ନିଦ କେବଳ ଶରୀରକୁ ନୁହେଁ , ଆପଣଙ୍କ ବାଳ କୁ ମଧ୍ୟ ରୀପେୟାର କରି ହେଲଦି ରଖିଥାଏ, ଆଜି ଆସନ୍ତୁ ଜାଣିବା ନିଦ୍ରା ହୀନତା କାରଣରୁ କିପରି ବାଳ ଝଡିଥାଏ l
* କେଶ ଝାଡିବାର ସମସ୍ୟା ହୋଇପାରେ ନିଦ୍ରା ହୀନତାର କାରଣ :
ଆମ ବାଳ ଆମ ଶରୀରର ଅଂଶ ଅଟେ, ଯାହାକୁ ପୋଷଣ ଓ ଅରାମର ଆବଶ୍ୟକତା ରହିଥାଏ, ଯେତେବେଳେ ଆମେ ରାତିରେ ଗଭୀର ନିଦ୍ରାରେ ଶୋଇଥାଉ ସେତେବେଳେ ଆମ ଶରୀର ରିପେୟାର ମୋଡ଼ କୁ ଚାଲିଯାଏ, ଏବଂ ଶରୀରର ବିଭିନ୍ନ ଅଙ୍ଗ ର ରିପେୟାର ହୋଇଥାଏ, ସେଥି ମଧ୍ୟରୁ ଗୋଟିଏ ହେଲା ବାଳ, ଯଦି ଆପଣ ରାତିରେ ଠିକ ଭାବରେ ଶୋଇବେ ତେବେ କେଶ କୁ ଭରପୁର ପୋଷଣ ମିଳିଥାଏ ଏବଂ କେଶ ମଜବୁତ ହୋଇଥାଏ l ଯଦି ନିଦ ଅଧୁରା ରହିଥାଏ ତେବେ କେଶ ଦୁର୍ବଳ ହୋଇ ଝାଡ଼ିବା ଆରମ୍ଭ କରେ l
* ନିଦ୍ରା ହୀନତା ଦ୍ୱାରା ହେଉଥିବା ଶାରୀରିକ ସମସ୍ୟା –
– ନିଦ୍ରା ହୀନତା ଦ୍ୱାରା ଆମ ଶରୀରରେ କାର୍ଟି ସୋଲ ନାମକ ଷ୍ଟ୍ରେସ ହର୍ମୋନ ବୃଦ୍ଧି ପାଇଥାଏ, ଏହି ହର୍ମୋନ ଶରୀର କୁ ଷ୍ଟ୍ରେସ ଦେଇଥାଏ, ଏବଂ ଯେତେବେଳେ ମାନସିକ ଚାପ ବୃଦ୍ଧି ହୁଏ ଏହାର ପ୍ରଭାବ ବାଳ ଉପରେ ପଡେ l
– ଯଦି କାର୍ଟି ସୋଲ ର ମାତ୍ର ଅଧିକ ବୃଦ୍ଧି ହୁଏ ତେବେ ଶରୀରରେ ବ୍ଲଡ଼ ଶେର୍କୁଲେସନ ଠିକ ଭାବରେ ହୋଇପାରେ ନାହିଁ, ଏବଂ କେଶ ଉପରେ ଏହାର ପ୍ରଭାବ ପଡି କେଶ ଝଡ଼େ l
– ଏହି ଷ୍ଟ୍ରେସ ହର୍ମୋନ କେବଳ କେଶ ନୁହେଁ ମାନସିକ ଚାପ ବୃଦ୍ଧିର ମଧ୍ୟ କାରଣ ଅଟେ l ଯାହାକି ଉଚ୍ଚ ରକ୍ତଚାପ ରେ ଗ୍ରାସିତ କରେ ଏବଂ ହାର୍ଟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ l
– କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ଦିନକୁ ୭ରୁ୮ ଘଣ୍ଟା ଶୋଇବା ଜରୁରୀ l
– ଶୋଇବା ର ଏକଘଣ୍ଟା ପୂର୍ବରୁ ଫୋନ କୁ ଅଫ କରି ନିଵାହଟି ରଖି ଦିଅନ୍ତୁ l
– ଅଧିକ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତୁ ନାହିଁ l ଷ୍ଟ୍ରେସ କମ କରିବା ପାଇଁ ଧ୍ୟାନ, ଯୋଗାସନ କରନ୍ତୁ l
– ରାତିରେ ସନ୍ତୁଳିତ ଭୋଜନ ସହିତ କମ ଖାଦ୍ୟ ଖାଆନ୍ତୁ l ପ୍ରତିଦିନ ଅଳ୍ପ ସମୟ ଫ୍ରେସ ଏୟାର ରେ ବସନ୍ତୁ l
