ଷେପ ତାହା ରହିଛି ଦେଶବାସୀ ଙ୍କୁ  ଅପେକ୍ଷା l

Leave A Reply